ଏହି ଲୋକମାନଙ୍କ ଉପରେ ସବୁବେଳେ ରହିଥାଏ ଶନିଦେବଙ୍କ କୃପା, ଜାଣନ୍ତୁ ଏମାନଙ୍କ ବିଷୟରେ କିଛି ଖାସ କଥା

ସବୁ ଗ୍ରନ୍ଥରେ ନ୍ୟାୟକର୍ତ୍ତା ଶନିଙ୍କୁ ସର୍ବାଧିକ ମହତ୍ଵ ଦିଆଯାଇଛି, ଶନିଦେବ କର୍ମର ଦେବତା ଅଟନ୍ତି ବା ସେ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଭଲ କାମ କରିବା ଲୋକ ସହିତ ଭଲ ଏବଂ ଖରାପ କାମ କରୁଥିବା ଲୋକ ସହିତ ଖରାପ କରିଥାନ୍ତି । ଏହି କାରଣରୁ ତାଙ୍କୁ ନ୍ୟାୟାଧୀସ ବି କୁହାଯାଇଥାଏ । ଏହି କାରଣ ହେଉଛି କି ଶନିଙ୍କ ମହାଦଶା ,ସାଢେଷାତି ସହିତ ଶନିଙ୍କ ଗୋଚର ର ନାମ ଶୁଣିଲେ ହିଁ ଭୟ ଲାଗିଥାଏ ।

ଏହା ବି କୁହାଯାଇଥାଏ କି ଶନିଦେବ ଯାହା ଉପରେ ନିଜର କୃପା କରିଥାନ୍ତି ତାଙ୍କ ଜୀବନ ସୁଧୁରି ଯାଇ ଥାଏ ।

ଜ୍ୟୋତିଷାଚାର୍ଯ୍ୟ ମନିଷ ଶର୍ମା କହିଛନ୍ତି କି ଏହି ଦୁଇଟି ରାଶି ବାଲାଙ୍କ କୁଣ୍ଡଳୀରେ ଶନି ଶୁଭ ସ୍ଥିତିରେ ଅଛନ୍ତି ଯାହା କି ଏମାନଙ୍କ ପାଇଁ ବହୁତ ଭଲ ଅଟେ ଏବଂ ଏମିତି ହେବାଦ୍ଵାରା ତାଙ୍କ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ତାହା କେଉଁ ରାଶି-

ମକର ରାଶି

ସବୁଠାରୁ ପ୍ରଥମେ ଏହା ଜାଣି ନିଅ କି ଯଦି ଆପଣଙ୍କର ନାମ ଭୋ ,ଜା,ଜି,ଖି ,ଖୁ ,ଖା,ଗା,ଗି ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତାହେଲେ ଆପଣଙ୍କର ରାଶି ମକର ହୋଇଥାଏ । ଏହି ରାଶିର ଲୋକମାନେ ବହୁତ ମହତ୍ଵାକାଙ୍ଖି ହୋଇଥାନ୍ତି । ଏମାନେ ମାନ ସମ୍ମାନ ପାଇଁ ସବୁ ସମୟରେ ତତ୍ପର ରହିଥାନ୍ତି ଏବଂ ଏଥିପାଇଁ ସେ ସବୁବେଳେ ପରିଶ୍ରମ ବି କରିଥାନ୍ତି ।

ଏମାନଙ୍କୁ ନିଜର ଇଚ୍ଛା ପୂରଣ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏହି ରାଶି ଲୋକମାନଙ୍କୁ ଯାତ୍ରା କରିବା ପାଇଁ ଭଲ ଲାଗିଥାଏ । ଏହା ସହିତ ଏମାନଙ୍କୁ କମ କଥା କହିବା ପସନ୍ଦ ହୋଇଥାଏ । ଏହି ଲୋକ ଇଶ୍ଵର ଏବଂ ଭାଗ୍ୟ ଉପରେ ବହୁତ ବିଶ୍ଵାସ କରିଥାନ୍ତି ।

କୁମ୍ଭ ରାଶି

ଯଦି ଆପଣଙ୍କର ନାମ ଗୁ ,ଗେ ,ଗୋ ,ସା,ସି,ସୁ,ସେ ଅକ୍ଷରରୁ ଆରମ୍ଭ ହୋଇଥାଏ ତାହେଲେ ଆପଣଙ୍କର କୁମ୍ଭ ରାଶି ହୋଇଥାଏ । ଏହି ରାଶିର ଲୋକମାନଙ୍କୁ ଜାତକ ବହୁତ ପସନ୍ଦ ଥାଏ ଏବଂ ଏମାନେ କଠିନ ପରିଶ୍ରମ ବି କରିଥାନ୍ତି । ଏହି ରାଶିର ଲୋକମାନେ ଅଧିକ ବୁଦ୍ଧିମାନ ହେବା ସହିତ ଭଲ ବ୍ୟବହାର ବାଲା ବି ହୋଇଥାନ୍ତି । ଏହି ଲୋକମାନଙ୍କୁ ସ୍ଵାଧୀନ ଭାବେ ବଞ୍ଚିବାର ଅଭ୍ୟାସ ହୋଇଥାଏ ।

ଏହି ଲୋକମାନଙ୍କର ସାହିତ୍ୟ କଳା ଏବଂ ଦାନ ପୂଣ୍ୟ ର ବହୁତ ସଉକ ଥାଏ । ଏମାନେ ନିଜ ସାଙ୍ଗ ମାନଙ୍କ ସହ କେବେବି ଖରାପ ବ୍ୟବହାର କରନ୍ତି ନାହିଁ । ସେମାନଙ୍କର ଏହି ଗୁଣ ତାଙ୍କୁ ସମସ୍ତଙ୍କର ପ୍ରିୟ ବନାଇ ଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *