ଜିନିଷ କିଣିବା ବେଳେ କୌଣସି ଦୋକାନୀ ଯଦି ‘ବ୍ୟାଗ’ ପାଇଁ ମାଗନ୍ତି ଅଧିକ ଟଙ୍କା, ତେବେ ଦେବାକୁ ପଡିପାରେ ଜୋରିମାନା

ଜଣେ ଗ୍ରାହକ ଦୋକାନରୁ କିଛି ଜିନିଷ କିଣିଥିଲେ ଓ ସେହି ଜିନିଷକୁ ଦେବା ପାଇଁ ଗୋଟେ ବ୍ୟାଗ ଦେଇଥିଲେ ଓ ସେଥିପାଇଁ ଦୋକାନୀ ଗ୍ରାହକଙ୍କୁ ୫ ଟଙ୍କା ଦେବାକୁ କହିଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ଦୋକାନୀଙ୍କ କହିବ କଥା ହେଲା କି, ବର୍ତ୍ତମାନ ଯେହେତୁ ପ୍ଲାଷ୍ଟିକ୍ ଜରିର ବ୍ୟବହାରକୁ ବନ୍ଦ କରିଦିଆଯାଇଛି , ତେଣୁ କାଗଜ ବ୍ୟାଗ ପାଇଁ ଗ୍ରାହକଙ୍କୁ କିଛି ଟଙ୍କା ପରିଶୋଧ କରିବାକୁ ପଡିବ । କିନ୍ତୁ ଗ୍ରାହକ ଦୋକାନୀଙ୍କ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ  ।

ଖାଲି ଏତିକି ନୁହେଁ ଗ୍ରାହକ ଜଣକ ଏସଂପର୍କରେ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଆଉ ଫୋରମ୍ ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ଏବଂ ଉଭୟ ପକ୍ଷର କଥାକୁ ନଜରରେ ରଖି ଏଭଳି ନିଷ୍ପତି ଶୁଣାଇଛନ୍ତି । ଦୋକାନୀଙ୍କୁ ଗ୍ରାହକ ଜଣକୁ ଜରିମାନା ବାବଦକୁ ୧୦ ହଜାର ଟଙ୍କା ଏବଂ ଉଭୟ ଅଭିଯୋଗକାରୀଙ୍କୁ ଉତ୍ପୀଡନ ଏବଂ ମାନସିକ ନିର୍ଯାତନା ପାଇଁ ୧,୫୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଏହି ଘଟଣା ଚଣ୍ଡିଗଡସ୍ଥିତ ‘ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମ’ ପକ୍ଷରୁ ଗ୍ରାହକଙ୍କଠାରୁ ବ୍ୟାଗ ପାଇଁ ୫ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଦୋକାନୀ ବିରୋଧରେ ୧୩ ହଜାର ଟଙ୍କାର ଜରିମାନା ଲାଗୁ କରିଛନ୍ତି ।

Leave a Reply

Your email address will not be published. Required fields are marked *