୧୭୦୦ କିଲୋମିଟର ଚାଲିଚାଲି ମହାରାଷ୍ଟ୍ର ରୁ ଓଡ଼ିଶା ପହଞ୍ଚିଲେ ଏହି ଓଡ଼ିଆ ଭାଇ

ଓଡ଼ିଶା: ମହେଶ ଜେନା, ୨୦ ବର୍ଷୀୟ ଯୁବକ ୧୭୦୦ କିଲୋମିଟର ସାଇକେଲ ଚଳାଇ ମହାରାଷ୍ଟ୍ରର ସଂଗଲି ରୁ ସାଇକେଲ ଯୋଗେ ଓଡ଼ିଶା ର ଯାଜପୁର ରେ ପହଞ୍ଚିଥିଲେ । କ୍ୱାରେଣ୍ଟିନର ସମୟ ପୁରା କରି ସେ ଏବେ ତାଙ୍କ ଘରେ ପହଞ୍ଚିଛନ୍ତି । ମହେଶ ମହାରାଷ୍ଟ୍ରର ସଂଗଲୀରେ ଏକ କମ୍ପାନୀରେ ୮୦୦୦ ଦରମାରେ କାମ କରୁଥିଲେ କିନ୍ତୁ ଲକ୍ ଡାଉନ୍ ପରେ ପରେ ଆଉ ତାଙ୍କୁ ଦରମା ମିଳିଲାନି ଓ ଖାଇବା ପାଇଁ କଷ୍ଟକର ହୋଇଗଲା । ତାପରେ ସେ ନିଷ୍ପତି ନେଲେ ତାଙ୍କ ଘର ଓଡ଼ିଶା ଫେରିବାକୁ ।

ମହେଶ କହିଲେ କି- ସେ ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ପଇସା ଉଦ୍ଧାର ଆଣି ଏପ୍ରିଲ୍ ୧ରେ ସଂଗଲୀରୁ ଚାଲିବା ଆରମ୍ଭ କରିଥିଲେ ତା ମଧ୍ୟରେ ବହୁତ୍ ଦିନ ଭୋକ ଉପାସରେ କଟାଇ ଥିଲେ । ହାଇଦ୍ରାବାଦ୍ ରେ ମୋର ସାଇକେଲ ଲିକ୍ ହୋଇଥିବା ସତ୍ତ୍ଵେ ମଧ୍ୟ ମୁଁ ବହୁତ୍ କିଛି ବାଧା ବିଘ୍ନ ସହି ଏପ୍ରିଲ୍ ୭ ରେ ଯାଜପୁରରେ ପହଞ୍ଚି ଥିଲି । ଯାଜପୁରରେ ପହଞ୍ଚିବା ପରେ ସେ ନିଜକୁ ଜିଲ୍ଲା ପ୍ରଶାସନ ପାଖରେ ଆତ୍ମସମର୍ପଣ କରି କ୍ଵାରେଣ୍ଟିନରେ ରହିବା ପରେ ଘରକୁ ଯାଇଥିଲେ ।

ମହେଶ ତାଙ୍କର ଲମ୍ବା ସଫର୍ ମନେ ପକାଇ କହିଥିଲେ କି, ରାତି ସମୟ କାଟିବା ପାଇଁ ସେ ମନ୍ଦିର ଭଳି ସୁରକ୍ଷିତ ସ୍ଥାନ ଖୋଜି ଶୋଇଥିଲେ । ରାଜ୍ୟ ର ସୀମା ରେ ପୋଲିସ୍ ମାନେ ରୋକି ଥିଲେ କିନ୍ତୁ ସେ ଯେତେବେଳେ କହିଥିଲେ କି ମହାରାଷ୍ଟ୍ର ରୁ ଆସିଛି ଏହା ଶୁଣି ସେ ଛାଡ଼ି ଦେଇଥିଲେ । ମହେଶ ଲଗାତାର ୧୪ ରୁ ୧୫ଘଣ୍ଟା ସାଇକେଲ ଚଳାଇ ୧୭୦୦କିମି ଭଳି ରାସ୍ତା ଅତିକ୍ରମ କରିଥିଲେ । ଦେଖିବାକୁ ଗଲେ ସେ ଦିନକୁ ୨୦୦ ରୁ ୨୫୦କିମି ରାସ୍ତା ସାଇକେଲରେ ଅତିକ୍ରମ କରିଥିଲେ । ମହେଶ ଭଳି ହଜାର ହଜାର ଶ୍ରମିକ ଲକ୍ ଡାଉନ୍ ପରେ ନିଜ ନିଜ ରାଜ୍ୟକୁ ଫେରିଥିଲେ । ଏହା ଭିତରେ ବହୁତ ଲୋକ ପହଞ୍ଚିଥିଲେ ଆଉ କେତେକ ରାସ୍ତାରେ ପ୍ରାଣ ତ୍ୟାଗ କରିଥିଲେ ।

ଆଶା କରୁଛୁ ଆମ ଦ୍ଵାରା ଦିଆଯାଉଥିବା ସମସ୍ତ ତଥ୍ୟ ଆପଣଙ୍କୁ ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ଖବରଟି ପସନ୍ଦ ଆସିଲେ ଶେୟାର କରନ୍ତୁ । ବର୍ତ୍ତମାନ ପରିସ୍ଥିଟି ରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଘରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *