December 01(ଆଜିଠାରୁ) ହେବ ଏହି ସବୁ ନିୟମରେ ପରିବର୍ତ୍ତନ, ଶୀଘ୍ର ଦେଖନ୍ତୁ  

ବନ୍ଧୁଗଣ ଆଜି ଠାରୁ ଆରମ୍ଭ ହୋଇଛି ଡିସେମ୍ବର ମାସ । ଚଳିତ ବର୍ଷର ଏକ ଶେଷ ମାସ । ମାସ ଆରମ୍ଭରୁ କିଛି ପରିବର୍ତ୍ତନ ହୋଇଥାଏ ଆଉ ନୂଆ ନିୟମ ବଦଳିଥାଏ । ତେବେ ଡିସେମ୍ବର ମାସରେ ବି ସେଭଳି କିଛି ପରିବର୍ତ୍ତନ ହୋଇଛି । ଏହା ଛଡା ଏହି ମାସରେ କିଛି ନୂଆ ନିୟମ ଆସିଛି । ଏଲପିଯି ଠାରୁ ଆରମ୍ଭ କରି ବ୍ଯାଙ୍କ ସମେତ ଅନେକ ପରିବର୍ତ୍ତନ ହେବ ଯାହା ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିଯମରେ ପରିବର୍ତ୍ତନ ହେବ ।

୧- LPG ସିଲିଣ୍ଡର ଦର : ପ୍ରତି ମାସରେ ଗ୍ଯାସ କମ୍ପାନୀ ଗୁଡିକ ପ୍ରଥମ ତାରିଖରେ ଦର ରେ ସଂଶୋଧନ କରିଥାନ୍ତି । ନଭେମ୍ବର ମାସରେ କମରସିଆଲ ଗ୍ଯାସ ଦର ହ୍ରାସ ପାଇଥିଲା । ଫଳରେ ୧୯ କେଜି ଗ୍ଯାସ ସିଲିଣ୍ଡର ଦର ୧୧୫ଟଙ୍କା ୫୦ ପଇସା ହ୍ରାସ ପାଇଥିଲା । ଏଥର ବି ଗ୍ଯାସ ଦର ହ୍ରାସ ପାଇବ ବୋଲି ସାଧାରଣ ଲୋକେ ଆଶା ରଖିଛନ୍ତି ।

୨- ATM ରୁ ଟଙ୍କା ଉଠାଣରେ ପରିବର୍ତ୍ତନ : ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଏବେ ଏଟିଏମରୁ ଟଙ୍କା ଉଠାଇବା ସ୍ମାୟରେ ଫୋନ କୁ OTP ଯିବ । ଆଉ ଏହି OTP ଦେଲା ପରେ ଆପଣ ଟଙ୍କା ଉଠାଇ ପାରିବେ । ଠକାମିରୁ ଲୋକଙ୍କୁ ବଞ୍ଚିବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ଏଭଳି ପରିବର୍ତ୍ତନ କରିଛି ।

୩- ରିଟେଲ ପାଇଁ ଡିଜିଟାଲ ରୂପୀ : ଭାରତୀୟ ରିଜର୍ଭ ବ୍ଯାଙ୍କ ଆଜି ଠାରୁ ଡିଜିତଳା ରୂପୀ ଲଞ୍ଚ କରିବାକୁ ଘୋଷଣା କରିଥିଲା । ରିଟେଲ ଡିଜିଟାଲ କରେନ୍ସି ପାଇଁ ଏହା ପାଇଲତ ପ୍ରୋଜେକ୍ଟ ହେବ । ଏହା ଦ୍ଵାରା ଇ-ରୂପୀ ର ବଣ୍ଟନ ଆଉ ବ୍ୟବହାର ର ପୁରା ପ୍ରକ୍ରିୟା ଯାଞ୍ଚ କରାଯିବ । ଏହା ପୂର୍ବରୁ ନଭେମ୍ବରରେ ହୋଲସେଲ ଟ୍ରାନଯାକସନ ପାଇଁ ଡିଜିଟାଲ ରୂପୀ ଲଞ୍ଚ କରା ଯାଇଥିଲା । କେନ୍ଦ୍ରୀୟ ବ୍ଯାଙ୍କ ଏହି ଡିଜିଟାଲ କରେନ୍ସି କୁ ସେଣ୍ଟ୍ରାଲ ବ୍ଯାଙ୍କ ଡିଜିଟାଲ କରେନ୍ସି ନାମ ଦେଇଛନ୍ତି ।

୪- ଟ୍ରେନ ସମୟରେ ପରିବର୍ତ୍ତନ : ଡିସେମ୍ବର ମାସରେ ଅନେକ ଜାଗାରେ ଘନ କୁହୁଡି ପଡିଥାଏ । ଆଉ ଏହି ସମୟରେ ଥଣ୍ଡା ଅନୁଭୂତ ହୋଇଥାଏ । ଆଉ ସେଥିରୁ ବଞ୍ଚିବା ଏପାଇଁ ରେଲୱେ ଟ୍ରେନ ସମାରେ ପରିବର୍ତ୍ତନ କରିଥାଏ । ଆଜି ଠାରୁ ରେଲୱେ ନୂଆ ସମୟ ଅନୁଯାୟୀ ପରିଚାଳିତ ହେବ । ହେଲେ କେଉଁ ଟ୍ରେନ ସମୟରେ ପରିବର୍ତ୍ତନ ହେବ ତାହା ଆଜି ପରେ ନିସ୍ପତି ନିଆଯିବ ।

୫- ୧୩ ଦିନ ବ୍ୟାଙ୍କ ବନ୍ଦ : ଡିସେମ୍ବର ରେ ସାରା ଦେଶରେ ୧୩ ଦିନ ଯାଏଁ ବ୍ଯାଙ୍କ ବନ୍ଦ ରହିବ । ଏଥିରେ ଦ୍ଵିତୀୟ, ଚତୁର୍ଥ ଶନିବାର ଛୁଟି ମଧ୍ୟ ସାମିଲ ଅଛି । ଏହା ସହ ଖ୍ରୀସମାସ, ବର୍ଷର ଶେଷ ଦିନ ଓ ଗୋବିନ୍ଦ ସିଂ ଜୟନ୍ତୀ ମଧ୍ୟ ସାମିଲ ଅଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *