୨୦୧୯ ସରିବା ପାଇଁ କିଛି ଦିନ ଶେଷ ଅଛି, କାହା ପାଇଁ ୨୦୧୯ ବହୁତ ଭଲ ରହି ଥିବ ତ କାହା ପାଇଁ ଖରାପ ହୋଇ ଥିବ । ଏହି ବର୍ଷ କିଛି ଲୋକ ବହୁତ କିଛି ପାଇ ଥିବେ ତେବେ କିଛି ଲୋକ ବହୁତ କିଛି ହରେଈ ଥିବେ ଏମିତିରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଟି ଆସୁଥିବ ଯେ ଆସନ୍ତା ବର୍ଷ ମାନେ ୨୦୨୦ ତାଙ୍କ ପାଇଁ କେମିତି ହବ ? ଆଜି ଆମେ ଆପଣମାନଙ୍କୁ ଏମିତି କିଛି ରାଶିଙ୍କ ବିଷୟରେ କହିବୁ ଯାହା ଆସନ୍ତା ବର୍ଷ ୨୦୨୦ରେ ଅସୁବିଧା ରେ ରହିବେ । ଏହି ରାଶି ଲୋକଙ୍କୁ ୨୦୨୦ରେ ବହୁତ ସମସ୍ଯା ସାମ୍ନା କରିବାକୁ ପଡିବ ।
୨୦୨୦ ରେ ଏହି ରାଶିଙ୍କର ଅବସ୍ତା ଖରାପ ରହିବ :
କର୍କଟ :
ଏହି ରାଶି ଲୋକଙ୍କ ଜାତକ ଅନୁଯାଇ ତାଙ୍କ ପାଇଁ ୨୦୨୦ ଖରାପ ଅଟେ, ଏହି ରାଶି ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହବାର ସମ୍ଭାବନା ଅଟେ । ଏହା ସହ ଆପଣଙ୍କ ଘରେ କିଛି ବଡ ଘଟଣା ଘଟି ପାରେ, ଏହି ରାଶି ଲୋକଙ୍କୁ ୨୦୨୦ରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଅଳପ ଦେହ ଖରାପ ହେଲେ ମଧ୍ୟ ଚିକିତ୍ସା କରାନ୍ତୁ ନଚେତ ଅନିଷ୍ଟ ଘଟି ପାରେ । ଯଦି ଏହି ସବୁ ଠାରୁ ବଞ୍ଚିବା ପାଇଁ ଚାହନ୍ତି ତେବେ ବୁଧବାର ଦିନ ଗଣେଶ ଠାକୁରଙ୍କ ନା ଧରି ଉପାସ ରଖନ୍ତୁ, ଏହା ଛଡା ଗଣେଶ ଠାକୁରଙ୍କ ମନ୍ଦିର ରେ ମୋଦକ ଭୋଗ କରନ୍ତୁ ।
– ବିଛା :
ଏହି ରାଶି ଲୋକଙ୍କ ପାଇଁ ମଧ୍ୟ ୨୦୨୦ ଭଲ ନାହିଁ, ବିଛା ରାଶି ଲୋକଙ୍କୁ ତାଙ୍କ ଶତ୍ରୁମାନଙ୍କ ଦ୍ଵାରା ବହୁତ ହାନି ହବାର ଅଛି, ଆପଣଙ୍କ ଶତ୍ରୁ ଆପଣଙ୍କୁ ବର୍ବାଦ କରିବା ପାଇଁ ବହୁତ ଗୁଡେ ଚକ୍ରାନ୍ତ କରି ପାରେ । ସେଥିପାଇଁ ଆପଣ ଯେତେ ପାରୁଛନ୍ତି ସତର୍କ ରୁହନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ଅଟେ, ଏହା ଛଡା ୨୦୨୦ରେ ଆପଣଙ୍କ କେହି ବହୁତ ନିକଟ ଲୋକ ଆପଣଙ୍କୁ ଧୋକା ଦେଇ ପାରନ୍ତି । ଆପଣ ପ୍ରତେକ ମଙ୍ଗଳବାର ହନୁମାନ ମନ୍ଦିର ଯାଇ ତେଲ ଦୀପ ଜାଳନ୍ତୁ ଏବଂ ସକାଳେ ସନ୍ଧ୍ୟା ବେଳେ ହନୁମାନ ଚାଳିଶା ଜାପ କରନ୍ତୁ ଆପଣଙ୍କ କଷ୍ଟ ଦୂର ହୋଇବ ।
– କୁମ୍ଭ :
ଏହି ରାଶି ଲୋକଙ୍କ ଭାଗ୍ୟ ୨୦୨୦ରେ ଖରାପ ରହିବ, ଏହି ବର୍ଷ ଆପଣଙ୍କୁ କାର୍ଯ୍ୟ ପାଇଁ ସମସ୍ଯା ହବ ଏବଂ କୌଣସି କାର୍ଯ୍ୟ ପୂର୍ଣ ହୋଇବ ନାହିଁ । ଏହି ସବୁ ଘଟଣାରୁ ବଞ୍ଚିବା ପାଇଁ ପ୍ରତେକ ଶନିବାର ଦିନ ଶନିଦେବଙ୍କୁ ତିଳ ତେଲ ଚଢାନ୍ତୁ ଏବଂ ଏହି ଦିନ ଉପାସ ମଧ୍ୟ ରଖନ୍ତୁ ଆପଣଙ୍କ ପାଇଁ ବର୍ଷ ଭଲ ରହିବ ।