ଦିନକୁ ଦିନ ଋଣରେ ବୁଡିବାକୁ ଲାଗିଛନ୍ତି, ତେବେ ମନେରଖନ୍ତୁ ଏହି କଥା- Chanakya Niti

ଚାଣକ୍ୟ କହିଥାନ୍ତି ବ୍ଯକ୍ତିର ଧର୍ମ ଓ ଜନ୍ମ ତାହାର ପରିଚୟ ହୋଇନଥାଏ । ବ୍ଯକ୍ତିର କର୍ମ ହିଁ ତାହାକୁ ମହାନ ବନାଇ ଥାଏ । ରୁଣ ମନୁଷ୍ୟର ସବୁଠୁ ବଡ ଶତ୍ରୁ ହୋଇଥାଏ । ଯଦି ଖୁସି ପୂର୍ଣ ଜୀବନ କାଟିବାକୁ ଚାହୁଁଛନ୍ତି, ତେବେ ସମ୍ପୂର୍ଣ  ଋଣକୁ ସୁଝିଦେବା ଦରକାର ।  ମନୁଷ୍ୟ ଜାତିକୁ ନିଜର ଭବିଷ୍ୟତ ବା ଅତୀତକୁ ଚିନ୍ତା କରିବା ଉଚିତ ନୁହେଁ । କେବଳ ବର୍ତମାନର ବିଷୟକୁ ଚିନ୍ତାକରି ନିଜର ଜୀବନକୁ ସଫଳ କରି ଗଢି ହେବ ।

ଶିକ୍ଷା ହିଁ ମନୁଷ୍ୟକୁ ଉତ୍କୃଷ୍ଟ କରି ଗଢିଥାଏ । ସୁନ୍ଦରତା ଓ ଯୌବନ ଛାଡି ଚାଲି ଯାନ୍ତି, କିନ୍ତୁ ଶିକ୍ଷା କେବଳ ଏପରି ଅବସ୍ଥା ଯାହା ସବୁବେଳେ ସାଥିରେ ରହିଥାଏ । ବ୍ୟବସାୟ ସମ୍ପର୍କିତ ନିଜର ଜ୍ଞାନ କୌଣସି ବ୍ୟକ୍ତିକୁ ଜଣାନ୍ତୁ ନାହିଁ, ଭଲ ଅଟେକି ସେ ଆପଣଙ୍କର କେତେ ବି ନିଜର ହେଉ । ଯଦି ଆପଣ ଏପରି କରନ୍ତୁ, ତେବେ ଆପଣଙ୍କ ବିନାଶ ନିଶ୍ଚିତ ଅଟେ ।

ବାସ୍ତବିକ ଜ୍ଞାନ ପୁସ୍ତକ ବା ସମ୍ପତିରେ ମିଳି ନଥାଏ । ଯଦି ଏପରି ହେଉଥାନ୍ତା ତେବେ, ଲୋକମାନେ ଦରକାର ପଡିଲେ ମଧ୍ୟ ଏହାର ପ୍ରୟୋଗ କରି ପାରି ନଥାନ୍ତି । ଯଦି କୌଣସି ବ୍ୟକ୍ତି ଆପଣଙ୍କର ବହୁତ ନିକଟତର ସେ ଆପଣଙ୍କ ଠାରୁ କେତେ ବି ଦୂରରେ ଥାଉନା କାହିଁକି ସବୁବେଳେ ଆପଣଙ୍କ ହୃଦୟ ପାଖରେ ରହିଥାଏ । କିନ୍ତୁ  ଯିଏ ଥରେ ମଧ୍ୟ  ହୃଦୟ ବାହାରି ଯାଏ ତେବେ  ଦୂରତା ନଥିଲେ ମଧ୍ୟ ସେ ନିଜର ହୋଇପାରେନି ।

କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କେତୋଟି ପ୍ରଶ୍ନ ପ୍ରଥମେ ନିଜକୁ ପଚାର । ଏହି କାର୍ଯ୍ୟ କରିବା ପାଇଁ ତୁମର ଆନ୍ତରିକତା ଅଛି ? ତୁମକୁ ଏହି କାର୍ଯ୍ୟରେ ସଫଳତା ମିଳିବ ? ଏହି କାମ କାହିଁକି  କରିବାକୁ ଚାହୁଞ୍ଚୁ ?ଯଦି  ଏ ସମସ୍ତ ପ୍ରଶ୍ନର ସକାରାତ୍ମକ ଉତ୍ତର ମିଳୁଅଛି, ତେବେ ସେ କାର୍ଯ୍ୟରେ ଆରମ୍ଭ କରିବା ଉଚିତ ।

ଆପଣ ସଫଳ ହେବେ ନା ନାହିଁ ଏହି ଭୟରେ କୌଣସି କାର୍ଯ୍ୟ ଅଧାରେ ଛାଡି ଦିଅନ୍ତୁ ନାହିଁ । ଚାଣକ୍ୟ କହନ୍ତି ନିଜର ଧର୍ଯ୍ୟକୁ ରଖି କାର୍ଯ୍ୟ କରିବା ବ୍ୟକ୍ତି ଏହି ଦୁନିଆରେ ସବୁଠାରୁ ଆନନ୍ଦିତ ବ୍ୟକ୍ତି ହୋଇଥାଏ । ନିଜର ଧନକୁ ଏପରି ବ୍ୟକ୍ତି ଦିଅନ୍ତୁ, ଯିଏ ପ୍ରକୃତରେ ତାହାର ସଦ ଉପଯୋଗ  କରିବା ଜାଣି ଅଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *