ଧନ୍ୟରେ ସ୍ଵାମୀ ! ସ୍ତ୍ରୀ ସହ କିଏ ଏମିତି କରେ ? ସ୍ଵାମୀ ହେଇ ସ୍ତ୍ରୀ ସହ ଯାହା କରିଛି ଏହି ବ୍ୟକ୍ତି ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ Video

ସ୍ଵାମୀ ହୋଇ ସ୍ତ୍ରୀ ସହ ଏକ ଦୁ-ର୍ଦ୍ଧା-ନ୍ତ କରନାମା କରିବା ପାଇଁ ସ୍ଵାମୀର ହାତ କିଭଳି ଗଲା । ସେହି ସ୍ତ୍ରୀକୁ ପୁଣି ପ୍ରେମ ବିବାହ କରି ଆଣିଥିଲା ଘରକୁ । ହେଲେ ଆଜି ଏଭଳି ଏକ କାଣ୍ଡ ଘଟାଇଛି ସ୍ଵାମୀ ଜଣଙ୍କ ଯାହା ଆପଣ ଜାଣିବା ପରେ ସ୍ଵାମୀ ଶବ୍ଦର ଅର୍ଥ ଭୁଲିଯିବେ । ସାତ ଜନ୍ମର ସାଥି ହେବାର କଥା ଦେଇ ଗୋଟିଏ ଜନ୍ମରେ ସ୍ତ୍ରୀକୁ ଏତେ ଯନ୍ତ୍ରଣା ଦେବା ସ୍ତ୍ରୀ ପାଇଁ କେତେ ଦୁଃଖ ଦାୟକ ତାହା ଯାହା ଉପରେ ବିତିଥାଏ ସେ ହିଁ ଜାଣେ । ତେବେ କଣ ରହିଛୁ ପୁରା ଖବର ଆସନ୍ତୁ ନଜର ପକାଇବା ।

ସୂଚନା ଅନୁଯାୟୀ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବାଲେଶ୍ଵରର ଯୁବକ ଚନ୍ଦନ ରାଣା ପ୍ରେମ ବିବାହ କରିଥିଲେ । ବିବାହ ପରେ ଯୁବତୀଙ୍କ ସର୍ବନାଶ ଉଦ୍ୟମ କରିଛନ୍ତି ଏହି ଯୁବକ ଜଣଙ୍କ । ବାଲେଶ୍ଵର ଜିଲ୍ଲା, ସହଦେବ ଖୁଣ୍ଟା ଥାନା, ଭୀମପୁର ଗ୍ରାମର ଏହି ଘଟଣା ସାମ୍ନା । ସୋମବାର ଦିନ ସକାଳ ପ୍ରାୟ ସାଢେ ୧୧.୩୦ମିନିଟ ବେଳକୁ ଭୀମପୁରା ଗ୍ରାମର ଏକ ଭଡା ଘରେ ରହୁଥିବା ବର୍ଷା ସିଂ ଙ୍କ ଘରକୁ ଆସିଥିଲେ ଅଭିଯୁକ୍ତ ଚନ୍ଦନ ରାଣା ଏବଂ ତାର ଜଣେ ସହଯୋଗୀ ।

ଏହି ସମୟରେ ଘରେ ବର୍ଷା ଏବଂ ତାଙ୍କ ସାନ ଭଉଣୀ ବନିତା ଏବଂ ତାଙ୍କର ଦୁଇ ପୁଅ ଝିଅ ମଧ୍ୟ ଥିଲେ । ହଠାତ ଚନ୍ଦନ ଏବଂ ବନିତାଙ୍କ ମଧ୍ୟରେ ଯୁକ୍ତି ତର୍କ ପରେ ତାଙ୍କ ଉପରେ ଅଚାନକ ଭାବରରେ ଏସିଡ ମାଡ କରିଥିଲା ସ୍ଵାମୀ ଚନ୍ଦନ । ଭଉଣୀ ବର୍ଷା ଏବଂ ଦୁଇ ଛୁଆଙ୍କ ଉପରେ ମଧ୍ୟ ଏସିଡ ଛିଟିକି ପଡିବା ଦ୍ଵାରା ସେମାନେ ବି ଆହତ ହୋଇଥିଲେ ।

ଏହାପରେ ଚାରି ଜଣ କଷ୍ଟରେ ଚିତ୍କାର କରିବା ବେଳେ ଘଟଣା ସ୍ଥଳରୁ ଚାଲିଯାଇଥିଲେ ଅଭିଯୁକ୍ତ ଚନ୍ଦନ ରାଣା ଏବଂ ତାଙ୍କର ସହଯୋଗୀ । ଆଜିକୁ ପ୍ରାୟ ଦେଢ ମାସ ପୂର୍ବରୁ ବନିତାଙ୍କୁ ପ୍ରେମ ବିବାହ କରିଥିଲା ଚନ୍ଦନ । ବିବାହ ପରେ ଚନ୍ଦନ ଦୁଇଟି ପିଲାର ବାପା ଏବଂ ପୂର୍ବରୁ ବିବାହିତ କଥା ଜାଣିବା ପରେ ବନିତାଙ୍କ ଘର ଲୋକ ତାଙ୍କ ଠାରୁ ଆଣି ନିଜ ଘରେ ରଖିଥିଲେ ।

ବାପଘରକୁ ଆସିବା ପରେ ବନିତା ନିଜ ବଡ ଭଉଣୀଙ୍କ ଘରେ ସେହି ଭୀମପୁର ଗ୍ରାମରେ ରହୁଥିଲେ । ରାଗରେ ଜଳୁଥିବା ଚନ୍ଦନ ପ୍ରସ୍ତୁତିର ସହ ପ୍ରତିଶୋଧ ନେବା ପାଇଁ ଦେଢ ମାସ ପରେ ଆସି ଏସିଡ ମାଡ କରିଥିଲା ସ୍ଵାମୀ ଚନ୍ଦନ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *