ରାନ୍ଧିବା ଆଗରୁ ଏହି ସବୁ ଖାଦ୍ୟକୁ ଧୁଅନ୍ତୁ ନାହିଁ, ନ ଚେତ ପସ୍ତେଇବେ

ଆମର ଦୈନନ୍ଦିନ ଜୀବନରେ ରୋଷେଇ ଏକ ମୁଖ୍ୟ କାର୍ଯ୍ୟ । ସାଧାରଣତଃ ରୋଷେଇ ପାଇଁ ଭଲ ପନିପରିବାର ଆବଶ୍ୟକତା ହୋଇଥାଏ। ଏହାକୁ ଠିକ୍ ଭାବରେ ବ୍ୟବହାର ନକଲେ ଖାଦ୍ୟ ସୁସ୍ୱାଦୁ ହୋଇନଥାଏ। ଏବଂ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ। ଏଣୁ ରୋଷେଇ କରିବା ପୂର୍ବରୁ ଆମେ ପନିପରିବାକୁ ବେଶ ଭଲ ଭାବରେ ଧୋଇଥାଉ ।

କାରଣ ବଜାରରୁ କିଣିକି ଆଣିବା ବେଳେ ଏଥିରେ ବହୁତ ଧୂଳି ଲାଗିଥାଏ। ଆଉ ମଧ୍ୟ ଏଥିରେ ବ୍ୟାକ୍ଟେରିଆ ଲାଗିଥା’ନ୍ତି। ହେଲେ ଏପରି କିଛି ଖାଦ୍ୟ ଅଛି ଯାହାକୁ ରୋଷେଇ କରିବା ପୂର୍ବରୁ ଧୋଇବାର ଆବଶ୍ୟକତା ନଥାଏ । ଆସନ୍ତୁ ଜାଣିବା ସେ ବିଷୟରେ –

ମାଂସ :

ସାଧାରଣତଃ ମାଂସ ରୋଷେଇ ପୂର୍ବରୁ ଏହାକୁ ଅନେକ ଲୋକ ଧୋଇଦିଅନ୍ତି । ଏପରିକି କିଛି ଲୋକ ମାଂସରୁ ବ୍ୟାକ୍ଟେରିଆ ସଫା କରିବା ପାଇଁ ଏହାକୁ ସିଝାଇ ଦିଅନ୍ତି । ତେବେ ଜାଣି ରଖିବା ଉଚିତ ରୋଷେଇ କରିବା ପୂର୍ବରୁ ଏହାକୁ ଆଦୌ ଧୁଅନ୍ତୁ ନାହିଁ । କାରଣ ଏହାକୁ ଧୋଇବା ଫଳରେ ମାଂସରୁ ପ୍ରୋଟିନ ଅଂଶ ବାହାରି ଯାଇଥାଏ ।

ପାସ୍ତା :

ସକାଳେ ହେଉ ଅବା ସନ୍ଧ୍ୟା ଅଧିକାଂଶ ଲୋକ ଏହି ସମୟରେ ପାସ୍ତା ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପାସ୍ତାକୁ ରୋଷେଇ କରିବା ପୂର୍ବରୁ ମଧ୍ୟ ଏହାକୁ ଧୋଇବା ଅନୁଚିତ । କାରଣ ଏହାକୁ ଧୋଇଲେ ଏଥିରେ ଥିବା starch ନଷ୍ଟ ହୋଇଯାଇଥାଏ । ପାସ୍ତାରେ ଥିବା starch ପାସ୍ତାର ଏକ ମୁଖ୍ୟ ପୋଷକ ତତ୍ତ୍ୱ ଓ କେବଳ starch ପାଇଁ ପାସ୍ତା ଅଧିକ ସୁଆଦିଆ ଲାଗିଥାଏ ।

ଅଣ୍ଡା :

ଆମ ରୋଷେଇର ଆଉ ଏକ ପ୍ରମୁଖ ଜିନିଷ ହେଲା ଅଣ୍ଡା। କଲାବେଳେ ଆମେ ଏହାକୁ ଧୋଇଥାଉ। କିନ୍ତୁ ରୋଷେଇ ବେଳେ ଅଣ୍ଡାକୁ ଆଦୌ ଧୋଇବା ଉଚିତ୍ ନୁହେଁ । କାରଣ ଅଣ୍ଡାକୁ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହାର ଉପରି ଭାଗରେ ଏକ ଆସ୍ତରଣ ରହିଥାଏ । ତେବେ ରୋଷେଇ ପୂର୍ବରୁ ଅଣ୍ଡା ଧୋଇଦେଲେ ଏହା ନଷ୍ଟ ହୋଇଯାଇଥାଏ ।

ଛତୁ :

ଛତୁ ଏମିତି ଏକ ଖାଦ୍ୟ ଯାହା ଛୋଟ ଠାରୁ ବଡ ସମସ୍ତଙ୍କର ପ୍ରିୟ। ଛତୁ ପାଣିକୁ ଖୁବଶୀଘ୍ର ଶୋଷଣ କରିଥାଏ । ତେବେ ରୋଷେଇ ପୂର୍ବରୁ ଛତୁକୁ ଧୋଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଭିଟାମିନ ନଷ୍ଟ ହୋଇଯାଇଥାଏ । ଏଣୁ ରୋଷେଇ ବେଳେ ଛତୁକୁ ନ ଧୋଇବା ଭଲ।

Leave a Reply

Your email address will not be published. Required fields are marked *