ହେ ଭଗବାନ ! ଏଭଳି ସନ୍ତାନ କାହାକୁ ନ ଦିଅ, ମଦ ପିଇବାକୁ ମନା କରିବାରୁ ପୁଅ ମାନେ ମା ସହ କଲେ କିଛି ଏମିତି କି…

ଓଡିଶାର ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ବିଶ୍ଵାସ କରିବା ବି ମୁସ୍କିଲ ହୋଇଯିବ । ତେବେ ଗତକାଲି ରାତିରେ ରବି ଓ ରାଜ ଦୁଇ ଭାଇ ପ୍ରବଳ ମଦ ପିଇ ଘରକୁ ଫେରିଥିଲେ । ତେବେ ଏଭଳି ଅବସ୍ଥାରେ ଦୁଇ ପୁଅଙ୍କୁ ଦେଖି ମା ତୁଳସୀ ସିଂହ ତାଙ୍କୁ ବହୁତ ଗାଳି କରିଥିଲେ । ମା’ ଗାଳି କରିବା ପରେ ଦୁଇ ପୁଅ ରାଗି ଯାଇ ନିଶା ଅବସ୍ଥାରେ ମା’କୁ ବହୁତ ମାଡ ମାରିଥିଲେ ।

ନିଶାରେ ଥାଇ ସେମାନେ ଏତେ ନୃଶଂସ ହୋଇଯାଇଥିଲେ ଯେ ମାରି ମାରି ନିଜ ମା’କୁ ଜୀବନରୁ ମାରି ଦେଇଥିଲେ । କଷ୍ଟ ସାହି ନ ପାରି ମା ତୁଳସୀ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣା ଜାଣିବା ପରେ ଆଜି ସକାଳେ ତୁଳସୀର ସ୍ଵାମୀ ପୁଲିସକୁ ଖବର ଦେଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତୁଳସୀଙ୍କ ଶବ ଜବତ କରିଛନ୍ତି ଓ ଦୁଇ ପୁଅଙ୍କୁ ଗିରଫ କରିଛନ୍ତି ।

ତେବେ ଶବକୁ ବର୍ତମାନ ପୋଷ୍ଟମୋର୍ଟମ ପାଇଁ ପଠା ଯାଇଛି, ରିପୋର୍ଟ ଆସିଲେ ପ୍ରକୃତ କଥା କଣ ଜଣା ପଡିବ । ତେବେ ବର୍ତ୍ତମାନ ଏହି ଘଟଣା ଚ୍ଚର୍ଚ୍ଚାର ବିଷୟ ପଲିଟିଛି । ସଂସରାରେ ଏଭଳି ବି ପିଲା ଅଛନ୍ତି ଯିଏ ସାମାନ୍ଯ ମଦ ପାଇଁ ନିଜ ମା’ର ଜୀବନ ନେବାକୁ ବି ପଛାଉ ନାହାନ୍ତି । ଏହି ଘଟଣା ପ୍ରତି ଆପଣଙ୍କ ମତାମତ କଣ ନିଶ୍ଚୟ କମେଣ୍ଟ କରି ଜଣାଇବେ, ଏଭଳି ପୁଅକୁ ଆପଣ କି ଦଣ୍ଡ ଦେବେ ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *