ଭୁଲରେବି ଦୀପାବଳିରେ ଏହିସବୁ ଉପହାର କାହାକୁ ଦିଅନ୍ତୁ ନାହିଁ କି କାହାଠୁ ନିଅନ୍ତୁ ନାହିଁ

ଆପଣମାନେ ସମସ୍ତେ ଜାଣିଛନ୍ତି ଆଗକୁ ଆସୁଛି ଦୀପାବଳି । ଯାହାକି ୨୭ ଅକ୍ଟୋବରରେ ସାରା ଦେଶରେ ଧୂମ ଧାମରେ ପାଳନ କାରାଯିବ । ଏହି ପର୍ବ ପାଳନ କରିବାପାଇଁ ଆମେମାନେ ବହୁତ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାଉ । ଏହିଦିନ ଆମେ ନିଜ ପରିଜନ, ବନ୍ଧୁ ଓ ପଡୋଶିଙ୍କୁ ଉପହାର ମଧ୍ୟ ଦେଇଥାଉ । କିନ୍ତୁ କେବେ କେବେ ଆମେ ଏମିତି କିଛି ଉପହାର ଦେଇ ଦଉ ଯାହାର କୁପ୍ରଭାବ ଆମ ଉପରେ ପଡିଥାଏ । ଶାସ୍ତ୍ରରେ ଏମିତି କିଛି ଉପହାର ଉପରେ ଆରୋପ ଲଗାଯାଇଛି ।

ତେବେ ଆସନ୍ତୁ ଜାଣିବା ସେହି ସବୁ ଉପହାର ଗୁଡିକ କଣ ଯାହା ଭୁଲରେ ବି କାହାକୁ ଦେବା କଥା ନୁହେଁ ।

ମହାଭାରତ ଯୁଦ୍ଧ ସମୟରେ କୁରୁକ୍ଷେତ୍ରରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେବା ସମୟରେ କହିଥିଲେ ଛବି କାହାକୁ ଉପହାରରେ ଦିଆଯାଏ ନାହିଁ ଓ ଘରର କାନ୍ଥରେ ମଧ୍ୟ ଲଗେଇବା ଉଚିତ ନୁହେଁ ।

ଦେଖାଯାଇଛି କି ଲୋକମାନେ ଅନେକସମୟରେ ଅନ୍ୟ ମାନକୁ ଦେବୀ-ଦେବତା ମାନଙ୍କ ଚିତ୍ର ଉପହାର ସ୍ୱରୂପ ଦେଇଥାନ୍ତି । କିନ୍ତୁ ମନେରହେ ଯେଉଁ ଚିତ୍ରରେ ଦେବତା ଉଗ୍ର ରୂପରେ ଥିବେ ଅଥବା ଯୁଦ୍ଧ କରୁଥିବେ ତାହାକୁ ଉପହରରେ ଦେବା ଉଚିତ ନୁହେଁ ।

ଶାସ୍ତ୍ରରେ ଦର୍ଶାଯାଇଛି କିଛି ଉପହାର ଯେମିତିକି ରାମାୟଣ, ମହାଭାରତ, ଗ୍ରହଣ, ଜଙ୍ଗଲି ପଶୁ, ଅକାଳ ଓ ସୂର୍ଯ୍ୟାସ୍ତର ଉପହାର ଗ୍ରହଣ କରିବା କି ପ୍ରଦାନ କରିବା ଉଚିତ ନୁହେଁ ।

ଦୀପାବଳି ଦିନ ମା ଲକ୍ଷ୍ମୀଙ୍କ ଆଗମନକୁ ସମସ୍ତେ ଅନେଇ ବସିଥାନ୍ତି । ଏମିତିରେ ଯଦି କେହି ମା ଲକ୍ଷ୍ମୀଙ୍କ ଛବି ଆପଣଙ୍କୁ ଉପହାର ଦେଉଛନ୍ତି ତେବେ ସେହି ଛବିରେ ମା ଲକ୍ଷ୍ମୀଙ୍କର ବସିଥିବାର ଦୃଶ୍ୟ ଥିବା ଦରକାର । ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କର ଘରେ ବସିବାକୁ ଶୁଭ ବୋଲି ଦର୍ଶାଯାଇଛି ।

ତଳକୁ ବୋହୁଥିବା ଝରଣାର ଚିତ୍ରର ଉପହାର ନେବା କି ଦେବା ଉଚିତ ନୁହଁ । ଉପହାରରେ କେବେବି କଣ୍ଟା ଜାତୀୟ ବୃକ୍ଷର ଚିତ୍ର ଦେବା ଉଚିତ ନୁହଁ । ଏମିତି ବସ୍ତୁ ଦେବା ଓ ନେବା ଲୋକର ଅନିଷ୍ଠ ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *