ସହିଦ ରତନ ଲାଲଙ୍କ ପରିବାର ପାଇଁ ସାହାଯ୍ୟର ହାତ ବଢାଇଲେ ଲୋକ, ଏହି ଆଇପିଏସ ଶେୟାର କରିଛନ୍ତି ତାଙ୍କ ବ୍ୟାଙ୍କ ଡିଟେଲ

ଦିଲ୍ଲୀ ହିଂସାରେ ମରିବା ଲୋକଙ୍କର ସଂଖ୍ୟା ୪୧ ହୋଇଯାଇଛି । ହିଂସାଗ୍ରସ୍ତ ଇଲାକାରେ ଡିୟୁଟି କରୁଥିବା ପୋଲିସଙ୍କର ହେଡ କଂଷ୍ଟେବଳ ରତନ ଲାଲଙ୍କର ଗୋଳି ବାଜି ମୃତ୍ୟୁ ହୋଇ ଯାଇଥିଲା । ଯେଉଁ ଥାନାରେ ରତନ ଲାଲଙ୍କର ନିଯୁକ୍ତି ଥିଲା ,ସେଠାରେ ପ୍ରତି ତିନିମାସରେ ଶୋକସଭା କରିବାର କଥା ଆଇପିଏସ ଅଫିସର ଅରୁଣ ବୋଥରା କହିଛନ୍ତି । ଏହା ସହିତ ସେ ରତନ ଲାଲଙ୍କର ଆର୍ଥିକ ସାହାଯ୍ୟ ପାଇଁ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି ।

ଟୁଇଟର ରେ ହେଡ କଂଷ୍ଟେବଳ ରତନ ଲାଲଙ୍କ ପ୍ରତି ସଂବେନ୍ଦନା ପ୍ରକଟ କରି ବୋଥରା କହିଛନ୍ତି କି ମତେ ଜଣା ନାଥଲା କି ରତନ ଲାଲ ସିଏଏ ଙ୍କ ସମର୍ଥନରେ ଥିଲେ ନା ବିରୁଦ୍ଧରେ ।

ମୁ କେବଳ ଏତିକି ଜାଣିଛି କି ସେ କେବଳ ୪୨ବର୍ଷର ଥିଲେ । ଯେତବେଳେ ସେ ନିଜ ପରିବାର ପାଇଁ ଡିୟୁଟି କରୁଥିଲେ ସେତବେଳେ ତାଙ୍କ ସ୍ତ୍ରୀ ,ଦୁଇଟି ଝିଅ ଏବଂ ପୁଅ ତାଙ୍କର ଘରେ ଅପେକ୍ଷା କରିଥିଲେ ଆଇପିଏସ ବୋଥରା ଯେମିତି ହିଁ ଏହି ଟୁଇଟ ସହିତ ଫଟୋ ଶେୟାର କଲେ ,ତାହା ଶୀଘ୍ର ଭାଇରାଲ ହେଇଗଲା ।

ଏହି ଶେୟାର ପରେ କେତେକ ଲୋକ ପଚାରିଲେ କି ଆମେ ଏହି ପରିବାରକୁ କେମିତି ସାହାଯ୍ୟ କରିପାରିବୁ । ତାହାପରେ ଗୁରୁବାର ଦିନ ଆଇପିଏସ ବୋଥରା ହେଡ କଂଷ୍ଟେବଳ ଙ୍କର ସ୍ତ୍ରୀଙ୍କର ବ୍ୟାଙ୍କ ଆକାଉଣ୍ଟ ଡିଟେଲ ଶେୟାର କରିଛନ୍ତି । ତାହାର କିଛିଆ ସମୟ ପରେ ତାଙ୍କ ପାଖକୁ କମେଣ୍ଟ ଆସିବାକୁ ଲାଗିଲା ଯେଉଁଥିରେ କିଛି ଲୋକ ଖାତାରେ ପଇସା ଟ୍ରାନ୍ସଫର କରୁଥିଲେ ,କିନ୍ତୁ ଖାତା ନିଷ୍କ୍ରିୟ ଦେଖା ଯାଉଥିଲା ।

ଏହାପରେ ଆଇପିଏସ ବୋଥରା ବ୍ୟାଙ୍କ ଅଧିକାରୀଙ୍କ ସହିତ କଥା ହୋଇ ଖାତାକୁ ଆକ୍ଟିବେଟ କରାଇଲେ । ଏହା ବିଷୟରେ ସେ ରତନ ଲାଲ ଙ୍କର ସ୍ତ୍ରୀ ,ତାଙ୍କ ଭାଇ ,ବ୍ୟାଙ୍କ ମ୍ୟାନେଜର ଏବଂ ଏସଏଚଓ ଙ୍କୁ ବି କହିଲେ । ଏହାପରେ ଲୋକମାନେ ଏହି ଖାତାରେ ପଇସା ଟ୍ରାନ୍ସଫର କରି ତାର ସ୍କ୍ରିନ ସଟ ଟୁଇଟର ଆକାଉଣ୍ଟରେ ଶେୟାର କରିବା ଆରମ୍ଭ କରିଦେଲେ ।

ଦିଲ୍ଲୀ ସରକାର ବି ରତନ ଲାଲଙ୍କୁ ୧କରୋଡ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଦିଲ୍ଲୀ ବିଧାନସଭାରେ ସିଏମ ଅରବିନ୍ଦ କେଜରିବାଲ କହିଛନ୍ତି କି ଦିଲ୍ଲୀ ସରକାରଙ୍କର ପଲ୍ଲୀସୀ ଅନୁସାରେ ,ଆମେ ରତନ ଲାଲଙ୍କ ପରିବାରକୁ ୧କରୋଡ ଟଙ୍କା ଦେବୁ ।

ଏହା ପୂର୍ବରୁ କିଂସବେ କେଫ ଙ୍କର ନୂଆ ପୋଲିସ ଲାଇନ୍ସ ରେ ଦିଲ୍ଲୀ ପୋଲିସ ସହିଦ ରତନ ଲାଲଙ୍କୁ ସଲାମୀ ଦେଲେ । ଏହି ଅବସରରେ ପୋଲିସ କମିସର ଅମୂଲ୍ୟ ପଟନାୟକ ଏବଂ ରତନ ଲାଲଙ୍କର ସାଥି ଉପସ୍ଥିତ ଥିଲେ । ଏହି ଅବସରରେ ପଟନାୟକ କହିଲେ କି ଏହା ଆମ ପାଇଁ ଦୁଖଃଦ ଦିନ ଅଟେ । ରତନ ଲାଲ ଜେନ ସାହାସୀ ପୋଲିସକର୍ମୀ ଥିଲେ ।

Leave a Reply

Your email address will not be published. Required fields are marked *