11 ଘଣ୍ଟା ଧରି ମାଟି ଖୋଳୁଥିଲା ହାତୀ, ତା ପରେ ଯାହା ବାହାରିଲା…. ଦେଖାଇ ସମସ୍ତେ ହେଲେ ଚକିତ

ଆପଣ ମାନେ ଜାଣିଥିବେ ମା ଶବ୍ଦର କେତେ ଯେ ମହତ୍ଵ ରହିଛି । ମା ଶବ୍ଦରେ ଯେଉଁ ମିଠାଶ ରହିଛି ତାହା ଅନ୍ୟ କୌଣସି ଶବ୍ଦରେ ନାହି । ମା ଶବ୍ଦ ହେଉଛି ସଂବେଦନଶୀଳ, ଭାବନା ଓ ଅନୁଭବ । ମା ନିଜ ଛୁଆର ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଏ । ଗୋଟେ ମା ନିଜର ସ୍ନେହ ମମତାରେ ନିଜ ଛୁଆକୁ ସବୁବେଳେ ସବୁ ପରିସ୍ଥିତିରେ ସୁରକ୍ଷା ଦେଇଥାଏ । ଆମ ସମାଜରେ ଏମିତି ବି ମା ଅଛନ୍ତି ଯିଏ ଏକା ନିଜ ଛୁଆର ଲାଳନପାଳନ କରି ତାକୁ ମଣିଷ କରିବାରେ ସଫଳ ହୋଇ ପାରିଛନ୍ତି ।

ଗୋଟେ ଛୁଆର ଆଚରଣ କହିଥାଏ ଯେ ତାର ମା କେମିତି ହୋଇଥିବ । ମାର ତୁଳନା କାହା ସହ କରାଯାଇ ପାରିବ ନାହି । ଏପିଜେ ଅବଦୁଲ କଲାମ କହିଥିଲେ ଯେ “ସେ ଯେତେବଳେ ଦୁନିଆରେ ଆସିଲେ ସେ କାନ୍ଦୁଥିଲେ କିନ୍ତୁ ତାଙ୍କ ମା ହସୁଥିଲେ” । ମା ଗୋଟେ ଛୁଆକୁ ସେତେବେଳେ ଜାଣିଥାଏ ବା ଅନୁଭବ କରିଥାଏ ଯେବେ ଛୁଆ ଏ ଦୁନିଆକୁ ଆସି ନ ଥାଏ ।

ଆଜିର ଆମର ଏହି ଲେଖାରେ ଏମିତି ଏକ ମା ର କାହାଣୀ ରହିଛି ଯାହା ଏକ ହାତୀକୁ ନେଇ ଆଧାରିତ ହୋଇଛି । ତେବେ ଆସନ୍ତୁ ଜାଣିବା ପୁରା କାହାଣୀ କଣ ରହିଛି । ଏହି ଭିଡିଓ ରେ ଗୋଟେ ହାତୀ ନିଜ ଛୁଆ ସହ ଯାଉଥିବା ସମୟରେ ତା ଛୁଆ ଗୋଟେ ଖାଲରେ ପଡିଗଲା । ଏହା ପରେ ମା ହାତୀ ନିଜ ଛୁଆକୁ ରକ୍ଷା କରିବା ପାଇଁ ଦୀର୍ଘ ୧୧ ଘଣ୍ଟା ଧରି ମାଟି ଖୋଳିବାକୁ ଲାଗିଲା । ଅପରାହ୍ନରୁ ସକାଳ ହୋଇଗଲା ପରେ ମଧ୍ୟ ହାତୀ ତା ଛୁଆକୁ ସେ ଖାଲରୁ ବାହାର କରି ପାରିଲା ନାହି ।

ଏହା ପରେ ହାତୀ ନିଜ ଛୁଆକୁ ନ ପାଇ ଗର୍ଜନ କରିବା ଆରମ୍ଭ କରି ଦେଲା । ଏହା ପରେ ସେଠିକାର ସ୍ଥାନୀୟ ଲୋକ ମାନେ ଆସି ଏହି ଦୃଶ୍ୟ ଦେଖିବା ପରେ ହାତୀକୁ ସାହାଜ୍ୟ କରିବା ପାଇଁ ସେମାନେ ମଧ୍ୟ ମାଟି ଖୋଳିବାକୁ ଲାଗିଲେ । କିନ୍ତୁ ଲୋକ ମାନେ ଏଥିରେ ସଫଳ ହୋଇ ପାରିଲେ ନାହି କି ହାତୀ ଛୁଆକୁ ସେ ଖାଲରୁ ଉଦ୍ଧାର କରି ପାରିଲେ ନାହି । ଏହା ପରେ ବନ ବିଭାଗ ଆସି ସେଠାରେ ପହଞ୍ଚି ଅନେକ ଚେଷ୍ଟା ପରେ ହାତୀ ଛୁଆକୁ ଖାଲରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଏହା ପରେ ନିଜ ଛୁଆକୁ ଠିକ ଦେଖିବା ପରେ ମା ହାତୀ ଏତେ ଖୁସି ହୋଇ ଯାଇଥିଲା ଯେ ତାର ବର୍ଣ୍ଣନା କରିବା ସମ୍ଭବ ନୁହେ । ବନ ବିଭାଗ ହାତିକୁ ତା ଛୁଆ ଫେରେଇବାରେ ସଫଳ ହୋଇଥିଲେ । ଏହି ଘଟଣା ରୁ ସ୍ପଷ୍ଟ ହେଉଛି ଯେ ଗୋଟେ ମା ନିଜ ଛୁଆ ପାଇଁ କିଛି ବି କରିପାରେ । ସେ ମା ମଣିଷ ହେଉ ବା ପଶୁ ହେଉ ସବୁ ମା ସମାନ ହୋଇଥାନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *