Dhanteras Special: ଧନ୍ତେରସରେ ଏହାକୁ କିଣିବେ ତ ମାଟି ବି ହେବ ସୁନା

ଧନ୍ତେରସ ପର୍ବ ରେ କିଛି ନା କିଛି ଜିନିଷ କିଣିବା ର ପରମ୍ପରା ରହିଛି । ଏହି ଦିନ ଲୋକମାନେ ନିଜ ସକ୍ଷମତା ଅନୁସାରେ କିଛି ନା କିଛି ନୂଆ ଜିନିଷ କିଣିଥାନ୍ତି । ମାନ୍ୟତା ଅଛି ଧନ୍ତେରସ ରେ କିଛି ନୂଆ ଜିନିଷ କିଣିବା ଦ୍ଵାରା ବର୍ଷ ସାରା ସୁଖ ଓ ଧନ ରେ ସମୃଦ୍ଧି ବଢିଥାଏ ।

ଧନ୍ତେରସ ପର୍ବ ରେ ମୁଖ୍ୟ ରୂପ ରେ ସୁନା ଓ ରୂପା କିଣିବା ର ମହତ୍ଵ ରହିଆସିଛି । ସୁନା ଓ ରୂପା କୁ ଆପଣ ଆଭୁଶନ କିମ୍ବା କଏନ ଭାବ ରେ କିଣିପାରିବେ । ଅସଲ ରେ ସୁନା ରୂପା ଭଳି ମୁଲ୍ୟବାନ ଧାତୁ କୁ ସୁରକ୍ଷିତ ଭବିଷ୍ୟତ ରୂପ ରେ ମାନା ଯାଇଥାଏ ।

Image Courtesy: Google

ଧନ୍ତେରସ ଦିନ ସୁନା କିଣିବା ଶୁଭ ମାନା ଯାଇଥାଏ । ଏହାକୁ ଶୁଭ ବା ଶ୍ରେଷ୍ଠ ଧାତୁ ଭାବେ ମାନା ଯାଇଥାଏ । ଗୋଟେ ତରଫ ରୁ ଏହା ସୁରକ୍ଷିତ ନିବେଶ ଭାବେ କାମ କରିଥାଏ । ସୁନା ର ସ୍ଵଭାବ କୁ ଚଞ୍ଚଲ ମାନା ଯାଇଥାଏ । ଯେଉଁ ଲୋକ ସୁନା କିଣି ପାରିବେନି ସେମାନେ ଚାନ୍ଦି ମଧ୍ୟ କିଣି ପାରିବେ । ଚାନ୍ଦି କୁ ନିର୍ମଲ, ଶାନ୍ତ, ଶୀତଳ ବା ପବିତ୍ର ଧାତୁ ମଧ୍ୟ ମାନା ଯାଇଥାଏ । ଚାନ୍ଦି ରେ ନିର୍ମିତ ଯେ କୌଣସି ଜିନିଷ କିଣିବା ଦ୍ଵାରା ଘରେ ସୁଖ ଓ ସମ୍ପଦ ଆସିଥାଏ ।

Image Courtesy: Google

ଏହା ଦ୍ଵାରା ଯଶ, କୀର୍ତ୍ତି ତଥା ଐଶ୍ଵଜ୍ୟ ରେ ବୃଦ୍ଧି ଆସିଥାଏ । ଯେଉଁ ମାନେ ଚାନ୍ଦି କିଣି ପାରିବେ ନାହିଂ ସେମାନେ ପିତ୍ତଳ ର ବସ୍ତୁ ମଧ୍ୟ କିଣି ପାରିବେ । ପିତ୍ତଳ ଘରେ ସୁଖତା ନେଇ ଆସିଥାଏ । କୁହାଯାଏ ସମଦ୍ର ମନ୍ଥନ ଦ୍ଵାରା ଯେଉଁ ଅମୃତ କଳସ ବାହାରିଥିଲା ସେହି କଳସ ପିତ୍ତଳ ର ଥିଲା ।

Image Courtesy: Google

ଯେଉଁମାନେ ପିତ୍ତଳ ର ବସ୍ତୁ କିଣି ପାରିବେ ନାହିଂ ସେମାନେ ତମ୍ବା ର କୌଣସି ବସ୍ତୁ ମଧ୍ୟ କିଣିପାରିବେ । ତମ୍ବା କୁ ଜୀବନ ରେ ସ୍ଵସ୍ଥ, ନିରୋଗୀ କାୟା ଧାତୁ ମାନା ଯାଏ । ଯଦି ତମ୍ବା ର ବସ୍ତୁ ନ ପାରନ୍ତି ତେବେ ଆପଣ କଂସା ରେ ତିଆରି କୌଣସି ବି ବସ୍ତୁ କିଣିପାରିବେ । ଏହା ମାନା ଯାଏ କି କଂସ ବାସନ ରେ ପାଣି ପିଇବା ଓ ଖାଇବା ଦ୍ଵାରା ବୁଦ୍ଧି ତୀବ୍ର ହୋଇଥାଏ, ରକ୍ତ ବିକାର ଦୂର ହୋଇଥାଏ, ସ୍ଵସ୍ଥ ରେ ବୃଦ୍ଧି ହୋଇଥାଏ ।

Image Courtesy: Google

ମନୁଷ୍ୟ ର ଜନ୍ମ ହେବା ଠୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଦେଇଥାଏ ମାଟି । ଯାହା ସୁନା, ରୂପା, ପିତ୍ତଳ,ଓ ତମ୍ବା କୁ ନିଜ ପଣତକାନି ରେ ଭରି ରଖିଥାଏ । ତେଣୁ ଏହି ଧନ୍ତେରସ ରେ ମାଟି କୁ ମଧ୍ୟ ମହତ୍ଵ ଦିଆଯାଏ । ଏହା ଦ୍ଵାରା ଜୀବନରେ ଶୁଭତା,ସଫଳତା,ଯଶ,ବୈଭବ,କୀର୍ତି ଓ ସୁଖ ସମ୍ପତି ବଢିଥାଏ ।

Image Courtesy: Google

ଏହି ଧନ୍ତେରସ ରେ ଆପଣ ସୁନା,ଚାନ୍ଦି ଯାହା ବି କିଣନ୍ତୁ ତା ସହ ଏକ ମାଟି ର ମୂର୍ତି ମଧ୍ୟ କିଣନ୍ତୁ । ଏହାକୁ ଦୀପାବଳି ରେ ପୂଜା କରି ପୂଜା ଘରେ ରଖନ୍ତୁ ଯେପରି ସବୁବେଳେ ସେହି ମୂର୍ତି ପୂଜା ପାଉଥିବେ । ଯଦି ମୂର୍ତି କୁ ନିଜେ ବ ତିଆରି କରି ଘରେ ପୂଜା କରି ପାରିବେ । ଏହା ଛଡା ଆପଣ ଗୋଲ ବା କଏନ ଭଳି ଆକୃତି କରି ଘରେ ପୂଜା କରିପାରିବେ । ଏହା କରିବା ଦ୍ଵାରା ଆପଣଙ୍କ ସୁଖ ଓ ଧନ ରେ ସମୃଦ୍ଧି ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *