ଘରର କବାଟରେ ଏହି ଭାବେ ବିଲକୁଲ ବି କରନ୍ତୁ ନାହିଁ ଗଣେଶଙ୍କର ସ୍ଥାପନା, ଘରେ ଆସିପାରେ ଦରିଦ୍ରତା

ହିନ୍ଦୁ ପରିବାରରେ ପ୍ରାୟ କେତେ ଜଣଙ୍କ ଘରର କବାଟରେ ଗଣେଶ ସ୍ଥାପନା ହୋଇଥାଏ । ଏହା ଏଥିପାଇଁ କରନ୍ତି କାରଣ ଘରେ ଗଣେଶଙ୍କ କୃପା ବନି ରହୁ ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରୁଛନ୍ତି ତେବେ ଗଣେଶଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ସହିତ ରହିବ, କିନ୍ତୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କଲା ବେଳକୁ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ ଅଟେ ନହେଲେ ବେକାରଟାରେ ଏଥିରେ ହେବାକୁ ଯାଉଥିବା ହାନୀର ଶିକାର ହୋଇଯିବେ ।

ଆଜି ଆମେ ଆପଣଙ୍କୁ କହିବୁ କି କେମିତି ଆପଣ ଗଣେଶ ମୂର୍ତ୍ତିକୁ ସ୍ଥାପନ କରିବେ ଯାହା ଦ୍ଵାରା ଆପଣଙ୍କ ଘରକୁ ଗଣେଶଙ୍କ କୃପା ବନି ରହିବ ।

ଏହି ପ୍ରକାରର କେବେବି ଗଣେଶଙ୍କ ସ୍ଥାପନ କରନ୍ତୁ ନାହିଁ

ଗଣେଶଙ୍କୁ ଋଦ୍ଧି ସିଦ୍ଧିର ଦେବତା ମାନନ୍ତି ହିନ୍ଦୁ ପରିବାରରେ ଲୋକ ନିଜ ଘରକୁ ରିଦ୍ଧି ସିଦ୍ଧି ଆଣିବା ପାଇଁ ଘରର କବାଟରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଥାନ୍ତି । ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପିତ ତ କରିଦିଅନ୍ତି କିନ୍ତୁ ଜାଣି ନଥାନ୍ତି କି କେଉଁ ପ୍ରକାରର ସ୍ଥାପିତ କରିବେ । ଆପଣଙ୍କ ଜାଣିବା ପାଇଁ କହି ଦଉଛୁ କି ଘରେ ଗଣେଶଙ୍କ ମୂର୍ତ୍ତି କେବେବି ଏହି ପ୍ରକାରର ସ୍ଥାପନ କରନ୍ତୁ ନାହିଁ ଯେଉଁଥିରେ ଗଣେଶଙ୍କ ମୁଖ ଘରର ବାହାର ପଟକୁ ଓ ପିଠି ଘରର ଭିତରକୁ ପଟକୁ ରହିଥିବ ।

ଏମିତି କେବେବି କରିବେନି, ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ପିଠିରେ ଦରିଦ୍ରତା ବସିଥାଏ । ଯଦି ଆପଣ ଘର ଭିତର ପଟକୁ ଗଣେଶଙ୍କ ପିଠି କରିକି ମୂର୍ତ୍ତି ବସେଇବେ ତେବେ ଆପଣଙ୍କ ଘରକୁ ଦରିଦ୍ରତା ମାଡି ଆସିବ । ଯେବେବି ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରୁଛନ୍ତି ଗଣେଶଙ୍କ ପିଠି ବାହାର ପଟକୁ ଓ ମୁଖ ଘର ଭିତର ପଟକୁ ରହିବା ଦରକାର ।

ଏହି ନିୟମ ଗୁଡିକର ପାଳନ କରନ୍ତୁ

ଘରର କବାଟରେ ଗଣେଶଙ୍କ ମୂର୍ତ୍ତି ଲଗେଇଲା ବେଳେ ଏହି ସାବଧାନୀ ବନେଇ ରଖନ୍ତୁ ଏହା ବ୍ୟତୀତ ଘରର କବାଟରେ କୌଣସି ପ୍ରକାରର ମାଙ୍ଗଳିକ ଚିହ୍ନ ଅବଶ୍ୟ ଲଗାନ୍ତୁ ଯାହା ଦ୍ଵାରା ଘରେ କେବେଳ ଶୁଭ ଜିନିଷର ପ୍ରବେଶ ହେଉ ଓ ଅନିଷ୍ଟ ଜିନିଷ ଗୁଡିକ ଘରର କବାଟରୁ ହିଁ ମୁହଁ ମୋଡି ନିଅନ୍ତୁ । ମାଙ୍ଗଳିକ ଚିହ୍ନ ରୂପରେ ଆପଣ ନିଜ ଘର କବାଟରେ ସ୍ୱସ୍ତିକର ଚିହ୍ନ କିମ୍ବା ॐ ର ଚିହ୍ନ ଲଗେଇ ପାରିବେ । ଏହି ଚିହ୍ନ ଗୋଡିକୁ ବହୁତ ଶୁଭ ମାନନ୍ତି ଓ ଏହାକୁ ଘରର କବାଟରେ ଲଗେଇଲେ ଘରକୁ ଆସୁଥିବା ସବୁ ଖରାପ ନଜରରୁ ବଞ୍ଚେଇ ଥାଏ । ଏହା ସହିତ ଘରର କବଟରେ ଗଣେଶଙ୍କ ମୂର୍ତ୍ତି ଏଥିପାଇଁ ଲଗେଇଥାନ୍ତି କି ତାଙ୍କ ଘରେ କୌଣସି ପ୍ରକାରର ବାଧା ନ ଆସୁ ଆଉ ଘରେ ଖୁସି ବନି ରହୁ ।

Leave a Reply

Your email address will not be published. Required fields are marked *