ରବିବାର 3 ନଭେମ୍ବର 2019- ସୂର୍ଯ୍ୟଦେବଙ୍କ କୃପାରୁ ଏହି ୭ଟି ରାଶିମାନଙ୍କ ଘରେ ସୁଖ ଶାନ୍ତି ରହିବ, ନୂତନ କର୍ମ ପ୍ରାପ୍ତି ହେବ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିଖ୍ୟା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ମେଷ ରାଶି ଲୋକ ନିଜ ପରାକ୍ରମ ଉପରେ ଭରପୁର ଲାଭ ଉଠେଇ ପାରିବେ, କାରୋବାର ଓ ଚାକିରି ରେ ଭାବିଥିବା କାମ ହୋଇପାରିବ । କାର୍ଯ୍ୟ କ୍ଷେତ୍ର ବଢିବାକୁ ଲାଗିବ, ରାଜନୈତିକ କ୍ରିୟା ରେ ଆପଣ ସକ୍ରିୟ ରହିବେ । ଘର ଝଗଡା ପାଇଁ ଚିନ୍ତିତ ରହିବେ, କିଛି ଭଲ ଅଫର ସାମ୍ନା କୁ ଆସିବ, ଧନ ହାନି ଯୋଗ ପ୍ରସ୍ତୁତ ହେଉଛି ସଜାଗ ରୁହନ୍ତୁ ।

ବୃଷ ରାଶି :

ପରିବାର ଲୋକଙ୍କ ସହ ଆଜି ଆପଣଙ୍କୁ ମାନସିକ ସନ୍ତୁଷ୍ଟି ମିଳିବ ଓ ଅତ୍ୟନ୍ତ ଆନନ୍ଦ ପାଇ ପାରିବେ । ଆଜି ଏହି ରାଶିଙ୍କୁ ଭାବି ଚିନ୍ତି ଆଗକୁ ବଢିବା ଉଚିତ ମନ ରୁ ନୁହେଁ ବୁଦ୍ଧିରୁ ନିଷ୍ପତ୍ତି ନିଅନ୍ତୁ । ଆଜି ଆପଣ ଭାବନା ରେ ବୋହି ପାରନ୍ତି, ଚିନ୍ତାରୁ ମୁକ୍ତି ପାଇବେ ।

ମିଥୁନ ରାଶି :

ଆଜି ଆପଣ ବହୁତ ଖୁସି ରେ ରହିବେ ଓ ଅନ୍ୟମାନଙ୍କ ନେତୃତ୍ଵ ପାଇଁ ଅଗ୍ରସର ହେବେ ଯାହା ଦ୍ଵାରା ସମସ୍ତେ ଖୁସି ହେବେ । କ୍ରୋଧିତ ହବାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ, କଥା-ବାର୍ତ୍ତା ରେ ନିୟନ୍ତ୍ରଣ ରଖନ୍ତୁ । ଚାକିରି ରେ ଅଫିସରମାନଙ୍କ ସହ ମତଭେଦ ହୋଇପାରେ, ସ୍ଥାନ ପରିବର୍ତ୍ତନ ଯୋଗ ବି ହୋଇପାରେ । ଦିନସାରା ବ୍ୟସ୍ତ ରହିବେ, ଲଗାତାର କାମ ଉପରେ କାମ ରହି ପାରେ ।

କର୍କଟ ରାଶି :

କର୍କଟ ରାଶି ଲୋକଙ୍କୁ ଆଜି ଆର୍ଥିକ ସହଯୋଗ ପ୍ରାପ୍ତ ହବ, ଲମ୍ବା ବିଲ୍ ଓ ଉଧାରୀ ଆରାମରେ ଦେଇ ପାରିବେ । ଅତ୍ୟଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ, ଆଜି ପରିଶ୍ରମ ର ପୂର୍ଣ୍ଣ ଫଳ ପାଇବେ । ଜାଣିକରି ବା ଅଜାଣତ ରେ ଆପଣ କାହାକୁ କଷ୍ଟ ଦେଇପାରିବେ ସେଥିପାଇଁ କଥା-ବାର୍ତ୍ତା ଉପରେ ଧ୍ୟାନ ଦିଅନ୍ତୁ ।

ସିଂହ ରାଶି :

ସିଂହ ରାଶି ଆଜି ସଠିକ ଭାବରେ ସୁନିଶ୍ଚିତ କରନ୍ତୁ ଆପଣଙ୍କ ପାଇଁ କଣ ଉଚିତ ଅଟେ । ପରିଶ୍ରମ କଲେ ସଫଳ ନିଶ୍ଚିନ୍ତ ହେବେ, ପରିବାର ଲୋକଙ୍କ ସାହାଯ୍ୟ ପାଇବେ ବିଶେଷକରି ଭାଇ ଭଉଣୀ ସାହାଯ୍ୟ କରିବେ । ସୁଖ-ସୁବିଧା ଜିନିଷ ଉପରେ ଅତ୍ୟଧିକ ଖର୍ଚ ହୋଇପାରେ ।

କନ୍ୟା ରାଶି :

ଆଜି ଆପଣଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ ରହିବ ନାହିଁ, ଯଦି ନିଜ ରାଗକୁ ନିୟନ୍ତ୍ରଣ ରେ ରଖିବେ ନାହିଁ ତାହେଲେ ବହୁତ ବଡ ବିପଦ ରେ ପଡି ଯିବେ । କିଛି ନୂଆ ଶିଖିବା ପାଇଁ ପୂର୍ଣ୍ଣତଃ ପ୍ରୟାସ କରନ୍ତୁ, ସ୍ଵଭାବ ଚିଡ-ଚିଡ ରହିବ । ବ୍ୟାପାର ବ୍ୟବସାୟ ରେ ଲାଭ ହେବ, ପାରିବାରିକ ସମସ୍ୟା ବଢି ପାରେ ।

ତୁଳା ରାଶି :

ଆପଣଙ୍କ ପ୍ରବଳ ଆତ୍ମବିଶ୍ଵାସ ଓ ସହଜ କାମ ପାଇଁ ଆପଣଙ୍କୁ ଆରାମ ପାଇଁ ସମୟ ମିଳିବ । ବହୁତ ସମୟରୁ କାର୍ଯ୍ୟ କାରଣରୁ ଆପଣଙ୍କ ବିବାହିତ ଜୀବନ କଷ୍ଟକର ହୋଇପାରେ କିନ୍ତୁ ଆଜି ସବୁ ଅଭିଯୋଗ ଦୂର ହେଇଯିବ । ବାହାରକୁ ଯାଅନ୍ତୁ ଏବଂ ଦୁନିୟାକୁ ଦେଖନ୍ତୁ କେତେ ସୁନ୍ଦର ଅଟେ ।

ବିଛା ରାଶି :

ପ୍ରେମ ସମ୍ପର୍କ ପାଇଁ ଦିନ ସାମାନ୍ୟ ରହିବ, ଯାତ୍ରା ର କୌଣସି କାର୍ଯ୍ୟକ୍ରମ ଘୁଞ୍ଚି ପାରେ । ମନ୍ଦିର ଯାଇ ସମୟ ବିତାନ୍ତୁ, ଲାଭ ଆସାର ପ୍ରାପ୍ତ ହେବେ । ଗତ କିଛି ଦିନରୁ ଯେଉଁ ଯେଉଁ ଛୋଟ କାମ ପାଇଁ କଷ୍ଟ ପାଉଛନ୍ତି ତାହା ଦୂର ହେବ । ନିଜ କଥା-ବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, ପୁରୁଣା ରୋଗ ହଇରାଣ କରିପାରେ ସାବଧାନ ରୁହନ୍ତୁ । ଖାଇବା ପିଇବା ଓ ଔଷଧ ରେ ଅବହେଳା କରନ୍ତୁ ନାହିଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ ।

ଧନୁ ରାଶି :

ଧନୁ ରାଶି ଲୋକ ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଚାକିରି ଚିନ୍ତା ଦୂର ହବାର ଯୋଗ ହେଉଛି, ମନ ରେ ଶାନ୍ତି ଓ ଖୁସି ହେବ । ପରିବାର ରେ ମାନ ସମ୍ମାନ ବଢିବ, କିଛି ନୂଆ ବାହନ ଆଣିବାର ଯୋଗ ଅଛି ।

ମକର ରାଶି :

ଚାକିରିୟା ଲୋକଙ୍କ ପାଇଁ ପ୍ରୋମୋଶନ ଯୋଗ ଆସୁଛି, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଘର ଜିନିଷ ଉପଯୋଗ କରନ୍ତୁ ଲାଭକାରୀ ହେବ । ଆଜି ହଟାତ କାହା ସହ ରୋମାନ୍ଟିକ ଦେଖା ହେଇ ପାରେ, ଆଜି ଲୋକଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ । ପେଟ ସମ୍ବନ୍ଧିତ ରୋଗ ହେଇପାରେ, ଆର୍ଥିକ ଲାଭ ହବ ।

କୁମ୍ଭ ରାଶି :

ଆଜି ପରିଶ୍ରମ ସାହାଯ୍ୟ ରେ କାର୍ଯ୍ୟ ପୂର୍ଣ୍ଣ ହବାର ଆସାର ଅଛି, ଭାଗ୍ୟବୃଦ୍ଧି ଆସାର ପ୍ରାପ୍ତ ହେବ । ପୁରୁଣା ସମସ୍ୟା ଦୂର ହବାର ଯୋଗ ହେଉଛି । ନୂଆ କାମ ଆରମ୍ଭ କରି ପାରିବେ, ନିଜ ପ୍ରେମୀ ଆଗରେ କୌଣସି ଫାଲତୁ କଥା ପାଇଁ ମାନନ୍ତୁ ନାହିଁ ।

ମୀନ ରାଶି :

ବ୍ୟବସାୟ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ଓ ଲାଭ କାରୀ ଅଟେ, କୌଣସି ଖରାପ ପରିସ୍ଥିତି ରେ ଧର୍ଯ୍ୟ ସହ କାମ କଲେ ଆପଣଙ୍କୁ ଭଲ ପରିଣାମ ପାଇବେ । ଜଲ୍ଦି ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଦ୍ଵାରା ଆଗକୁ ଯାଇ ପସ୍ତେଇବା ପାଇଁ ପଡିବ । ଚାକିରି କରୁଥିବା ଲୋକଙ୍କ ପାଇଁ ଭଲ ସମୟ ଅଟେ । ଜୀବନସାଥୀ ଖରାପ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ ପ୍ରଭାବିତ ହେବ ।

Leave a Reply

Your email address will not be published. Required fields are marked *