ପାଠ ପଢାରେ ମନ କେମିତି ଲଗାଇବେ ? How to increase Concentration

ବନ୍ଧୁଗଣ ନମସ୍କାର, ବର୍ତ୍ତମାନ ସମୟରେ ପରିସ୍ଥିତି ଯେଉଁଭଳି ହେଉଛି ସେହିଭଳି ପରିସ୍ଥିତି ରେ ପାଠ ପଢ଼ା ରେ ଧ୍ୟାନ ଦେବା ଅତ୍ୟନ୍ତ କଷ୍ଟକର ହୋଇଯାଇଛି । ଆଜି ଆମେ ଆପଣଙ୍କୁ କିଛି ଏଭଳି ବିଷୟ ସମ୍ପର୍କରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ର ନିଶ୍ଚିତ ଭାବରେ ପାଠ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ଏବଂ ଆପଣ ନିଜ ପାଠ ପଢ଼ାରେ ଭଲ ଭାବରେ ଧ୍ୟାନ ତଥା ସଠିକ ସମୟ ଦେଇପାରିବେ । ତେବେ ଆମେ ଆପଣଙ୍କୁ ଆଜି ଯେଉଁ ସମ୍ବନ୍ଧରେ କହିବାକୁ ଯାଉଛୁ ତାହା ଆପଣ ମନ ଧ୍ୟାନ ଦେଇ ନିଶ୍ଚିତ ଭାବରେ ବୁଝନ୍ତୁ ।

ଜୀବନ ରେ କୌଣସି କାର୍ଯ୍ୟ କୁ କରିବାକୁ ହେଲେ ସେଥିରେ ପ୍ରଥମ ଏବଂ ମୁଖ୍ୟ ଆବଶ୍ୟକତା ଟି ହେଉଛି ମନରୁ ଏକାଗ୍ରତା । ଯଦି ଆମେ କୌଣସି କାର୍ଯ୍ୟ କୁ ଏକାଗ୍ରତା ର ସହ କରିବା ନାହିଁ ତେବେ ଆମର କୌଣସି କାର୍ଯ୍ୟ ସଫଳ ହୋଇନଥାଏ ।

ତେବେ ସବୁଠାରୁ ଜରୁରୀ ହେଉଛି ମନରେ ଏକାଗ୍ରତା ସୃଷ୍ଟି କରିବା । ଏକାଗ୍ରତା କୁ କେବଳ ଗୋଟିଏ ଜିନିଷ ଭାଙ୍ଗି ପାରିଥାଏ ତାହା ହେଉଛି ଆମ ମନ ଭିତରେ ଥିବା ବ୍ୟାକୁଳତା । ତେବେ ଯଦି ଆମେ ଏହି ବ୍ୟାକୁଳତା କୁ ଆମ ମନରୁ ସମ୍ପୂର୍ଣ୍ଣ ଭାବରେ ଦୁରେଇ ଦେବା ତେବେ ଆମ ମନର ଏକାଗ୍ରତା କେବେ ଭି ଭାଙ୍ଗିବ ନାହିଁ । ତେବେ ନିଜ ଏକାଗ୍ରତା କୁ ବଜାୟ ରଖିବା ନିମନ୍ତେ ଆମକୁ ପ୍ରଥମେ ନିଜ ବ୍ୟାକୁଳତା କୁ ଦୁରେଇବାକୁ ପଡ଼ିବ । ତେଣୁ ସର୍ବ ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ଯେ, ବ୍ୟାକୁଳତା କେତେ ପ୍ରକାରର ଏବଂ ତାହା କଣ କଣ ।

ଆମ ଭିତରେ ଦୁଇ ପ୍ରକାରର ବ୍ୟାକୁଳତା ରହିଛି ଯାହା ହେଉଛି ଅଭ୍ୟନ୍ତର ବ୍ୟାକୁଳତା ଏବଂ ବାହ୍ୟ ବ୍ୟାକୁଳତା । ବାହ୍ୟ ବ୍ୟାକୁଳତା ଅର୍ଥାତ ଆପଣଙ୍କ ଆଖ ପାଖରେ ହେଉଥିବା କାର୍ଯ୍ୟ ଯାହାଦ୍ୱାରା ଆପଣଙ୍କୁ କୌଣସି କାର୍ଯ୍ୟ କରିବା ସମୟରେ ବାଧାପ୍ରାପ୍ତ ହୋଇଥାଏ । ଉଦାହରଣ ସ୍ୱରୂପ ଯଦି ଆପଣ ପାଠ ପଢ଼ୁଥିବା ସମୟରେ କେହି ଆପଣଙ୍କ ସମ୍ମୁଖରେ ଟିଭି ଦେଖୁଛି ତେବେ ଆପଣ ଯଦି ନିଜେ ଟିଭି ବନ୍ଦ କରି ଦିଅନ୍ତି ତେବେ ସେହିଠାରେ ହିଁ ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ ।

କିନ୍ତୁ ଆମ ମନ ଭିତରେ ହେଉଥିବା ବ୍ୟାକୁଳତା କୁ ଦୂର କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଯାହାକୁ ଆଭ୍ୟନ୍ତର ବ୍ୟାକୁଳତା ମଧ୍ୟ କୁହାଯାଇପାରିବ । ଏହା ସେହି ସମୟରେ ହୋଇଥାଏ ଯେବେ ଆପଣ ନିଜ ମନ ଭିତରୁ ଦୁଃଖ ରେ ଥାଆନ୍ତି । ତେବେ ଯଦି ଆପଣ ଏହି ସବୁ ସମସ୍ୟାରୁ ନିଜକୁ ମୁକ୍ତ କରିବେ ତାହେଲେ ହିଁ ଆପଣ ନିଜ ପାଠ ପଢ଼ାରେ ଧ୍ୟାନ ଲଗାଇ ପାରିବେ ଏବଂ ସହଜରେ ସବୁ ମନେ ରଖି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ଆପଣ କିଭଳି ନିଜକୁ ମୁକ୍ତ କରିପାରିବେ ।

୧. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ ହେଉଛି ଆପଣ ନିଜ ମନକୁ ସର୍ବଦା ଏକାଗ୍ରତା ର ସହ ରଖିବେ । ଏହା କେବଳ ଆପଣ ହିଁ କରିପାରିବେ ଏବଂ ଏହା କରିବା ପାଇଁ ଆପଣଙ୍କ ପାଖରେ କେବଳ ଦୁଇଟି ଉପାୟ ହିଁ ଅଛି ।

୨.ପ୍ରଥମ ଉପାୟ ଆପଣ ଯଦି ଏହି ସବୁ ସମସ୍ୟା ରୁ ବାହାରିବାକୁ ଚାହୁଁଛନ୍ତି ତେବେ ଆପଣ କେବଳ ନିଜ ଭବିଷ୍ୟତ ସମ୍ବନ୍ଧରେ ଭାବନ୍ତୁ ଏବଂ ବାକି ଆପଣଙ୍କ ଅତୀତ ରେ ଆପଣଙ୍କ ସହ କଣ ହୋଇଛି ତାହା ସମ୍ପୂର୍ଣ୍ଣ ମାତ୍ରା ରେ ଭୁଲି ଯାଆନ୍ତୁ । ଆପଣ କେବଳ ଏକାଗ୍ରତା ସହ ନିଜ କାର୍ଯ୍ୟ ରେ ମନ ଲଗାନ୍ତୁ ବାକି ଏହାର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ ।

୩. ଆପଣ ଯଦି ଏହା କରିବେ ନାହିଁ ତେବେ ଆପଣଙ୍କ ପାଖରେ ଥିବା ଦ୍ଵିତୀୟ ଉପାୟ ଟି ହେଉଛି ଆପଣ ନିଜ ବିଷୟରେ ନ ଭାବି ଅନ୍ୟ ସମ୍ବନ୍ଧରେ ଭାବନ୍ତୁ ଯାହାଦ୍ୱାରା ଆପଣଙ୍କ ସମସ୍ତ କାର୍ଯ୍ୟ କେବଳ ଅସଫଳ ହିଁ ହେବ ଏବଂ ଆପଣ ବର୍ତ୍ତମାନ ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନରେ ହିଁ ରହିଯିବେ । ତେବେ ଏହି ୨ଟି ଉପାୟ ମଧ୍ୟରୁ ପସନ୍ଦ ଆପଣଙ୍କୁ କରିବାକୁ ହେବ ଏହା କେବଳ ଆପଣଂକ ହାତରେ ହିଁ ଅଛି ଆପଣଙ୍କ ଛଡ଼ା ଏହି କାର୍ଯ୍ୟ ଅନ୍ୟ କେହି ଭି କରି ପାରିବେ ନାହିଁ ।

ତେବେ ଆପଣଙ୍କୁ ଯଦି ନିଜ ପାଠ ପଢ଼ା ରେ ମନ ଧ୍ୟାନ ଲଗାଇବାର ଅଛି ତେବେ ଆମେ କହିବା ଅନୁସାରେ ଆପଣ କାର୍ଯ୍ୟ କଲେ ନିଶ୍ଚିତ ଭାବରେ ସଫଳ ହୋଇପାରିବେ ଅଥବା ଆପଣ ସେହି ସ୍ଥାନରେ ରହିଯିବେ ବର୍ତ୍ତମାନ ଯେଉଁଠି ଅଛନ୍ତି । ପସନ୍ଦ ଆପଣଙ୍କ ହାତରେ ରହିଛି । ଆପଣ ଯାହା ଭି ନିଷ୍ପତ୍ତି ନେବେ ତାହାର ଫଳ କେବଳ ଆପଣଙ୍କୁ ହିଁ ମିଳିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *