ଏହି ଘରୋଇ ଉପାୟ ଦ୍ଵାରା ଟାଇଫଏଡ ଜ୍ଵରକୁ କରନ୍ତୁ ଦୂର, ଶୀଘ୍ର ସୁସ୍ଥ ହେବାରେ ମିଳିବ ସାହାଯ୍ୟ

ଯଦି ଆପଣ ବି ଟାଇଫଏଡ ଜ୍ଵର ରେ ପୀଡ଼ିତ ତ ଜଲ୍ଦି ଠିକ ହେବା ପାଇଁ ଏଇ ଘରୋଇ ଉପଚାର କରନ୍ତୁ । ଏହା ଏମିତି ଏକ ଭୟଙ୍କର ରୋଗ ଯାହା ଶରୀରକୁ ଦୁର୍ବଳ କରିଦିଏ । ଏଥିରେ ଜୋର ରେ ଜ୍ଵର ହେଇଥାଏ,  ଯାହା ବହୁତ ଦିନ ଯାଏ ଛାଡିନଥାଏ । ଏହି ଜ୍ଵର ବଢେ, କମେ କିନ୍ତୁ ସହଜ୍ଵରେ ଭଲ ହୁଏନି । ଏହି ରୋଗ ହେବାର ଗୋଟେ ସପ୍ତାହ ପରେ ଏହାର ଲକ୍ଷଣ ଦେଖାଯାଏ । ଟାଇଫଏଡ ଜାଣିବା ପରେ ଡାକ୍ତର ପରାମର୍ଶ ରେ ଚାଲିବା ଉଚିତ ।

ଟାଇଫଏଡ ରୁ ରକ୍ଷା ପାଇବା ପାଇଁ କିଛି ଲୋକ ଘରୋଇ ଉପାୟ ମଧ୍ୟ ବ୍ୟବହାର କରନ୍ତି ।

ଆସନ୍ତୁ ଜାଣିବା ଏହି ଜ୍ଵରରୁ ନିଜକୁ କିପରି ଘରୋଇ ଉପାୟ ରେ ଦୂରେଇ ରଖିବେ

ଟାଇଫଏଡ ଜ୍ଵର ରେ ଅଧିକ ଖାଇବାପିଇବା ରେ ଧ୍ୟାନ ରଖିବାକୁ ହୋଇଥାଏ । ଏଥିପାଇଁ ଆପଣ ପାନ ରସ, ଅଦା ରସ ଓ ମହୁ କୁ ମିଶାଇ ସକାଳ ସନ୍ଧ୍ୟା ରେ ପିଇ ପାରିବେ ।

ଏହି ଅବସ୍ଥାରେ ଯଦି ଥଣ୍ଡାଜ୍ଵର ହୁଏ ତ ତୁଳସୀ, ଜଷ୍ଠିମଧୁ , ମହୁ ଓ ମିଶ୍ରି ମିଶାଇ କାଢ଼ା‌ ତିଆରିକରି ପିଅନ୍ତୁ । ଏହାଦ୍ବାରା ଥଣ୍ଡା ଭଲ ହେଇଯିବ ଓ ଜ୍ଵର କମିଯିବ ।

ଗରମ ଦିନରେ ଟାଇଫଏଡରୁ ରକ୍ଷା ପାଇବା ପାଇଁ କଞ୍ଚା ଆମ୍ବକୁ ନିଆଁ ବା ପାଣିରେ ପକାଇ ତା ରସ ବାହାର କରି ପାଣି ସହ ମିଶାଇ ପିଅନ୍ତୁ ।

ଏହି ଜ୍ଵରରେ ତୁଳସି ଚା ପିଇଲେ‌ ଆରମ ମିଳିଥାଏ । ଏଥିପାଇଁ 20 ଟି ତୁଳସୀ ପତ୍ର,20 ଟି ଗୋଲମରିଚ, ଟିକେ ଅଦା ଓ ଡାଲଚିନି ପକାଇ ପାଣିରେ ଫୁଟେଇକି ଚା ତିଆରି କରି ପିଅନ୍ତୁ ।

ଏହି ଜ୍ଵର ହେଲେ ରୋଗୀକୁ ବେଶୀ ଆରାମ ଦରକାର ହୋଇଥାଏ । ଜ୍ଵର ହେଲେ କ୍ଷୀର, ସାଗୁ, ଚା ଓ ମିଶ୍ରି ଏସବୁ ହାଲକା ଖାଦ୍ୟ ଖାଆନ୍ତୁ । ପିଆଜ ରସ ପିଇଲେ ମଧ୍ୟ ଜ୍ଵର କମିଥାଏ । ଅଧିକ ପିଇଲେ ଝାଳ ହେଇ ଜ୍ଵର ବାହାରି ଯାଏ ।

ଟାଇଫଏଡର ଲକ୍ଷଣ-

ବାରମ୍ବାର ଜୋରରେ ଜ୍ଵର ହେବା, ଭୋକ ନ ଲାଗିବା ,ପେଟରେ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧା ହେବା, ଭୟ ଲାଗିବା, ପତଳା ଝାଡା ହେବା ଅନୁଭବ ହେବ ।   ତେବେ ଆପଣ ବି ଏହି ଘରୋଇ ଉପାୟ ଦ୍ଵାରା ଟାଇଫଏଡରୁ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *