ତ୍ଵଚାରେ ଚମକ ଆଣିବା ପାଇଁ କଣ କରିବେ ? ଦେଖନ୍ତୁ Diet for Glowing Skin

ବର୍ତ୍ତମାନ ସମୟରେ ସମସ୍ତେ ନିଜକୁ ଫିଟ ଓ ସୁନ୍ଦର ଦେଖାଇବା ପାଇଁ ବହୁତ କିଛି ଉପାୟ କରୁଛନ୍ତି । ନିଜକୁ ସୁନ୍ଦର ଓ ନିଜର ସ୍କିନକୁ ସୁସ୍ଥ ରଖିବା ପାଇଁ ହେଲେ ଆପଣଙ୍କୁ ସୁସ୍ଥ ଖାଦ୍ୟ ସେବନ କରିବାକୁ ପଡିବ । ପୁଅ ଓ ଝିଅମାନଙ୍କ ଜୀବନରେ ଏହିଭଳି ଏକ ସମୟ ଆସିଥାଏ ଯେଉଁ ସମୟରେ ପ୍ରାୟତଃ ସମସ୍ତଙ୍କ ମୁହଁରେ ବ୍ରଣ ଦେଖାଯାଏ । ଝିଅମାନଙ୍କର କ୍ଷେତ୍ରରେ ହରମନାଲ ଇନବାଲାନ୍ସ ଯୋଗୁ ବି ଏହା ହୋଇ ନ ଥାଏ । ଯୁବପିଢୀ ମାନଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ କଥା ଅଟେ । ବହୁତ ଲୋକମାନଙ୍କ ମନରେ ଏହା ପ୍ରଶ୍ନ ଆସିଥାଏ କି ସେମାନେ ତାଙ୍କର ସ୍କିନକୁ କେମିତି ଗ୍ଲୋ କରିବେ । କଣ କରିଲେ ସ୍କିନ ଖରାପ ହେବ ନାହିଁ ଓ ବ୍ରଣ ହେବ ନାହିଁ ।

କିନ୍ତୁ ସ୍କିନ ପାଇଁ କେବଳ ଭଲ ଖାଦ୍ୟ ନୁହେଁ ଏଥିପାଇଁ ଆପଣଙ୍କୁ ବ୍ୟାୟମ ବି କରିବାକୁ ପଡିବ ଓ ନିଜକୁ ଚିନ୍ତା ମୁକ୍ତ ରଖିବାକୁ ପଡିବ । ସଠିକ ସମୟରେ ଶୋଇ ଯାଆନ୍ତୁ । ସଠିକ ମାତ୍ରାରେ ନିଦ୍ରା ନିଅନ୍ତୁ । ପାଣି ଅଧିକ ମାତ୍ରାରେ ପିଇବାକୁ ପଡିବ । ନିଜର ଖାଦ୍ୟପାନ ପ୍ରତି ବି ଧ୍ୟାନ ଦେବାକୁ ପଡିବ । ଭିଟାମିନ C ଓ E ଯୁକ୍ତ ଖାଦ୍ୟ ଖାଇବା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ନିଜକୁ କେମିକାଲ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।

ଏହିଭଳି କରିବା ଦ୍ଵାରା ଆପଣଙ୍କ ସ୍କିନ ନିଶ୍ଚିତ ରୂପରେ ଗ୍ଲୋ କରିବ । ସବୁଦିନ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ସବୁଦିନ ନିଶ୍ଚିତ ରୂପରେ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ସବୁଦିନ ବ୍ୟାୟମ କରନ୍ତୁ । ଆପଣ ଅଧିକ ଜଙ୍କ ଫୁଡ, ସୁଗାର ଅଧିକ ଥିବା ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଅଧିକ ଲୁଣ ଯୁକ୍ତ ଖାଦ୍ୟ ଠାରୁ ବଞ୍ଚନ୍ତୁ । ଓ ଲୁଣକୁ କଣ୍ଟ୍ରୋଲ କରୁଛନ୍ତି ତେବେ ଆପଣଙ୍କର ସ୍କ୍ରିନ ଗ୍ଲୋ କରିବ ।

ଗ୍ଲୋ ସ୍କ୍ରିନ ପାଇଁ ସେମିତି କିଛି ଖାସ ଡାଏଟ ପ୍ଳାନ ଫଲୋ କରିବା ଉଚିତ ନୁହେଁ । ଯଦି ଆପଣ କେବଳ ଏକ ବାଲାନ୍ସ ଡାଏଟ ଫଲୋ କରୁଛନ୍ତି ତେବେ ବି ଆପଣଙ୍କର ସ୍କ୍ରିନ ଗ୍ଲୋ କରିବ । ସଠିକ ସମୟରେ ଭୋଜନ ଓ ପାଣି ସେବନ କରନ୍ତୁ । କିଛି ଖାଦ୍ୟ ପଦାର୍ଥକୁ ଯଦି ଆପଣ ଗ୍ରହଣ କରିବେ ନାହିଁ ତେବେ ଆପଣଙ୍କ ସ୍କ୍ରିନରେ ଗ୍ଲୋ ରହିବ ଓ ଯେଉଁ ବୟସରେ ଯେଉଁ ସ୍କ୍ରିନ ଦରକାର ସେହିଭଳି ଆପଣଙ୍କର ରହିବ ।

Leave a Reply

Your email address will not be published. Required fields are marked *