ହୃଦୟ କୁ ରଖିବାକୁ ଚାହୁଁଛନ୍ତି ସୁସ୍ଥ! ତ କରନ୍ତୁ ଏହି ୪ଟି ତେଲ ର ସେବନ, ମିଳିବ ଅନେକ ପ୍ରକାରର ଲାଭ

ହୃଦୟ କୁ ସୁସ୍ଥ ରାଖିବା ଅତି ଆବଶ୍ୟକ ଅଟେ, ଯଦି ଆମ ହୃଦୟ ସୁସ୍ଥ ରହିବ ତାହେଲେ ଆମ ଶରୀର ବି କେତେ ରୋଗ ରୁ ବଞ୍ଚି କି ରହିବ । ସେଥିପାଇଁ ହୃଦୟ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ସଠିକ ଭାବରେ ଡାଏଟ ନବାକୁ ପଡିବ ଏବଂ ଅନେକ ପ୍ରକାର ଏକ୍ସରସାଇଜ କରିବା ଉଚିତ । ଆମ ହୃଦୟକୁ ସୁସ୍ଥ ରଖିବା ପାଇଁ ରୋଷେଇ ତେଲ ବି ଏହି ଶ୍ରେଣୀ ରେ ଆସୁଛି, ଆସନ୍ତୁ ଜାଣିବା କେଉଁ ତେଲ ବ୍ୟବହାର କଲେ ଆପଣଙ୍କ ହୃଦୟ ସୁସ୍ଥ ରହିବ ।

ଆଭୋକାଡୋ ତେଲ :

ଆଭୋକାଡୋ ତେଲ ବହୁତ ପ୍ରକାର ରେ ଲାଭକାରୀ ଅଟେ ଏହି ତେଲ ସବୁ ପ୍ରକାର ସ୍ୱାସ୍ଥ୍ୟ ରେ କାମ କରିଥାଏ । ଆଭୋକାଡୋ ତେଲ ଅବିଶୋଧିତ ତେଲ ସେଥିପାଇଁ ଏହି ତେଲ ରେ ସବୁ ପ୍ରକାର ଆବଶ୍ୟକ ପୋଷଣ ତତ୍ଵ ମିଳି ଥାଏ, ଏହି ତେଲ ରେ ଭିଟାମିନ ଈ, ପଲିଅନସାଚୁରେଟେଡ୍ ଫ୍ୟାଟି ଏସିଡ ଏବଂ ମନୋଅନସାଚୁରେଟେଡ୍ ଫ୍ୟାଟି ଏସିଡ ଅଧିକ ମାତ୍ର ମିଳି ଥାଏ, ଏହି କାରଣ ରୁ ଏହି ତେଲ ହୃଦୟ ପାଇଁ ଉତ୍ତମ ଅଟେ ।

ରାସୀ ତେଲ :

ରାସୀ ତେଲ ବହୁତ ପ୍ରକାର ଲାଭକାରୀ ହୋଇଥାଏ, ରାସୀ ତେଲ ରେ ବି ପଲିଅନସାଚୁରେଟେଡ୍ ଫ୍ୟାଟି ଏସିଡ ଏବଂ ମନୋଅନସାଚୁରେଟେଡ୍ ଫ୍ୟାଟି ଏସିଡ ହୋଇଥାଏ । ରାସୀ ତେଲ ଖାଇବା ରେ ସ୍ଵାଦ ବଢାଇ ଥାଏ । ରାସୀ ତେଲ ଯଦି ଆପଣ ଖାଇବା ରେ ଉପଯୋଗ କରିବେ ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଓ ହୃଦୟ ଭଲ ରହିବ, ଏହି ତେଲ ଶରୀର ରେ ଥିବା ବ୍ୟାଡ କୋଲେଷ୍ଟ୍ରୋଲ କୁ କମ କରି ଥାଏ ।

ଅଲିଭ ତେଲ :

ଅଲିଭ ତେଲ ହୃଦୟ ପାଇଁ ଅତି ଲାଭକାରୀ ଅଟେ ବୋଲି କୁହାଯାଏ, ଏଥିରେ ମନୋଅନସାଚୁରେଟେଡ୍ ଫ୍ୟାଟି ଏସିଡ ଅଧିକ ଥାଏ ସେଥିପାଇଁ ଏହା ହୃଦୟ କୁ ସୁସ୍ଥ ରଖିବା ରେ ସାହାଯ୍ୟ କରିଥାଏ । ଏହି ତେଲ ରେ ପଲିଅନସାଚୁରେଟେଡ୍ ଫ୍ୟାଟି ଏସିଡ କମ ଥାଏ ଏବଂ ଏହା ହୃଦୟ ପାଇଁ ଭଲ ନୁହେଁ ।

ପେଶୁ ତେଲ :

ପେଶୁ ତେଲ ଖାଇବା ଓ ସୁଗନ୍ଧ ରେ ଭଲ ହୋଇ ନଥାଏ କିନ୍ତୁ ଏହା ହୃଦୟ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ । ପେଶୁ ତେଲ ରେ ଅଲ୍ଫା-ଲିନୋଲିକ ଏସିଡ ହୋଇଥାଏ ଯାହା ଓମେଗା-୩ ଫ୍ୟାଟି ଏସିଡ ର ଗୋଟେ ଭାଗ ହୋଇଥାଏ । ଏହି ତେଲ ହୃଦୟ ସମ୍ବନ୍ଧିତ ରୋଗ ରୁ ମୁକ୍ତି ଦେଇଥାଏ ।

ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *