ଦାନ୍ତ ପୋକ କାଟିଲେ କଣ କରିବା ଉଚିତ- Acharya Balkrishna

ଗୋଡ ଫାଟୁଥିଲେ ତେବେ ତେନ୍ତୁଳୀ ମଞ୍ଜିକୁ ବାଟି ଗୋଡରେ ଲଗାଇଲେ ତାହା ଦୂର ହୋଇଥାଏ । ଯଦି ଦାନ୍ତ ରୋଗ ଭଲ ହେଉନଥାଏ ତେବେ ପଇଡ ପାଣିକୁ ଦିନକୁ ଦୁଇତିନିଥର କୁଳି କଲେ ତାହା ଦୂର ହୋଇଥାଏ । ଯଦି ଦାନ୍ତ ପୋକ ଖାଇଥାଏ ତେବେ ରସୁଣକୁ ଛେଚି ପୋକରା ଦାନ୍ତରେ ଚାପି ଧରିଲେ ଉପସମ ମିଳିଥାଏ । ଦୃଶିଶକ୍ତି ବୃଦ୍ଧି କରିବା ପାଇଁ ହେଲେ ପ୍ରତେକ ଦିନ କାଠ ଚମ୍ପା ଫୁଲକୁ ଶୁଙ୍ଘିଲେ ଦ୍ରୁଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ଦକ୍ଷିଣ ଦିଗରେ ଯଦି କାଉ ରାବିଦିଏ ତେବେ ଏହା ରୋଗ ଓ ଶୋକ ବୃଦ୍ଧିରେ ସୁଚନା ଦେଇଥାଏ ।

ଯଦି ସକାଳୁ କାଉ ପଶ୍ଚିମ ଦିଗରେ ରାବଦିଏ ତେବେ ଏହା ବର୍ଷ ହେବାର ସୂଚନା ଦିଏ । ସକାଳୁ ଯଦି ଉତ୍ତର ଦିଗରେ କାଉ ରବାଡିଏ ତେବେ ଏହା ଯାନବାହାନ ପ୍ରାପ୍ତି ଓ ଉତ୍ତମ ଭୋଜନର ସୂଚନା ଦିଏ । ସକାଳୁ ଦକ୍ଷିଣ ପଶ୍ଚିମ ଦିଗରେ ରାବ ଦିଏ ତେବେ ଏହା ନିନ୍ଦା ଓ ଅପବାଦ ମିଳିବାର ସୂଚନା ଦିଏ । ଯଦି ସକାଳୁ କାଉ ଉତ୍ତର ଦିଗରେ ରାବ ଦେବାର ଶୁଣନ୍ତି ତେବେ ଏହା ଧନ କ୍ଷୟ ହେବାର ସୂଚନା ଦିଏ । ଯଦି ସକାଳୁ କାଉ ଉତ୍ତର ପୂର୍ବ ଦିଗରେ ରବଦେବାର ଶୁନଯାଏ ଏହା ରୋଗ ନାସ ଓ ପ୍ରିୟବସ୍ତୁ ପ୍ରାପ୍ତିର ସୂଚନା ମିଳେ ।

ସକାଳୁ କାଉ ପୂର୍ବ ଦିଗରେ ରାବ ଦିଏ ତେବେ ଏହା ଶତୃନାଶ ଓ ମାନ ସନମାନ ବୃଦ୍ଧିର ସୂଚନା ଦିଏ । ସକାଳୁ ଯଦି କାଉ ଦକ୍ଷିଣ ପୂର୍ବ ଦିଗରେ ରାବ ଦିଏ ତେବେ ଏହା ମାନ ସନମାନ ଓ ଯଶ ବୃଦ୍ଧିର ସୂଚନା ଦିଏ । ଜାତକରେ ଯଦି ରବି ଜନ୍ମ ଘରେ, ଦିତୀୟରେ, ସପ୍ତମରେ, ଅଷ୍ଟମରେ, ଏବଂ ଦ୍ବାଦଶରେ ଥାଏ ତେବେ ଶତ୍ରୁ ବୃଦ୍ଧି ହୁଏ, ଧନ କ୍ଷୟ ହୁଏ ଓ କାର୍ଯ୍ୟ ଅସଫଳ ହୁଏ । ଯଦି ଜାତକରେ ଚନ୍ଦ୍ର ଚତୁର୍ଥରେ, ପଞ୍ଚମରେ, ଅଷ୍ଟମରେ, ନବମରେ ଓ ଦ୍ବାଦଶରେ ରହେ ତେବେ ଧନହାନୀ, ଶରୀର ପୀଡା ଓ ଶତ୍ରୁ ବୃଦ୍ଧି ହୁଏ ।

ଯଦି ଜାତକରେ ମଙ୍ଗଲ ଜନ୍ମରେ, ଦିତୀୟରେ, ଚତୁର୍ଥରେ, ଅଷ୍ଟମରେ, ନବମରେ, ଓ ଦ୍ବାଦଶରେ ରହେ ତେବେ ଧନହାନୀ, ଶରୀର ପୀଡା ଓ ଶତ୍ରୁ ବୃଦ୍ଧି ହୁଏ । ଜାତି ଜାତକରେ ବୁଧ ଜନ୍ମରେ, ତୃତୀୟରେ, ସପ୍ତମରେ, ନବମରେ, ଦ୍ବାଦଶରେ ରହନ୍ତି  ତେବେ ଶରୀର ପୀଡା, ସନମାନ ନଷ୍ଟ ଓ ମାନ ଅସ୍ଥିର ହୁଏ । ଯଦି ଜାତକରେ ବୃହସ୍ପତି ଜନ୍ମରେ, ତୃତୀୟରେ, ଚତୁର୍ଥରେ, ଷଷ୍ଠରେ, ଅଷ୍ଟମରେ, ଦଶମରେ, ଓ ଦ୍ବାଦଶରେ ରୁହନ୍ତି ତେବେ ଧନକ୍ଷୟ ଓ ରୋଗ ବୈରାଗ୍ୟର ସୂଚନା ଦିଏ ।

Leave a Reply

Your email address will not be published. Required fields are marked *