ଧନ ତେରସ ଦିନ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ହେବ ଧନର ବର୍ଷା

ଆପଣ ମାନେ ଜାଣିଥିବେ ଆଉ କିଛି ଦିନ ପରେ ଧନ ତେରସ ପଡିବାକୁ ଯାଉଛି । ଏହି ଦିନ ଲୋକ ମାନେ ନିଜ ଘରକୁ ଅନେକ ନୂଆ ନୂଆ ଜିନିଷ ଆଣିଥାନ୍ତି । କିଛି ଲୋକ ମାନେ ସୁନା, ଚାନ୍ଦି ବା ଅନ୍ୟ କିଛି ଜିନିଷ ଘରକୁ ଉପହାର ସ୍ୱରୂପ ଆଣିଥାନ୍ତି । ଦୀପାବଳି ଦିନ ମା ଲକ୍ଷ୍ମୀଙ୍କର ଭକ୍ତି ସହକାରେ ପୂଜା ଆରାଧନା କରା ଯାଇଥାଏ । ତେବେ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନ ତେରସ ପଡିଥାଏ । କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ଧନ ତେରସ ଦିନ ଭଗବାନ ଧନନ୍ତରୀ ନିଜ ସହ ଅମୃତ କଳସ ଓ ଆୟୁର୍ବେଦ ନେଇ ଆସିଥିଲେ ।

ଧନ ତେରସରେ ଯାହା ଜିନିଷ କିଣିଲେ ତାହା ଶୁଭ ବୋଲି ମାନାଯାଏ । ଆଜି ଆମେ ଆପଣ ମାନଙ୍କୁ ଧନ ତେରସରେ କଣ ଘରକୁ ଆଣିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଧନ ତେରସରେ ଘରକୁ ରୂପା, ତମ୍ବା ପାତ୍ର ଆଣିଲେ ଘରେ ସୁଖ ସମୃଦ୍ଧି ଆସିବା ସହ ଧନର ପ୍ରାପ୍ତି ହୋଇଥାଏ । ଏହା ସହ ଏହି ଦିନ କଉଡି କିଣି ପୂଜା କରି ସିନ୍ଧୁକରେ ରଖିଲେ ଧନର ଅଭାବ ରହିବ ନାହି । ବିଶେଷ କରି ହଳଦିଆ କଉଡି ଆଣିଲେ ଏହା ଶୁଭ ହୋଇଥାଏ । ଏହି ଦିନ ଧନିଆ ଚାରା ଘରେ ଲଗାଇବା ଦ୍ଵାରା ଧନର ବର୍ଷା ହୋଇଥାଏ ।

ଯଦି ଧନ ସହ ଜଡିତ କୌଣସି ସମସ୍ଯା ରହିଥାଏ ତେବେ ଏହି ଦିନ ଦୀପାବଳି ସମ୍ଭାଧିତ ସାମଗ୍ରୀ ଯେମିତି କି ମା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଦୀପ ଆଦି କିଣି ପାରିବେ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଲାଭ ହେବା ସହ ଧନ ମଧ୍ୟ ପ୍ରାପ୍ତ ହୋଇଥାଏ । ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଧାନ ତେରସ ଦିନ ଘରକୁ ନିଶ୍ଚୟ କିଛି ସୁନା, ରୂପା, ପିତଳ ଜିନିଷ ଆଦି କ୍ରୟ କରି ଆଣନ୍ତୁ । ଏପରି କରିବା ଦ୍ଵାରା ଘରେ ଧନ ବୃଦ୍ଧି ହେବା ସହ ଧନର ଅଭାବ ରହିବ ନାହି । ଏହା ସହ ଘରେ ସଫା ସୁତୁରା ରଖିବା ସହ ଘରେ ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ ।

ଏହା ସହ ପିଲା ମାନଙ୍କୁ ଏହି ଦିନରେ ମାରନ୍ତୁ ନାହି । ଏହା ବ୍ୟତିତ କୌଣସି ଗରିବ ଲୋକଙ୍କୁ ଖାଦ୍ୟ ଦେବା ସହ କିଛି କପଡା ଦାନ କରନ୍ତୁ । ଏହି ସବୁ ଜିନିଷ ଆଣିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହା ବ୍ୟତିତ ଧନ ତେରସ ଦିନ ମା ଲକ୍ଷ୍ମୀଙ୍କର ପୂଜା ପାଠ କରନ୍ତୁ । ଏହି ସବୁ ଉପାୟ କରିବା ଦ୍ଵାରା ଘରେ ଶାନ୍ତି ରହିବା ସହ ପରିବାରର ବାତାବରଣ ହସ ଖୁସିର ରହିଥାଏ । ଧନ ତେରସ ଦିନ ନିଜ ପାଇଁ ନୂଆ କପଡା ମଧ୍ୟ କିଣି ପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ସୁନାର କୌଣସି ଜିନିଷ କିଣି ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଧାରଣ କରିଲେ ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *