ଏହି ଏପ୍ରିଲ ମାସରେ ବୁଧ ଏବଂ ସୂର୍ଯ୍ୟ ନିଜ ରାଶି ପରିବର୍ତନ କରିବେ, ଏହି ମାସରେ ବୁଧ ଦୁଇ ଥର ନିଜ ରାଶି ପରିବର୍ତନ କରିବେ । ଦୁଇ ଗ୍ରହ ରାଶି ପରିବର୍ତନ ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିବ, ସ୍ୱାସ୍ଥ୍ୟ, କର୍ମ, ପରିବାର, ସୁଖ ଶାନ୍ତି ସବୁ କ୍ଷେତ୍ରରେ ରହିଜବା ଏହାର ପ୍ରଭାବ । ତେବେ ଆସନ୍ତୁ ଜାଣିବା ଏହି ମାସରେ ହବାକୁ ଯାଉଥିବା ଗୋଚର ତାରିଖ ଏବଂ ଏହାର ପ୍ରଭାବ ବିଷୟରେ ।
ବୁଧ କରିବେ ମୀନ ରାଶି ରେ ଗୋଚର :
ବୁଦ୍ଧି, ଚତୁରତା ଏବଂ ସଂଚାର କାରକ ବୁଧ ଗ୍ରହ ମୀନ ରାଶି ରେ ୧୭ ଏପ୍ରିଲ ୨୦୨୦ ଠାରୁ ଗୋଚର କରିବେ, ମୀନ ଗୁରୁ ରାଶି ଅଟେ ଏବଂ ବୁଧ ଏହାର ଗ୍ରହ ତେବେ ରାଶି ତଳ ଭାଗରେ ବୁଧ ରହିବେ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ କୌଣସି ଗ୍ରହ ତଳ ଭାଗରେ ପୀଡିତ, ଦୁର୍ବଳ ହୋଇଥାଏ, ଏମିତି ସ୍ଥିତି ରେ ବୁଧ ଗ୍ରହ ମୀନ ରାଶି ଜାତକଙ୍କ ପାଇଁ ବହୁତ ସକାରାତ୍ମକ ହୋଇବେ ନାହିଁ । ମୀନ ରାଶି ଲୋକଙ୍କୁ ବହୁତ ଗୁଡେ ସମସ୍ୟା ସାମ୍ନା କରିବାକୁ ପଡିବ, ଏହି ସମୟରେ ଆପଣଙ୍କୁ ଚରମ ରୋଗ ହବାର ସମ୍ଭାବନା ଅଟେ ସେଥିପାଇଁ ବଞ୍ଚିକି ରହିବା ଉଚିତ ଅଟେ ।
ସୂର୍ଯ୍ୟଙ୍କ ମେଷ ରାଶି ରେ ପ୍ରବେଶ ହବାକୁ ଯାଉଛି, ସୂର୍ଯ୍ୟ ଗ୍ରହ ୧୩ ଏପ୍ରିଲ ୨୦୨୦ ରେ ମେଷ ରାଶି ରେ ପ୍ରବେଶ କରିବେ, ସୂର୍ଯ୍ୟଙ୍କ ଗୋଚର କୁ ସଙ୍କରାନ୍ତି ବୋଲି କୁହା ଯାଏ । ଯେତେବେଳେ ସୂର୍ଯ୍ୟ ମେଷ ରାଶି ରେ ପ୍ରବେଶ କରିବେ ଏହାକୁ ମେଷ ସଙ୍କରାନ୍ତି ବୋଲି କୁହା ଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ଏହି ରାଶି ଦ୍ଵାରା ପୁନଃ ୧୨ଟି ରାଶି ରେ ନିଜ ଯାତ୍ରା ପ୍ରାରମ୍ଭ କରିବେ ସେଥିପାଇଁ ଏହାକୁ ସୋଲାର ନବବର୍ଷ ମଧ୍ୟ କୁହାଯାଏ, ମେଷ ରାଶି ସ୍ଵାମୀ ମଙ୍ଗଳ ଗ୍ରହ ଅଟନ୍ତି ଏବଂ ସୂର୍ଯ୍ୟ ଏହି ରାଶି ରେ ଉଚ୍ଚ ରେ ରୁହନ୍ତି ।
ସୂର୍ଯ୍ୟ ଗୋଚର ମେଷ ରାଶି ଜାତକଙ୍କ ପାଇଁ ବହୁତ ଭଲ ପରିଣାମ ବା ସଫଳତା ପ୍ରଦାନ କରିବାର ସମ୍ଭାବନା ଅଟେ । ଏହି ସମୟରେ ଆପଣଙ୍କୁ ସରକାର ଦ୍ଵାରା ସାହାଜ୍ଯ ପ୍ରାପ୍ତ ହବ, ସମାଜ ରେ ମାନ ସମ୍ମାନ ପ୍ରାପ୍ତ ହବ । ବୁଧ ରାଶି ଏହି ମାସରେ ଦୁଇଟିଆ ଥର ଗୋଚର କରିବେ ଓ ଏହା ମେଷ ରାଶି ରେ ଗୋଚର କରିବେ । ତେବେ ୨୫ ଏପ୍ରିଲ ୨୦୨୦କୁ ବୁଧ ଗ୍ରହ ମେଷ ରାଶି ରେ ଗୋଚର କରିବେ, ମେଷ ରାଶି ରେ ସୂର୍ଯ୍ୟଙ୍କ ପ୍ରଭାବ ପ୍ରବଳ ଅଟେ ସେଥିପାଇଁ ବୁଧ ମଧ୍ୟ ସଫଳତା ପ୍ରଦାନ କରିବେ ।