ଦୀପ ଜାଳି ଶୁଭ ଜାଗାରେ ଅଶୁଭ କରୁନାହାନ୍ତି ତ ସାବଧାନ!

ଭାରତୀୟ ସଂସ୍କୃତି ଅନୁଯାଇ ଭଗବାନଙ୍କୁ ବନ୍ଦନା ବା ଆରତୀ କରିବା ସମୟରେ ଆମେ ଦୀପ ଜାଳି ଥାଉ । କିନ୍ତୁ ବହୁତ ଲୋକ ଦୀପ ଜାଳିଲା ବେଳେ ଏହି କଥା ଉପରେ ଧ୍ୟାନ ଦିଅନ୍ତି ନାହିଁ ଯେ ଦୀପ ରାସୀତେଲରେ ଜଳା ଯାଇଛି ବା ଘିଅ ବା ସୋରିଷ ତେଲରେ, ଯାହା ପାଖରେ ଯେଉଁ ତେଲ ଥାଏ ସେ ସେହି ତେଲରେ ଦୀପ ଜାଳି ଦିଅନ୍ତି ଓ କୌଣସି ଦିଗ ରେ ମଧ୍ୟ ରଖି ଦିଅନ୍ତି ।

ଯାହା ବହୁତ ଭୁଲ ହୋଇଥାଏ ଓ ଏହା ଦ୍ଵାରା ଆପଣଙ୍କ ଜାତକ ଉପରେ ବାସ୍ତୁ ଦୋଷ ପଡିଥାଏ । ତେବେ ବାସ୍ତୁ ଦୋଷରୁ ବଞ୍ଚିବା ପାଇଁ ଓ ସଠିକ ବିଧି ଅନୁଯାଇ ଦୀପ ଜଳେଇବା ବିଷୟରେ ଜାଣି ରଖନ୍ତୁ ଓ ଦୀପାବଳିରେ ଠିକ ସେମିତି ଦୀପ ଜାଳନ୍ତୁ ଦେଖିବେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ ।

Image Courtesy: Google

୧. ସୋରିଷ ତେଲ :

ଶାସ୍ତ୍ର ଅନୁଯାଇ ସୋରିଷ ତେଲ ଦୀପ ଘରେ କେବେ ବି ଜାଳିବେ ନାହିଁ ଏହା ଶୁଭ ଫଳ ଦାୟକ ନୁହ । ଏହା ଛଡା ଆପଣ ଘର ବାହାରେ ସୋରିଷ ତେଲ ଦୀପ ଜାଳି ପାରନ୍ତି, ତେବେ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ସୋରିଷ ତେଲ ଦୀପ ଶନି ମହାରାଜଙ୍କୁ ଅର୍ପଣ କଲେ ମଣିଷ ବହୁତ ସମସ୍ଯା ସମାଧାନ ହୋଇଥାଏ ତେବେ ଓସ୍ତ ଗଛ ମୂଳେ ଆପଣ ସୋରିଷ ତେଲ ଦୀପ ଜାଳି ପାରିବେ ବା ଦୀପାବଳିରେ ଯେଉଁ ଦୀପ ବାହାରେ ରଖିବେ ତାହା ଆପଣ ସୋରିଷ ତେଲରେ ଜାଳି ପାରିବେ । ଏହା ଛଡା ସବୁଠାରୁ ମହତ୍ଵପୂର୍ଣ୍ଣ କଥା ଏହା ଅଟେ ଯେ ଆପଣ ଦୀପ ସବୁବେଳେ ପୂର୍ବ ଦିଶାରେ ପ୍ରଜ୍ଵଳନ କରିବେ ନଚେତ ଏହାର ଅଶୁଭ ଫଳ ଆପଣଙ୍କୁ ପ୍ରାପ୍ତି ହବ ଓ ପଶ୍ଚିମ ଦିଗରେ ଭୁଲରେ ବି ରଖନ୍ତୁ ନାହିଁ ।

Image Courtesy: Google

୨. ଯଦି ଆପଣଙ୍କୁ ସନ୍ତାନ ହେଉ ନାହିଁ ବା ଆପଣଙ୍କ ପୁଅ ବଦମାସିଆ ହେଉଛି ବା କୌଣସି ସମସ୍ଯାରୁ ଆପଣ ବଞ୍ଚିବାକୁ ଚାହନ୍ତି ତେବେ ଆପଣ ୩ ମୁଖି ଦୀପ ଘରେ ଲଗାନ୍ତୁ ଓ ମନେ ରଖନ୍ତୁ ସେଥିରେ ଭୁଲରେ ବି ସୋରିଷ ତେଲ ପକାଇବେ ନାହିଁ ନଚେତ ଭଲ ହବା ଜାଗାରେ ଖରାପ ହୋଇଥାଏ । ଆପଣଙ୍କୁ ଶୁଦ୍ଧ ଘିଅ ବା ରାସୀ ତେଲରେ ଦୀପ ଲଗାଇବାର ଅଛି ଓ ଲଗାତାର ୩ ମାସ ଆପଣଙ୍କୁ ଦୀପ ଲଗାଇବାର ଅଛି ଦେଖିବେ ସବୁକିଛି ଭଲ ହୋଇଯିବ ।

Image Courtesy: Google

୩. ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ଦେହ ବହୁତ ଖରାପ ହୋଇଥାଏ ଓ ମୃତ୍ୟୁ ପାଖେଇ ଆସିଲା ଭଳି ଲାଗିଥାଏ ତେବେ ଘରେ ମା କାଳୀଙ୍କ ଗୋଟେ ଫଟୋ ରଖନ୍ତୁ ଓ ସେହି ଫଟୋ ଆଗରେ ସୋରିଷ ତେଲ ଦୀପ ରଖନ୍ତୁ ସବୁଦିନ ଦେଖିବେ ସେହି ବ୍ୟାକଟୀନ ସ୍ୱାସ୍ଥ୍ୟ ଭଲ ହବାକୁ ଲାଗିବ ।

Image Courtesy: Google

 

ଏହା ଛଡା ଯଦି ଘରେ ଧନ ସମସ୍ଯା ଅଛି ବା ଯେତେ ରୋଜଗାର କଲେ ଖର୍ଚ ହେଇଯାଉଛି ତେବେ ୪ଟି ମୁଖ ଦୀପ ଘରେ ଲଗାନ୍ତୁ ଓ ମନେ ରଖନ୍ତୁ ଘିଅ ଛଡା ଅନ୍ୟ ତେଲରେ ଦୀପ ଜଳାନ୍ତୁ ନାହିଁ ନଚେତ କିଛି କାମ କରିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *