ବାହାରି ଥିବା ଦାନ୍ତ କୁ ଭିତରକୁ ଏବଂ ସିଧା କରିବାର ସହଜ ଉପାୟ

ଦାନ୍ତ ଆପଣଙ୍କ ଚେହେରାର ସୁନ୍ଦରତା ବଢେଇବା ପାଇଁ ବହୁତ ବଡ ଭୂମିକା ନିଭେଇ ଥାନ୍ତି, ଯେବେ ବି ଆପଣ ହସନ୍ତୀ ଆପଣଙ୍କ ଦାନ୍ତ ଆପଣଙ୍କ ଚେହେରାର ସୁନ୍ଦରତା ବଢେଇ ଥାଏ, ଦାନ୍ତ କେବଳ ସୁନ୍ଦରତା ପାଇଁ ନୁହଁ ଖାଇବା ପାଇଁ ସବୁ ଠାରୁ ଆବଶ୍ୟକ ଜିନିଷ ଅଟେ । ଦାନ୍ତ ବିନା ମଣିଷ ଜୀବନ ବହୁତ କଷ୍ଟକର ଅଟେ, ଗୋଟେ ବ୍ୟକ୍ତି ଜୀବନରେ ଦୁଇ ଥର ଦାନ୍ତ ହୋଇ ଥାଏ ।

ଯେତେବେଳେ ଛୁଆ ରେ ଏହି ଦାନ୍ତ ପଡେ ତେବେ ଆହୁରି ଥରେ ଉଠି ଯାଏ ତେବେ କିଛି ଲୋକଙ୍କ ଦାନ୍ତ ସିଧା ଓ କିଛି ଲୋକଙ୍କ ଦାନ୍ତ ତେଢା ଉଠି ଥାଏ ।

ତେଢା ବା ବାହାରି ଥିବା ଦାନ୍ତ ପାଇଁ କେତେକ ଲୋକଙ୍କୁ ବହୁତ ଲାଜ ଲାଗି ଥାଏ ଯାହା ଦ୍ଵାରା ସେ କୌଣସି ଜାଗା ଯିବା ପାଇଁ ଇଛା କରନ୍ତି ନାହିଁ । ଲୁକ ଛଡା ତେଢା ମେଢା ଦାନ୍ତ କାରଣ ରୁ ଲୋକ ବ୍ରଷ ମଧ୍ୟ ଭଲ ଭାବରେ କରି ପାରନ୍ତି ନାହିଁ । ଏହି ସବୁ କାରଣ ପାଇଁ ଦାନ୍ତ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡି ଥାଏ । ଆଜି ଆମେ ଆପଣଙ୍କୁ ଦାନ୍ତ ସିଧା କରିବା ପାଇଁ ଓ ମୁହଁ ଭିତରେ କରିବା ପାଇଁ ଲାଭକାରୀ ଉପାୟ କହିବୁ ।

ତାର ଲଗେଇବା :

ଦେଣ୍ଟିସ ପାଖକୁ ଯାଇ ଦାନ୍ତ ରେ ତାର ଲଗେଇଲେ ଆପଣଙ୍କ ଦାନ୍ତ ସିଧା ଓ ଭିତରୁକୁ ଯାଇ ପାରିବ, ଏହି ତାର ଦୁଇ ପ୍ରକାର ର ହୋଇ ଥାନ୍ତି । ଗୋଟେ ଟେମ୍ପ୍ରୋରାରୀ ଏବଂ ଗୋଟେ ପରମାନେଣ୍ଟ, ଏହି ଉପାୟ ରେ ଆପଣଙ୍କ ଦାନ୍ତ ଉପରେ ତାର ଟାଇଟକରି ବନ୍ଧା ଯିବ । ଏମିତି କଲେ ଦାନ୍ତ ଉପରେ ଦବାବ ପଡି ଯାଏ, ତେବେ ଏହି ଦବାବ କାରଣରୁ ଦାନ୍ତ କିଛି ସମୟ ପରେ ଭିତରୁକୁ ପଳାଏ । ଏହି ଉପାୟ ଛୁଆଙ୍କ ଏବଂ ଯୁବକଙ୍କ ପାଇଁ ବହୁତ କାମ କରି ଥାଏ, ଯଦି ଛୋଟ ବେଳେ ଆପଣଙ୍କୁ ନିଜ ଛୁଆ ଦାନ୍ତ ଦେଖି ସନ୍ଦେହ ହେଉଛି ଯେ ଆଗକୁ ଖରାପ ହୋଇ ପାରେ ତେବେ ଡେନ୍ଟିସ୍ଟକୁ ଦେଖେଇ ଛୋଟ ବେଳୁ ଦାନ୍ତ ସାଇଜ କରି ଦିଅନ୍ତୁ ।

ଜିଭ ଦ୍ଵାରା ଦାନ୍ତ ଉପରେ ଦବାବ :

ଦାନ୍ତ ରେ ତାର ଲଗେଇବା ଖର୍ଚ କାମ କିନ୍ତୁ ଯଦି ଆପଣ ଚାହାନ୍ତି ତେବେ ଗୋଟେ ସାମାନ୍ୟ ଏକ୍ସରସାଇଜ ଦ୍ଵାରା ଏହାକୁ ଭଲ ମଧ୍ୟ କରି ପାରିବେ । ଯଦି ଆପଣଙ୍କ ଦାନ୍ତ ଅଧିକ ବାହାରିନି ଓ ଆପଣଙ୍କୁ ଲାଗୁଛି ଯେ ବାହାରି ପାରେ ତେବେ ନିଜ ଜିଭ ଦ୍ଵାରା ଦାନ୍ତ ଉପରେ ଜୋର ଦିଅନ୍ତୁ ଏହି ଏକ୍ସରସାଇଜ କଲେ ଆପଣଙ୍କ ଦାନ୍ତ ବାହାରୁକୁ ଆସିବା ବନ୍ଦ ହୋଇ ଯିବ ଓ ଦାନ୍ତ ଭଲ ସାଇଜ ରେ ମଧ୍ୟ ରହିବ ।

Leave a Reply

Your email address will not be published. Required fields are marked *