ଏହି ଭୟାନକ ମନ୍ଦିରକୁ ଦେଖି ବୈଜ୍ଞାନିକ ବି ଡରି ପଳାଇଲେ, ହୋସ ଉଡାଇ ଦେବ ଏହି ମନ୍ଦିରର ରହସ୍ୟ

କିଛି ବର୍ଷ ପୂର୍ବେ ବୈଜ୍ଞାନିକମାନଙ୍କୁ ମଧ୍ୟ ପ୍ରଦେଶର ଏକ ମନ୍ଦିର ବିଷୟରେ ଏକ ଅଦ୍ଭୁତ କଥା ଜଣା ପଡିଲା । ସ୍ଥାନୀୟ ଲୋକମାନଙ୍କ କହିବାର ଥିଲା କି ସନ୍ଧ୍ୟା ସମୟରେ ଏହି ମନ୍ଦିର ପାଖକୁ କେହି ବି ଯାଇ ପାରିବେ ନାହିଁ । ଏହା ସହିତ ଲୋକମାନେ ଏମିତି ବି କିଛି କଥା କହିଲେ ଯାହା ବିଷୟରେ ଶୁଣି ସମସ୍ତଙ୍କର ହୋସ ଉଡିଗଲା । ବୈଜ୍ଞାନିକମାନେ ଏହି ମନ୍ଦିର ବିଷୟରେ ଅଧିକ ଜାଣିବା ପାଇଁ ଏହି ମନ୍ଦିରକୁ ଗଲେ ।

ଭାରତର ମଧ୍ୟପ୍ରଦେଶ ରାଜ୍ୟର ମୁରେନାରେ ୧୦୦୦ ବର୍ଷ ପୁରୁଣା ଗୋଟିଏ ବହୁତ ରହସ୍ୟମୟୀ ମନ୍ଦିର ଅଛି । ଏହି ମନ୍ଦିର କକନମଠ ମନ୍ଦିର ନାଁରେ ପରିଚିତ ଓ ଏହା ଭଗବାନ ଶିବଙ୍କୁ ସମର୍ପିତ ଅଟେ । ଏହି ମନ୍ଦିର ପ୍ରାଚୀନ ସ୍ଥାପିତ କଳାର ଅଦ୍ଭୁତ ଉଦାହରଣ ଅଟେ ।

କକନମଠ ମନ୍ଦିର ବିଷୟରେ ବଡ ବଡ ପଥର ଦ୍ଵାରା ତିଆରି ଏହି ମନ୍ଦିରର ନିର୍ମାଣ ସମୟରେ କୌଣସି ବି ପ୍ରକାରର ସିମେଣ୍ଟ ଓ ସେହିଭଳି କୌଣସି ବି ଜିନିଷର ପ୍ରୟୋଗ କରାଯାଇ ନାହିଁ । ସବୁ ପଥର ଗୋଟିଏ ଉପରେ ଗୋଟିଏ ରଖା ଯାଇଛି । ଦେଖିଲେ ଲାଗିବ ମନ୍ଦିରର ଏହା ଭଗ୍ନାବଶେଷ । କିନ୍ତୁ ଏହା ଏହିଭଳି ଅଟେ ଓ ବର୍ଷ ବର୍ଷ ଧରି ଏହା ଛିଡା ହୋଇଛି । ବଡ ବଡ ବାତ୍ୟା ଆସିଛି କିନ୍ତୁ ଏହି ମନ୍ଦିରର କିଛି ବି କ୍ଷତି କରି ପାରି ନାହାନ୍ତି ।

ମୁସଲମାନ ଶାସକମାନେ ଏହି ମନ୍ଦିରକୁ ଭାଙ୍ଗିବା ପାଇଁ ତୋପର ପ୍ରୟୋଗ ବି କରିଥିଲେ । କିନ୍ତୁ ମନ୍ଦିରର କିଛି ବି କ୍ଷତି ହୋଇ ନ ଥିଲା । ଯେଉଁ ପଥର ଦ୍ଵାରା ଏହା ତିଆରି କରାଯାଇଛି ଆଖ ପାଖରେ ଏହିଭଳି ପଥର ମିଳେ ନାହିଁ । ଏହି ମନ୍ଦିରକୁ କୌଣସି ମନୁଷ୍ୟ ନୁହନ୍ତି ଗୋଟିଏ ରାତିରେ ଭୂତମାନେ ତିଆରି କରି ଥିଲେ । ସ୍ଥାନୀୟ ଲୋକମାନଙ୍କ କହିବା ଅଟେ କି ଦିନେ ସୂର୍ଯ୍ୟ ଅସ୍ତ ସମୟରେ ଏହି ସ୍ଥାନରେ ଏକ ଖୋଲା ପଡିଆ ଥିଲା ।

କିନ୍ତୁ ଆସନ୍ତା ଦିନ ସୂର୍ଯ୍ୟ ଉଦୟ ହେବା ପରେ ଅଚାନକ ଏହି ସ୍ଥାନରେ ଏହି ମନ୍ଦିର ଦେଖାଗଲା । ବୈଜ୍ଞାନିକମାନଙ୍କ କହିବା ଅଟେ କି ଏହି ମନ୍ଦିରର ନିର୍ମାଣର ସିମେଣ୍ଟ ଓ ସେହିଭଲି କିଛି ଜିନିଷର ପ୍ରୟୋଗ କରାଯାଇ ନାହିଁ । ସବୁ ପଥର ଗୋଟିଏ ଉପରେ ଗୋଟିଏ ରଖା ଯାଇଛି । ଏହି ମନ୍ଦିରକୁ ଦେଖିଲେ ଆପଣଙ୍କୁ ଲାଗିବ କି ଏହା ଭାଙ୍ଗିଯିବ । କିନ୍ତୁ ବର୍ଷ ବର୍ଷ ଧରି ଏହି ମନ୍ଦିର ଏହିଭଳି ଛିଡା ହୋଇଛି ।

ରିସର୍ଚ ପରେ ଶେଷରେ ବୈଜ୍ଞାନିକମାନେ କହିଲେ କି ସନ୍ଧ୍ୟା ପରେ ମନ୍ଦିର ପାଖକୁ କେହି ବି ଯିବେ ନହିଁ । କାରଣ ଅଫିସରମାନଙ୍କୁ ଡର ଥିଲା କି ଯଦି ମନ୍ଦିରରେ ସହ ଲଗାଯାଏ ତେବେ ଏହା ଭାଙ୍ଗି ପାରେ । କାରଣ ମନ୍ଦିରର ପଥର ଗୋଟିଏ ଉପରେ ଗୋଟିଏ ଅଛି । ସେଥିପାଇଁ ସେମାନେ ଏହାର ସଂରକ୍ଷଣ କାର୍ଯ୍ୟରୁ ଦୂରେଇ ଗଲେ । ମନ୍ଦିରର ସତ କଣ ଏହାର ଜବାବ ମନ୍ଦିରକୁ ତିଆରି କରିଥିବା ଲୋକମାନଙ୍କ ସହ ହଜି ଯାଇଛି ।

Leave a Reply

Your email address will not be published. Required fields are marked *