ମହିଳାମାନେ ଏଭଳି ପୋଛା ଲଗାଇଲେ ଘରକୁ ମାଡି ଆସେ ଦାରିଦ୍ର୍ୟତା, ଆପଣ କରୁ ନାହାନ୍ତି ତ ଏହି ଭୁଲ- Vastu Tips

କେତେକ ଲୋକମାନେ ଜାଣି ଶୁଣି କିମ୍ବା ଅଜଣତାରେ ଘରେ ପୋଛା ମା-ରି-ବା ସମୟରେ ଏମିତି କିଛି ଭୁଲ କରି ଦିଅନ୍ତି ଯେଉଁ କାରଣରୁ ସେହି ଘରେ ସର୍ବଦା ଦରିଦ୍ରତା ଲାଗି ରହିଥାଏ ଓ ଘରକୁ ଟଙ୍କା ଆସିବା ପରିବେର୍ତ୍ତେ ଯିବାକୁ ଲାଗିଥାଏ । ସେଥିପାଇଁ ଘରେ ପୋଛା ମା-ରି-ବା ସମୟରେ ପାଣିରେ କିଛି ଏମିତି ଜିନିଷ ପକାନ୍ତୁ ଯାହା ଦ୍ଵାରା ଘରେ ଟଙ୍କାର ବର୍ଷା ହେବ । ଏହା ସହିତ କହିବୁ କି ଘରେ ପୋଛା ମା-ରି-ବା ସମୟରେ କେଉଁ ସମସ୍ତ କଥା ପ୍ରତି ଧ୍ୟାନ ରଖିବା ଉଚିତ ।

ବାସ୍ତୁ ଅନୁସାରେ ଯଦି ଆପଣ ଘରେ ପୋଛା ମାରୁଛନ୍ତି ତେବେ କେବେ ବି ଦ୍ଵିପହର ୧୨ ଟା ପରେ ପୋଛା ମାରିବେ ନାହିଁ । କାରଣ ଏହି ସମୟ ଘର ପରିଷ୍କାର ପାଇଁ ଭଲ ସମୟ ହୋଇ ନ ଥାଏ ।

ଯଦି ଆପଣ ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ଓ ଘରେ ମାତା ଲକ୍ଷ୍ମୀଙ୍କ ବାସ କରିବା ନିମନ୍ତେ ତେବେ ନିଜ ଘରେ ସକାଳ ସମୟରେ ହିଁ ପୋଛା ଲଗାନ୍ତୁ । ଏହା ସହିତ ସକାରତ୍ମକ ପରିଣାମ ମିଳିଥାଏ । କାରଣ ସକାଳ ସମୟରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ସେଥିପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳ ସକାଳୁ ଘରକୁ ପରିଷ୍କାର କରନ୍ତୁ । ଯଦି ଆପଣ ଘରର ପୋଛା ମାରୁଛନ୍ତି ତେବେ ସେଥିରେ ନିମ୍ବ ପତ୍ରର ପାଣି ନିଶ୍ଚିତ ପକାନ୍ତୁ ।

ଏଥିପାଇଁ ପ୍ରଥମେ ଆପଣ ଅଳ୍ପ ନିମ୍ବ ପତ୍ର ନିଅନ୍ତୁ ଓ ଏହା ପରେ କୌଣସି ପାତ୍ରରେ ଅଳ୍ପ ପାଣି ଢାଳି ଏହି ନିମ୍ବ ପତ୍ରକୁ ଗରମ କରନ୍ତୁ । ଏହା ପରେ ଯେତେବେଳେ ପାଣି ଗରମ ହୋଇଯିବ ତେବେ ସେହି ଗରମ ପାଣିରୁ ସେହି ନିମ୍ବ ପତ୍ରକୁ ବାହାର କରି ଫୋପାଡି ଦିଅନ୍ତୁ । ଏହା ପରେ ସେହି ନିମ୍ବ ପତ୍ର ପାଣି ମଧ୍ୟରୁ ଗୋଟିଏ ଗ୍ଳାସ ପାଣି ପୋଛା ମାରୁଥିବା ବାଲ୍ଟିରେ ଢାଳି ପୋଛା ମାରନ୍ତୁ । ଯଦି ଆପଣ ସପ୍ତାହକୁ ଥରେ ଏହାକୁ କରୁଛନ୍ତି ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ଆପଣଙ୍କ ଘରୁ ଭୟଙ୍କର ଠାରୁ ଭୟଙ୍କର ରୋଗ ବି ଦୂରେଇ ଯିବ । ଏହିଭଳି କରିବା ଦ୍ଵାରା ଘର କୌଣସି ବି ସଦସ୍ୟ କୌଣସି ବି ରୋଗରେ ଶିକାର ହେବେ ନାହିଁ । ନିମ୍ବ ପତ୍ରରେ ହଜାର ଗୁଣା ଶକ୍ତି ଥାଏ ଯାହାକି ବହୁତ କୀଟାଣୁକୁ ନଷ୍ଟ କରିଦିଏ । ଏହା ସହିତ ଘରେ ନକାରତ୍ମକ ଶକ୍ତି ମଧ୍ୟ ବାସ କରେ ନାହିଁ ।

ବାସ୍ତୁ ଶାସ୍ତ୍ରର ମାନ୍ୟତା ଅନୁସାରେ ସପ୍ତାହକୁ ଥରେ ଅର୍ଥାତ ଗୁରୁବାର ଦିନ ଘରେ ପୋଛା ମାରନ୍ତୁ ନାହିଁ । ବାସ୍ତୁ ଅନୁସାରେ ଉତ୍ତର ପୂର୍ବ ଦିଗ ଅର୍ଥାତ ଇଶାନ କୋଣ କାରକ ଗ୍ରହ ଗୁରୁ ଅଟନ୍ତି ଓ ଗୁରୁବାର ଦିନ ଘରର ଏହି ଦିଗରେ ପୋଛା ମା-ରି-ବା ଦ୍ଵାରା ଅଶୁଭ ହୋଇଥାଏ । ବ୍ୟକ୍ତିକୁ ଭାଗ୍ୟର ସାତ ମିଳି ନ ଥାଏ । ସେଥିପାଇଁ ଗୁରୁବାର ଦିନ ପୋଛା ମାରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *