ମୃତ ବ୍ୟକ୍ତି ବା ପୂର୍ବ ପୁରୁଷଙ୍କ ଫଟୋକୁ କିପରି ରଖିଲେ ଧନ ବୃଦ୍ଧି ହୋଇଥାଏ

ଆପଣ ମାନେ ସମସ୍ତେ ବାସ୍ତୁ ଶାସ୍ତ୍ର ବିଷୟରେ ଜାଣିଛନ୍ତି ତେବେ ବାସ୍ତୁ ଅନୁଯାଇ କାମ ନକଲେ ଘର ପରିବାର ସୁଖ ଶାନ୍ତି ପାଇ ନଥାଏ ତାହା ମଧ୍ୟ ଆପଣ ଜାଣିଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ସବୁ ଜିନିଷ ସଠିକ ଓ ବାସ୍ତୁ ଅନୁଯାଇ ରଖିବା ପରେ ମଧ୍ୟ ଆପଣ ଏମିତି କିଛି କାମ କରିଥାନ୍ତି ଯାହା ଫଳ ସ୍ଵରୂପ ଧନ ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଆସିବା ବଦଳରେ ଆପଣଙ୍କ ଘରେ ଦରିଦ୍ରତା ବାସ କରିଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହା ଭୁଲ ଭାବରେ କଲେ ଆପଣଙ୍କୁ ଧନ ପ୍ରାପ୍ତ ହବ ।

Image Courtesy: Google

ତେବେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହେଲେ ଆପଣ ନିଜ ଜୀବନରେ ସବୁ କିଛି ପ୍ରାପ୍ତ କରିଥାନ୍ତି ଓ ଆପଣଙ୍କୁ ସଫଳ ହବାରୁ କେହି ଅଟକେଇ ପାରିବେ ନାହିଁ । ତେବେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଆପଣଙ୍କୁ ପୂର୍ବ ପୁରୁଷଙ୍କ ଫଟୋ ନିଜ ଘରେ ଏମିତି ଦିଗରେ ରଖିବା ଉଚିତ ଯାହା ବାସ୍ତୁ ଶାସ୍ତ୍ର ଅନୁଯାଇ ନିର୍ଧାରିତ କରା ଯାଇଛି ତେବେ ୩ଟି ଦିଗ ଛାଡି ଦେଲେ ଆପଣ କୌଣସି ଦିଗରେ ପୂର୍ବ ପୁରୁଷଙ୍କ ଫଟୋ ରଖି ପାରିବେ ତାହା ହେଉଛି ଘର ପୂର୍ବ ଦିଗ କିମ୍ବା ଉତ୍ତର ଦିଗ କିମ୍ବା ପୂର୍ବ ଉତ୍ତର ଦିଗ ଏହି ୩ଟି ଦିଗ ଛାଡି ଦେଲେ ଆପଣ ଯେ କୌଣସି ଦିଗରେ ପୂର୍ବ ପୁରୁଷଙ୍କ ଫଟୋ ରଖି ପାରିବେ ।

Image Courtesy: Google

ଏହି ୩ଟି ଦିଗରେ ଭଗବାନଙ୍କ ଫଟୋ ରଖିବା ଉଚିତ ସେଥିପାଇଁ ମୃତ ବ୍ୟକ୍ତିଙ୍କ ଫଟୋ ଏହି ଦିଗରେ ରଖିବା ଉଚିତ ନୁହ । ଯଦି ଆପଣଙ୍କର ଦକ୍ଷିଣ ଦିଗରେ କୌଣସି ଘର ଅଛି ତେବେ ବହୁତ ଭଲ ଆପଣ ଏହି ରୁମରେ ପୂର୍ବ ପୁରୁଷଙ୍କ ଫଟୋ ରଖି ପାରିବେ ବା ଯଦି ଆପଣଙ୍କର ଗୋଟେ ଘର ଅଛି ତେବେ ଆପଣ ଦକ୍ଷିଣ କାନ୍ଥରେ ପୂର୍ବ ପୁରୁଷଙ୍କ ଫଟୋ ରଖି ପାରିବେ ଏହା ମଧ୍ୟ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ । ଯଦି ଦକ୍ଷିଣ ଦିଗରେ ଆପଣଙ୍କୁ ସୁବିଧା ନାହିଁ ତେବେ ପଶ୍ଚିମ ଦିଗରେ ବା ଦକ୍ଷିଣ ପଶ୍ଚିମ ଦିଗରେ ଫଟୋ ରଖି ପାରନ୍ତି ।

Image Courtesy: Google

ଆପଣ ଭୁଲରେ ମଧ୍ୟ ଘର ମନ୍ଦିର ଯେଉଁଠି ଭଗବାନ ଅଛନ୍ତି ବା ଆପଣ ପୂଜା କରନ୍ତି ଶେଠୀ ପୂର୍ବ ପୁରୁଷଙ୍କ ଫଟୋ ରଖନ୍ତୁ ନାହିଁ, ଏହା ଛଡା ଭୁଲରେ ବି ଭଗବାନଙ୍କ ପାଇଁ ବ୍ୟବହାର କରା ଯାଉଥିବା ଚନ୍ଦନ ଇତ୍ୟାଦି ପୂର୍ବ ପୁରୁଷଙ୍କ ପାଇଁ ବ୍ୟବହାର କରନ୍ତୁ ନାହିଁ ତାଙ୍କ ପାଇଁ ଚନ୍ଦନ ଓ ଦୀପ ଅଲଗା ରଖନ୍ତୁ ତାଙ୍କ ଫଟୋ ପାଖରେ । ଆପଣ ମାନେ ବହୁତ ଜଣ ପୂର୍ବ ପୁରୁଷଙ୍କ ଫଟୋ ରୋଷେଇରେ ରଖନ୍ତି ତେବେ ଏହି ଭୁଲ କେବେ ବି କରନ୍ତୁ ନାହିଁ ବା ଡାଇନିଙ୍ଗ ହଲରେ ମଧ୍ୟ ରଖନ୍ତୁ ନାହିଁ ଯେଉଁ ସ୍ଥାନ ଆମେ ଆପଣଙ୍କୁ କହିଲୁ ତାହା ଉଚିତ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *