ଧଳା ଅରଖର ମୂଳକୁ ଆଣି କରନ୍ତୁ ଏହି ଉପାୟ, ଏହା ଦ୍ବାରା ଆପଣ ସତରେ ହେଇଯିବେ ଧନବାନ୍!

ଏ ସମସ୍ତେ ଜାଣି ଛନ୍ତି ଯେ ଅରଖ ଫୁଲ କେତେ ବିପଦପୂର୍ଣ୍ଣ ହୋଇଥାଏ । ହେଲେ ଏହାର ଉପଯୋଗୀତା ଗୁଡିକ କଣ ଏସବୁ ବହୁତ୍ କମ୍ ଲୋକ ଜାଣନ୍ତି । ସେଥିପାଇଁ ପ୍ରଥମେ ଏହି ବିଷୟରେ ଜଣେଇବାକୁ ଚାହୁଁଛୁ । ଯଦି ଆପଣ ଙ୍କ ଗୋଟେ ଆଖିରେ ଯନ୍ତ୍ରଣା ହେଇଥାଏ ସେଇ ଆଖିର ବିପରୀତ ପାଦ ର ଆଙ୍ଗୁଠି କୁ ଧଳା ଅରଖ କ୍ଷୀର ରେ ଓଦା କରି କିଛି ସମୟ ଛାଡ଼ିଦେବ ତ କିଛି ଉପଶମ ମିଳିଥାଏ ।

ଏହା ବ୍ୟତୀତ ଯଦି ଅରଖ ର ଗଛ କୁ ନିଜ ଘରର ଦ୍ବାରରେ ଲଗେଇବ, ତ ଆପଣ ଙ୍କ ଘର ଉପରେ କୌଣସି ଖରାପ ଶକ୍ତି ର ପ୍ରଭାବ ପଡିବନି ।

ଏମିତିକି ଆପଣଙ୍କ ଘର ଉପରେ ବି କାହାର ତନ୍ତ୍ର ବିଦ୍ୟା ର କାମ କରିବନି । ଏଥିରେ ଆପଣଙ୍କ ଘର ବି ସୁରକ୍ଷିତ ରହିବ ଏବଂ ଆର୍ଥିକ ସ୍ଥିତି ବି ମଜବୁତ୍ ରହିବ । ଧଳା ଅରଖ ଗଛ କୁ ଗଣେଶ ଠାକୁର ଙ୍କ ସ୍ୱରୂପ ମନାଯାଏ । ଯଦି କୌଣସି ପୁରୁଣା ଧଳା ଅରଖ ର ଚେର କୁ ଖୋଳା ଯାଏ  ଓ ସେଥିରୁ ଯଦି ଗଣେଶ ଠାକୁର ଙ୍କ ପ୍ରତିମା ମିଳେ, ଏହି ପ୍ରତିମା କୁ ପୂଜା କଲେ ଦୁଃଖ ନାଶ ହୁଏ । ଏହି ପ୍ରତିମା କୁ ଘରେ ରଖିଲେ ରିଦ୍ଧି ସିଦ୍ଧି ଓ ଅନ୍ନପୂର୍ଣ୍ଣା ରେ ଘର ଭରି ରହିଥାଏ ଏବଂ ଘରେ ଲକ୍ଷ୍ମୀ ବାସ କରନ୍ତି ।

ଆଜି ଆପଣ ଜାଣିବେ ଅରଖ ଚେର ବ୍ୟବହାର କେମିତି କରିବେ । ରବି ପୁଷ୍ୟ, ଗୁରୁ ପୁଷ୍ୟ ଯୋଗ ରେ ସକାଳୁ ଅରଖ ଚେର କୁ ଘର କୁ ଆଣି ସଫା କରି ଖରା ରେ ରଖିବ । ତାପରେ ଗଣେଶ ଙ୍କ ମନ୍ତ୍ର ଓଁ ଗଂ ଗଣପତୟେ ନମଃ ବା ଓଁ ବିଘ୍ନେଶ୍ୱରାୟ ନମଃ ୧୫୧ ଥର ଜପ କରିବ । ତାପରେ ଚେର କୁ ଅଣ୍ଟାରେ ବାନ୍ଧିଦେବ । ଏହାଦ୍ବାରା ଆପଣଙ୍କୁ ଶୀଘ୍ର ସନ୍ତାନ ପ୍ରାପ୍ତି ହେବ ।

ଯଦି ଆପଣ କାହାକୁ ଆକର୍ଷିତ କରିବାକୁ ଚାହାଁନ୍ତି ତ ରବି ଗୁରୁ ଯୋଗ ରେ ସକାଳୁ ଚେର ଆଣି ପାଣିରେ ମିଶାଇଦେବ ତାପରେ ତୁଳା ରେ ଏ ପେଷ୍ଟ୍ କୁ ମିଶାଇ ବତି କରିବ ଓ ଏହାକୁ ଦ୍ଵିପରେ ଦେଇ କଜ୍ଜଳ ତିଆରି କରି ଗଣପତି ଙ୍କ ମୂଳମନ୍ତ୍ର ବୋଲି ଆଖିରେ ଲଗେଇବା  । ଏହାପରେ ଆପଣ ଯାହା କୁ ଚାହିଁବେ ତାକୁ ନିଜ ଆଡକୁ ଆକର୍ଷିତ କରିପାରିବେ । ଯଦି ଆପଣ ଧନୀ ହେବା ପାଇଁ ଚାହୁଁଛନ୍ତି ତ ସବୁଠୁ ପ୍ରଥମ ଉପାୟ ଯାହା ଗଣେଶ ଠାକୁର ଙ୍କ ସହ ଜଡ଼ିତ ସେ ଉପାୟ କରିବା ଦରକାର ଏହାଦ୍ବାରା ଆପଣ ଙ୍କ ଘର ଧନ ରେ ଭରିଯିବ ।

Leave a Reply

Your email address will not be published. Required fields are marked *