ଦୀପ ଅଚାନକ ଲିଭିଯିବା ବା ଦୀପର ସଳିତା ପୁରା ଜଳିଗଲେ କେଉଁ ସୂଚନା ମିଳିଥାଏ ? Ajira Anuchinta

ବନ୍ଧୁଗଣ ପ୍ରାଚୀନ କାଳରୁ ଦୀପକୁ ନେଇ ଅନେକ କଥା ପ୍ରଚଳିତ ଅଛି । ଦୀପ ଦ୍ଵାରା ଆମକୁ ଅନେକ ପ୍ରକାରର ସଂକେତ ମିଳିପାରେ । ଦୀପ ତେଜ ହୋଇ ଜଳିବା ବା ଅଚାନକ ଲିଭିଯିବା ବା ଦୀପରୁ ତେଲ ଶେଷ ହେବା ଯାଏଁ ଦୀପ ଜଳିବା ଭଳି ଘଟଣା ଦ୍ଵାରା ଆମକୁ ଅନେକ ମହତ୍ବପୂର୍ଣ୍ଣ ସଂକେତ ମିଳିଥାଏ । ଯଦି ଆପଣ ଦୀପର ବତୀ କୌଣସି ଦିଗରେ ରଖିବା ସମୟରେ ଅଚାନକ ଦୀପ ଲିଭିଯାଏ ବା କୌଣସି ସ୍ଥାନରେ ଦୀପ ଲଗାଇବା ଦ୍ଵାର ଅନେକ ସମୟ ଯାଏଁ ଜଳିଥାଏ ତେବେ ଏହି ଘଟଣାରୁ ଶୁଭ ଅଶୁଭ ସଂକେତ ମିଳିଥାଏ ।

ଆଜି ଆମେ ଆପଣଙ୍କୁ ଦୀପ ଲିଭିବା ବା ଦୀପର ସଳିତା ପୁରା ଜାଲିଗଲେ କେଉଁ ସଂକେତ ମିଳିଥାଏ ତାହା କହିବାକୁ ଯାଉଛୁ । ଦୀପ ସକାଳ ୫ଟା ରୁ ୧୦ଟା ଯାଏଁ ଓ ସନ୍ଧ୍ୟାରେ ୫ଟାରୁ ୭ଟା ହିତରେ ଜଳାଇଲେ ଶୁଭ ହୋଇଥାଏ । ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଲଗାଇଲେ ଘରେ ନେଗେଟିଭ ଶକ୍ତି ପ୍ରବେଶ କରିପାରେ ନାହି । ଯଦି ଆପଣ ଘିଅ ଦୀପ ଜଳାଉଛନ୍ତି ତେବେ ଶୁଭ ପରିଣାମ ପ୍ରାପ୍ତ ହୁଏ । ଆପଣ ଭଗବାନଙ୍କ ଡାହାଣ ହାତ ପଟେ ବସିଥିଲେ ଘିଅର ଦୀପ ପ ବାମ ପଟେ ବସିଥିଲେ ତେଲର ଦୀପ ଜଳାନ୍ତୁ ।

ଦୀପ ଲଗାଇବା ପୂର୍ବରୁ ଧ୍ୟାନ ରଖିବେ ଖଣ୍ଡିତ ନ ଥିବ । ଘିଅର ଦୀପ ଭଗବନାଙ୍କୁ ସମର୍ପିତ କରିବାକୁ ଓ ତେଲର ଦୀପ ମନୋକମନା ପୂର୍ତ୍ତି କରିବାକୁ ଲଗାଯାଏ । ପୂଜା ସମୟରେ ଦୀପ ଲିଭିଯିବା ଦ୍ଵାରା ପୂର୍ଣ୍ଣ ଫଳ ମିଳେ ନାହି । ଘିଅ ଦୀପ ପାଇଁ ଧଳା ବତୀ ଓ ତେଲ ଦୀପ ପାଇଁ ନାଲି ବତୀ ଆବଶ୍ୟକ ହୋଇଥାଏ । ସନ୍ଧ୍ୟାରେ ମୁଖ୍ୟଦ୍ଵାର ଆଗରେ ଦୀପ ପ୍ରତିଦିନ ଜଳାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଗମନ କରିଥାନ୍ତି । ଦୀପକୁ ତଳେ ନ ରଖି ଚାଉଳ ବା ଅନ୍ୟ କୌଣସି ବସ୍ତୁରେ ରଖିବା ଉଚିତ ।

ପିଉଥିବା ପାଣି ପାତ୍ର ପାଖରେ ଦୀପ ରଖିଲେ ଧନର ବୃଦ୍ଧି ସହ ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହୁଏ । କେବେବି ଗୋଟେ ଦୀପରୁ ଆଉ ଗୋଟେ ଦୀପ ଜଳାଇବା ଅନୁଚିତ । ଧନ ଖର୍ଚ୍ଚ ଅଧିକ ହେଉଥିଲେ ବା ଟଙ୍କା ସଞ୍ଚୟ ହୋଇପାରୁ ନ ଥିଲେ ଘରର ଉତ୍ତର ଦିଶାରେ ଏକ ପାତ୍ରରେ ଦୀପ ଲଗାନ୍ତୁ । ଦୀପର ମୁଖ ପୂର୍ବ ଦିଶାରେ ରହିଲେ ଆରୋଗ୍ୟରେ ବୃଦ୍ଧି ହେବା ସହ ଘରର ସଦସ୍ୟଙ୍କ ଆୟୁ ଲମ୍ବା ହୋଇଥାଏ । ପଶ୍ଚିମ ଦିଗରେ ଦୀପ ଜଳିଲେ ମାନସିକ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଉତ୍ତର ଦିଗରେ ଦୀପ ରଖିଲେ ଧନ ଜନିତ ସମସ୍ଯା ହେବା ସହ ଆର୍ଥିକ ପକ୍ଷ ମଜବୁତ ହୁଏ । ଦକ୍ଷିଣ ଦିଗରେ ଦୀପ ରଖିବା ଅନୁଚିତ କାରଣ ଏହା ମୃତ୍ୟୁର ଦିଗ ହୋଇଥାଏ । ଦୀପ ଲଗାଇବାର ତୁରନ୍ତ ଲିଭିଗଲେ ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଦୀପ ଜଳାଇବା ସମୟରେ ତେଜ ବଢିଲେ ବହୁତ ଶୁଭ ସଂକେତ ହେବା ସହ ଧନ ପ୍ରାପ୍ତି ହୋଇଥାଏ । ଦୀପରୁ ତେଲ ଥାଇ ବି ବତୀ ଲିଭିଗଲେ ବ୍ୟାପାରରେ ଫାଇଦା ମିଳିବାର ସଂକେତ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ବିବରଣୀ କେମିତି ଲାଗିଲା କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *