25 Octoberରେ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି, ଦେଖନ୍ତୁ ହାଣ୍ଡିଛାଡର ସଠିକ ସମୟ, କେଉଁ ରାଶି ଉପରେ ପଡିବ ଶୁଭ ଓ ଅଶୁଭ ପ୍ରଭାବ?

ବନ୍ଧୁଗଣ ଚଳିତ ବର୍ଷ ଅକ୍ଟୋବର ୨୫ ମଙ୍ଗଳବାର ଦୀପାବଳି ଅମାବାସ୍ୟା ଦିନ ପଡିବାକୁ ଯାଉଛି । ଏହା ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ସୂର୍ଯ୍ୟପରାଗ ଆଂଶିକ ହେବ ସହ ଲମ୍ବା ମଧ୍ୟ ହେବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ୟୁରୋପ, ଦକ୍ଷିଣ-ପଶ୍ଚିମ ଏସିଯା ଓ ଉତ୍ତର-ପୂର୍ବ ଆଫ୍ରିକା ଓ ଆଣ୍ଟଲାଟିକ ମହାସାଗରରେ ଦେଖାଯିବ । ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟ ପରାଗର ସମୟ ସୀମା, ସୁତକ ସମୟ ଓ ଦେବ ନୀତି, ହାଣ୍ଡି ଛାଡ ଓ ପାକ ନିଷେଧ, ଗର୍ଭବତୀ ମହିଳା ମାନେ କଣ କରିବେ ଓ କଣ କରିବେ ନାହି, ପରାଗ ସମୟରେ କଣ କରିବା ଉଚିତ ଓ ଅନୁଚିତ ଓ କେଉଁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ।

ସୂର୍ଯ୍ୟପରାଗ ଲାଗିବାର ୯ ଘଣ୍ଟା ବା ୩ ପ୍ରହାର ପୂର୍ବରୁ ଏବଂ ପରାଗ ଲାଗିବାର ୩ ଘଣ୍ଟା ପୂର୍ବରୁ ପାକ ନିଷେଧ ହୋଇଥାଏ । ଏହି ସମୟକୁ ସୁତକ ସମୟ କୁହଯାଏ । ଏହି ସମୟରେ ଖାଦ୍ଯ ଖାଇବା ନିଷେଧ କରାଯାଇଛି । ଏହି ପରାଗର ସୁତକ ସମୟ ହେଉଛି ୨୪ ଅକ୍ଟୋବର ସୋମବାର ରାତି ୯ଟା ୨୫ ମିନିଟରୁ ୨୫ ଅକ୍ଟୋବର ମଙ୍ଗଳବାର ସଂଖ୍ୟା ୬ଟା ୩୨ ମିନିଟ ପର୍ଯ୍ଯନ୍ତ ରହିବ । ପରାଗ ଲାଗିବାର ସମୟ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨ଟା ୨୯ ମିନିଟ ଓ ଶେଷ ହେବ ୬ଟା ୩୨ ମିନିଟ ।

ସଂପୂର୍ଣ୍ଣ ଗ୍ରାସ ସମୟ ହେଉଛି ଦିନ ୪ଟା ୩୧ ମିନିଟ ଓ ଶେଷ ସମସ୍ଯା ୫ଟା ୫୬ ମିନିଟ । ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ପରାଗ ଦେଖିବା ଅନୁଚିତ । ଏହା ସହ ସିଲେଇ ବା କଟାକଟି କରିବା ଅନୁଚିତ । ଏହି ସମୟରେ ଖାଦ୍ୟ ଗ୍ରହଣ କରିବା ଅଶୁଭ ଅଟେ । ପରାଗ ସମୟରେ ଖାଦ୍ଯ ଗ୍ରହ କରନ୍ତୁ ନାହି । ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ନିଷେଧ ଅଟେ । ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ ନାହି । ନଚେତ ପରିବାରରେ ଅନିଷ୍ଟ ହୋଇଥାଏ । ଏହି ସମୟରେ ଠାକୁର ପୂଜା କରନ୍ତୁ ନାହି ।

ତେଣୁ ଠାକୁର ପୂଜା ବନ୍ଦ କରିବା ସହ ଗଛକୁ ସ୍ପର୍ଶ କରନ୍ତୁ ନାହି । ଏହି ସମୟରେ କିଛି ଦାନ କରିଲେ ଶରୀରରେ କୌଣସି ପ୍ରକାରର ରୋଗ ହୁଏ ନାହି । ପରାଗ ଛାଡିବା ପରେ ସ୍ନାନ କରି ପିନ୍ଧିଥିବା ବସ୍ତ୍ର ଧୋଇ ଦେବା ନୀତି କରିବା ଉଚିତ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ନଚେତ ଏହାର କୁପ୍ରଭାବ ସନ୍ତାନଙ୍କ ଉପରେ ପଡିଥାଏ । ସୂର୍ଯ୍ୟପରାଗ କାରଣରୁ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି ।

ଯାହା ଫଳରେ କିଛି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ସେହି ୪ଟି ରାଶି ହେଉଛନ୍ତି ବୃଷ, ସିଂହ, ଧନୁ ଓ ମକର ରାଶି । ଏମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ପରାଗ ସମୟରେ ୪ଟି ରାଶିଙ୍କ ଉପରେ ସାମାନ୍ଯ ପ୍ରଭାବ ରହିବ ଯଥା ମେଷ, ମିଥୁନ, କନ୍ୟା ଓ କୁମ୍ଭ । ଅଶୁଭ ପ୍ରଭାବ ପଡିବାକୁ ଯାଉଥିବା ରାଶି ହେଉଛି କର୍କଟ, ତୁଳା, ବିଛା ଓ ମୀନ ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *