ଏହି ସବୁ ବ୍ଲଡଗ୍ରୁପର ଲୋକଙ୍କୁ ଥାଏ ହୃଦଘାତ ହେବାର ସମ୍ଭାବନା – ଆପଣଙ୍କ ଗ୍ରୁପ ନାହିଁ ତ? ନିଶ୍ଚୟ ଦେଖନ୍ତୁ

ପ୍ରତିଦିନ ବଦଳୁଥିବା ଜୀବନଶୈଳୀ ପାଇଁ ଅନେକ ନୂଆ ନୂଆ ରୋଗ ସୃଷ୍ଟି ହେଉଛି । ପରିବେଶ ପ୍ରଦୂଷଣ, କାମର ଚିନ୍ତା ଏବଂ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଖାସ୍ କରି ହୃଦ୍ଘାତର ଶିକାର ହୋଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି ।

ଖରାଦିନ ଅପେକ୍ଷା ଶୀତ ଦିନେ ହୃଦ୍ଘାତର ଆଶଙ୍କା ଅଧିକ ଥିବା ସହ ହୃଦ୍ଘାତ ହେବା ବ୍ଲଡ଼୍ ଗ୍ରୁପ୍ ଉପରେ ମଧ୍ୟ ନିର୍ଭର କରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଗବେଷଣା ଅନୁଯାୟୀ, ଓ ବ୍ଲଡ଼୍ ଗ୍ରୁପ୍କୁ ଛାଡ଼ି ଦେଲେ ଅନ୍ୟ ସବୁ ବ୍ଲଡ଼୍ ଗ୍ରୁପ୍ର ଲୋକମାନଙ୍କ ପାଖରେ ହୃଦ୍ଘାତର ଆଶଙ୍କା ଅଧିକ ଦେଖାଯାଇଥାଏ ।

ଓ ବ୍ଲଡ଼୍ ଗ୍ରୁପ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବ୍ଲଡ଼୍ ଗ୍ରୁପ୍ରେ ରକ୍ତଜମାଟକାରୀ ପ୍ରୋଟିନ୍ ଅଧିକ ରହିଥାଏ, ଯାହା ହୃଦ୍ଘାତ ଆଶଙ୍କାକୁ ବଢ଼ାଇଥାଏ । ନେଦରଲ୍ୟାଣ୍ଡରେ ଥିବା ଗ୍ରୋନିଗନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଗବେଷକ ତୀସା କୋଲେଙ୍କ କହିବା ଅନୁଯାୟୀ, ଓ ବ୍ଲଡ଼୍ ଗ୍ରୁପ୍ ତୁଳନାରେ ଅନ୍ୟ ସବୁ ବ୍ଲଡ଼୍ ଗ୍ରୁପ୍ର ଲୋକମାନଙ୍କ ପାଖରେ ୯ପ୍ରତିଶତ ଅଧିକ ହୃଦ୍ଘାତ ହେବାର ଆଶଙ୍କା ରହିଥାଏ ।

Leave a Reply

Your email address will not be published. Required fields are marked *