୧୦ମ ପରୀକ୍ଷା ପରେ ହୋଇଯାଇଥିଲା ମୃତ୍ୟୁ, ରେଜଲ୍ଟ ଆସିଲା ପରେ ଆଚମ୍ବିତ ହୋଇ ରହିଗଲା ପରିବାର

ସେମାନେ କହିଲେ କି ‘ସେ ସବୁବେଳେ କହୁଥିଲା, ମୁଁ ଏହି ସବୁ ଲଢାଇ ପରେ ଏକ ଅନ୍ତରିକ୍ଷ ଯାତ୍ରୀ ହେବାକୁ ଚାହୁଁଛି ଏବଂ କୁହେ କି ଯଦି ଷ୍ଟିଫନ ହଙ୍କିଙ୍ଗ ଅକ୍ସଫୋର୍ଡ ଯାଇ ପାରୁଛନ୍ତି ଏବଂ କସ୍ମୋଲାଜି ରେ ନିଜର ନାମ କରି ପାରିବେ, ତାହେଲେ ମୁଁ ବି ଅନ୍ତରିକ୍ଷ କୁ ଯାଇ ପାରିବି । ସେ ସଂପୂର୍ଣ୍ଣ ଭାବେ ଆଶ୍ଵସ୍ତ ଥିଲା କି ସେ ଟପର ହେବ ।

ଆମେ ସବୁବେଳେ ତାର ଆତ୍ମବିଶ୍ଵାସ କୁ ଦେଖି ଚକିତ ହୋଇ ରହି ଯାଉଥିଲୁ ଏବଂ ତାକୁ ଆହୁରି ଅଧିକ ପ୍ରୋତ୍ସାହିତ କରୁଥିଲୁ । ପରୀକ୍ଷା ସରିବା ପରେ ଶ୍ରୀଧର କନ୍ୟାକୁମାରୀ ପାଖରେ ରାମେଶ୍ଵର ମନ୍ଦିରକୁ ଯିବା ପାଇଁ ଯୋଜନା କରି ଥିଲା ।

୧୦ମ ର ବୋର୍ଡ ପରୀକ୍ଷାରେ ଟପ କରିବା ,ଅନ୍ତରିକ୍ଷ ଯାତ୍ରୀ ହେବା ଏବଂ ରାମେଶ୍ଵର କୁ ଯାତ୍ରା କରିବା ଇତ୍ୟାଦି ଶ୍ରୀଧର ର ଅଧା ଇଚ୍ଛା ହୋଇ ରହିଗଲା । ଶ୍ରୀଧର ଯେତବେଳେ କେବଳ ଦୁଇ ବର୍ଷର ଥିଲା ସେତବେଳେ ତାକୁ ମସ୍କୁଲର ଡିଷ୍ଟ୍ରାଫି ରେ ପୀଡିତ ହୋଇଥିଲା ।

ଏହା ଏକ ଆନୁବଂଶିକ ରୋଗ ଅଟେ ,ଯାହା ମାଂସପେଶୀ ଗୁଡିକର ବିକାଶକୁ ଅବରୋଧ କରିଥାଏ ଏବଂ ଅଙ୍ଗ ଗୁଡିକ ବହୁତ କମଜୋର ହୋଇ ଯାଇଥାଏ । ଏହା ଡିଷ୍ଟ୍ରୋଫିନ କମ କାରଣ ରୁ ହୋଇଥାଏ ,ଯାହା ଏକ ପ୍ରକାରର ପ୍ରୋଟିନ ହୋଇଥାଏ ,ଯାହା ମାଂସପେଶୀକୁ ଅକ୍ଷୁର୍ଣ ରଖିବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *