ICMR ଙ୍କ ସୂଚନା ଅନୁସାରେ Deltaରୁ ରକ୍ଷା କରିବ Omicron! ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କୋରୋନା ଭାଇରସ ପରେ ଏବେ ତାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସାରା ଦେଶରେ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ଠାରୁ ଆରମ୍ଭ କରି ଲୋକ ମାନେ ଚିନ୍ତା ରେ ପଡିବା ସହ ଭୟଭୀତ ହେଉଛନ୍ତି । ତେବେ ସାରା ଓମିକରଣ ଙ୍କ ସହ ଦୈନିକ ଅଧିକ ବୃଦ୍ଧି ପାଇବାରେ ଲାଗିଛି । ଏମିତି କି ଏହି ନୂଆ ଭ୍ୟାରିଆଣ୍ଟ ରେ କିଛି ଲୋକଙ୍କର ପ୍ରାଣ ହାନି ହୋଇ ସାରିଲାଣି ।

ତେବେ ବର୍ତ୍ତମାନର ବଡ ସୂଚନା ହେଉଛି ଡେଲ୍ଟା ଠାରୁ ରକ୍ଷା କରିପାରେ ଓମିକ୍ରନ ସଂକ୍ରମଣ । ଏ ନେଇ ICMR ଅଧ୍ୟୟନଙ୍କ ତଥ୍ୟ ସାମନାକୁ ଆସିଛି । ଓମିକ୍ରନ ହେବା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି । ଫଳରେ ପୁନ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ ରହିଛି ।

ତେଣୁ ଏହା ଡେଲ୍ଟା ପରି ସଂକ୍ରମଣରୁ ରକ୍ଷା କରିପାରେ । ଓମିକ୍ରନ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି ସୂଚନା ମିଳିଛି । ୩୯ ଜଣଙ୍କୁ ନେଇ ଏହି ଅଧ୍ୟୟନ କରା ଯାଇଥିଲା । ସେମାନଙ୍କ ମଧ୍ୟ ରୁ ୨୫ ଜଣ ଆଷ୍ଟ୍ର ଜେନିକା ଟିକାର ୨ଟି ଡୋଜ ନେଇଛନ୍ତି । ଆଉ ୮ ଜଣ ହାଇଜର ଟୀକା ନେଇଛନ୍ତି ।

ସମୁଦାୟ ୩୯ ଜଣଙ୍କ ମଧ୍ୟରୁ ୨୮ ଜଣ ୟୁଏଆଇ, ୟୁକେ ଭଳି ଦେଶରୁ ଫେରିଥିଲେ । ୧୧ ଜଣଙ୍କ ଭିତରେ ଗୁରୁତର ସମସ୍ୟା ରହିଥିଲା । ଏହି ୧୧ ଜଣ ଓମିକ୍ରନ ରେ ସଂକ୍ରମିତ ହୋଇଥିଲେ । ତେବେ ଗତ କିଛି ଦିନ ତଳେ ଡେଲ୍ଟା ନାମକ ନୂଆ ଭାଇରସ ମଧ୍ୟ ପୁରା ଦେଶରେ ବ୍ୟାପୀଥିଲା । ବର୍ତ୍ତମାନ ଏହାର ପ୍ରକୋପ କମ ହୋଇଥିବା ବେଳେ ଓମିକ୍ରନ ଭାଇରସ ର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ଏ ନେଇ ଏହି ସୂଚନା ଜାରି ହୋଇଛି ଡେଲ୍ଟା ଠାରୁ ଓମିକ୍ରନ ସଂକ୍ରମଣ ରୁ ରକ୍ଷା ପାଇ ହେବ । ତେବେ ଏହା ଉପରେ ୩୯ ଜଣଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରା ଅଯାଇଛି । ଓମିକ୍ରନ ସଂକ୍ରମଣ ସାରା ଦେଶରେ ନିଜର ପ୍ରଭାବ ବିସ୍ତାର କରୁଥିବା ବେଳେ ଏହି ଖବର ଟି ହୁଏ ତ କିଛି ମାତ୍ରା ରେ ଆଶ୍ଵସ୍ତିକର ଆଣିପାରେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *