ମହିଳାମାନେ ଭୁଲରେ ବି ଏହି ସବୁ କାମ କରନ୍ତୁ ନାହିଁ, ହୋଇଥାଏ ଅଶୁଭ

ହିନ୍ଦୁ ଧର୍ମଶାସ୍ତ୍ରରେ ଏମିତି କିଛି କଥା କୁହା ଯାଇଛି ଯାହା ବହୁତ ମହତ୍ବପୂର୍ଣ୍ଣ ଅଟେ । ଏହିପରି ଶାସ୍ତ୍ରରେ ଏମିତି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହା ମହିଳା ମାନଙ୍କ ପାଇଁ ନିଷେଧ ଅଟେ । ଏହି ପରମ୍ପରା ବହୁତ ପୁରୁଣା କାଳରୁ ଚାଲି ଆସୁଛି ଏବଂ ଏବେ ମଧ୍ୟ ଚାଲୁଅଛି । ତେବେ ଆସନ୍ତୁ ଆଜି ଆମେ ଏହି ସବୁ କାର୍ଯ୍ୟ ବିଷୟରେ ଜାଣିବା ଯାହା ଶାସ୍ତ୍ରରେ ମହିଳାଙ୍କ ପାଇଁ ନିଷେଧ ଅଟେ ।

ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା –

ଶାସ୍ତ୍ରରେ କୁହାଯାଇଛି ମହିଳାଙ୍କ ଅସମୟରେ ଶୋଇବା ଅଥବା ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ପରିବାର ପାଇଁ ଅଶୁଭ ହେଇଥାଏ । ଏହି ମହିଳା ମାନେ ପରିବାରର ସମସ୍ତ ଦଇତ୍ଵ ନେଇ ପାରିନଥାନ୍ତି । ତେଣୁ ପରିବାରର ସଦସ୍ୟ ମାନେ ଏମାନଙ୍କ ପ୍ରତି ଅସନ୍ତୋଷ ହେଇଥାନ୍ତି ।

ଚୁଟି ମୁକୁଳା କରି ନ ଶୋଇବା –

ରାତିରେ ମହିଳାମାନେ ଚୁଟି ମୁକୁଳା କରି ନ ଶୋଇବା ଉଚିତ । ଏମିତି କରିବା ଦ୍ଵାରା ନକରାତ୍ମକ ଶକ୍ତିର ପ୍ରଭାବ ପରିବାର ଉପରେ ପଡିଥାଏ ।

ସେଣ୍ଟ ବା ଅତର ଲଗାଇ ନ ଶୋଇବା –

ଶାସ୍ତ୍ରରେ କୁହାଯାଇଛି ରାତିରେ ଅଧିକ ସୁଗନ୍ଧିତ ପଦାର୍ଥ ପରଲୌକିକ ଶକ୍ତିକୁ ଆକର୍ଷଣ କରିଥାଏ । ତେଣୁ ରାତିରେ ଶୋଇଲା ପୂର୍ବରୁ ଭଲଭାବେ ହାଥ ଓ ଗୋଡ ଧୋଇ ଈଶ୍ବରଙ୍କ ସ୍ମରଣ କରି ଶୋଇବା ଦରକାର । ଏହା ଦ୍ଵାରା ସ୍ଵପ୍ନ ନ ହେବା ସହ ନକରାତ୍ମକ ଶକ୍ତି ମଧ୍ୟ ଦୂର ହେଇ ଯାଆନ୍ତି ।

ଶିବଲିଙ୍ଗର ପୂଜା –

ଧାର୍ମିକ ରୀତି ଅନୁସାରେ କୁଆଁରୀ ଝିଅ ଶିବଲିଙ୍ଗର ପୂଜା କରିବା ଅନୁଚିତ । କୁହାଯାଏ ମହିଳାମାନେ ଶିବଲିଙ୍ଗ ସ୍ପର୍ଶ କରିବା ଦ୍ଵାରା ମହାଦେବଙ୍କ ଧ୍ୟାନ ଭଗ୍ନ ହୋଇଥାଏ । ଏହି କାରଣରୁ ସେମାନଙ୍କୁ ତାଙ୍କର ପୂଜା କରିବାକୁ ଦିଆଯାଏ ନାହିଁ ।

ନଡିଆ ଭାଙ୍ଗିବା –

ଶାସ୍ତ୍ର ଅନୁସାରେ ମହିଳା ମାନେ ନଡିଆ ଭାଙ୍ଗିବା ଅନୁଚିତ । ସେମାନଙ୍କୁ କୌଣସି ମନ୍ଦିର କିମ୍ବା କୌଣସି ଶୁଭ କାର୍ଯ୍ୟରେ ନଡିଆ ଭାଙ୍ଗିବାକୁ ଦିଆଯାଏ ନାହିଁ । କୁହାଯାଏ ଏମାନେ ନଡିଆ ଭାଙ୍ଗିଲେ କୌଣସି ଅଶୁଭ ଘଟିଥାଏ ।

ବଜରଙ୍ଗ ବଲିଙ୍କୁ ସ୍ପର୍ଶ କରିବା –

ହିନ୍ଦୁ ଧର୍ମ ଅନୁସାରେ ମହାବୀର ବାଳ ବ୍ରହ୍ମଚାରି ଥିଲେ । ସେ ସମସ୍ତ ମହିଳାଙ୍କୁ ନିଜର ମାତା ମାନୁଥିଲେ । ତେଣୁ ମହିଳାଙ୍କୁ ଶାସ୍ତ୍ରରେ ମହାବୀରଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି ।

ବଳି ଦେବା –

ଦେବତା ମାନଙ୍କୁ ଦିଆ ଯାଉଥିବା ବଳିର କାର୍ଯ୍ୟ ମଧ୍ୟ କେବଳ ପୁରୁଷଙ୍କ ଉପରେ ନ୍ୟସ୍ତ ଅଛି । ଶାସ୍ତ୍ରରେ ମହିଳା ମାନଙ୍କୁ ଏହି କାମ ନିଷେଧ ଅଛି ।

Leave a Reply

Your email address will not be published. Required fields are marked *