ଧନର ଅଭାବରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ରବିବାର ଦିନ କରନ୍ତୁ କ୍ଷୀରର ଏହି ଛୋଟ ଉପାୟ, ଜୀବନର ସବୁ ବାଧା ହେବ ଦୂର

ଆଜିକାଲି ସମୟରେ ପ୍ରାୟତଃ ବ୍ୟକ୍ତିମାନଙ୍କ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇଥାଏ । ବିନା କୌଣସି କାରଣରେ ଟଙ୍କା ଖର୍ଚ୍ଚ ହୋଇଯାଇଥାଏ, ଯେଉଁ କାରଣରୁ ଆର୍ଥିକ ସମସ୍ୟା ଉତ୍ପନ୍ନ ହେବାକୁ ଲାଗିଥାଏ । ଯଦି ଆପଣ ବି ଏହିଭଳି ସମସ୍ୟାରେ ଗତି କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ସହଜ ଓ ପ୍ରଭାବଶାଳି ଉପାୟ ବିଷୟରେ କହିବାକୁ ଯାଉଛୁ ।

ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କୁ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ର ସମାଧାନ ମିଳିଯିବ । ଆଜି ଆମେ ଆପଣଙ୍କୁ ରବିବାର ଦିନର କିଛି ଖାସ ଉପାୟ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ରବିବାର ଦିନ କେଉଁ ସବୁ ଉପାୟ କରିବା

·    ଯଦି ଆପଣ ନିଜ କାର୍ଯ୍ୟରେ ସଫଳତା ହାସଲ କରି ପାରୁ ନାହାନ୍ତି, ତେବେ ଆପଣ ରବିବାର ଦିନ କଳା କୁକୁର କିମ୍ବା ଗାଈକୁ ରୁଟି ଖାଇବାକୁ ନିଶ୍ଚିତ ଦିଅନ୍ତୁ । ଏହା ସହିତ କଳା ପକ୍ଷୀକୁ ଦାନା ଦିଅନ୍ତୁ ।

·    ଯଦି କୌଣସି ବ୍ୟକ୍ତିକୁ ଚାକିରି କ୍ଷେତ୍ରରେ ଅସୁବିଧା ହେଉଛି କିମ୍ବା ବ୍ୟାପାରରେ କ୍ଷତିର ସାମ୍ନା କରିବାକୁ ପଡୁଛି ତେବେ ଏଥିପାଇଁ ଆପଣ ରବିବାର ଦିନ ଓସ୍ଥ ଗଛ ତଳେ ଦୀପ ଜଳାନ୍ତୁ ଓ ଏହି ଦୀପିଟି ଚୌମୁଖା ଦୀପ ହୋଇଥିବା ଆବଶ୍ୟକ । ସେଥିରେ ସୋରିଷ ତେଲ ବ୍ୟବହାର କରନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।

·    ଯଦି ଆପଣଙ୍କର ଧନ ସମ୍ପତି ଦରକାର ତେବେ ଏଥିପାଇଁ ସୂର୍ଯ୍ୟ ଗ୍ରହ ଜାତକରେ ମଝବୁତ ହେବା ଜରୁରୀ ଅଟେ । ଯଦି ଆପଣ ଜାତକରେ ସୂର୍ଯ୍ୟଙ୍କ ସ୍ଥିତିକୁ ମଝବୁତ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ କ୍ଷୀର ର ଏକ ଉପାୟ କରି ପାରିବେ । ଆପଣ ରବିବାର ଦିନ ରାତିରେ ଶୋଇବା ପୂର୍ବରୁ ନିଜ ମୁଣ୍ଡ ପାଖରେ ଗୋଟିଏ ଗ୍ଳାସ କ୍ଷୀର ରଖି ଶୋଇ ଯାଆନ୍ତୁ ଓ ଆସନ୍ତା ଦିନ ସକାଳେ ଉଠି ଏହି କ୍ଷୀରକୁ ବାବୁଲ ଗଛ ମୂଳରେ ଅର୍ପଣ କରନ୍ତୁ, ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଏହା ଦ୍ଵାରା ଜାତକରେ ସୂର୍ଯ୍ୟ ମଝବୁତ ହେବେ ଓ ଜୀବନରୁ ସବୁ ବାଧା ଦୂର ହୋଇଯିବ ।

·    ଯଦି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ରବିବାର ଦିନ ଚାନ୍ଦିର ପାତ୍ରରେ ପାଣି ଭର୍ତ୍ତି କରି ସେବନ କରନ୍ତୁ । ଯଦି ଆପଣଙ୍କ ପାଖରେ ଚାନ୍ଦିର ଗ୍ଳାସ ନାହିଁ ତେବେ ଏହି ସ୍ଥାନରେ ଆପଣ ସାମାନ୍ୟ ଗ୍ଳାସ ର ବି ପ୍ରୟୋଗ କରି ପାରିବେ । କିନ୍ତୁ ସେଥିରେ କୌଣସି ଚାନ୍ଦିର ମୁଦି ପକାଇ ଦେବେ ।

·    ଯଦି ଆପଣ ସୂର୍ଯ୍ୟ ଦେବତାଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ରବିବାର ଦିନ ଆଦିତ୍ୟ ସ୍ତ୍ରୋତକୁ ୧୧ ଥର ପାଠ କରନ୍ତୁ । ଏହା ସହିତ ତମ୍ବାର ଗଡୁରେ ଜଳ ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *