ସବୁଦିନ ଏହି ସମୟରେ ଝାଡୁ ଲଗାଇଲେ ବର୍ଷିବ ମାତା ଲକ୍ଷ୍ମୀଙ୍କ କୃପା, ହେବ ଧନର ବର୍ଷା- Vastu Tips

ପ୍ରତି ଦିନ ଆମେ ନିଜ ଘରକୁ ସଫା ସୁତୁରା ରଖିବା ପାଇଁ ପ୍ରୟାସ କରିଥାଉ । କିଛି କ୍ଷେତ୍ରରେ ଘରକୁ ଅତିଥିଙ୍କର ଆଗମନ ହେବାର ଥିଲେ ମଧ୍ୟ ଆମେ ଘରକୁ ଭଲ ଭାବେ ସଜାଇଥାଉ । ଘରର ସ୍ଵଚ୍ଚତା ପାଇଁ ଝାଡୁ ଲଗାଇବା ସବୁଠାରୁ ମହତ୍ଵପୂର୍ଣ୍ଣ କାମ ଅଟେ । ଝାଡୁ କୁ ଆମେ ଆମ ଘରର କୌଣସି ସ୍ଥାନରେ ରଖିଥାଉ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କିଣିବା ଠାରୁ ଆରମ୍ଭ କରି ତାର ବ୍ୟବହାର କରିବା ବିଷୟରେ ଅନେକ କଥା କୁହା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ଝାଡୁ ସହ ଜଡିତ କିଛି ସୂଚନା ଦେବାକୁ ଯାଉଛୁ । ଏହି ନିୟମର ପାଳନ କରିବା ଦ୍ଵାରା ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ଦୂର ହେବା ସହ କେଉଁ ସମୟରେ ଘରେ ଝାଡୁ ଲଗାଇଲେ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ତାହା କହିବାକୁ ଯାଉଛୁ ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ ମଙ୍ଗଳବାର, ରବିବାର ଓ ଶନିବାର ଦିନ ନୂଆ ଝାଡୁ କିଣିବା ଉଚିତ । ଶନିବାର ଦିନ ଝାଡୁ କିଣିବା ଓ ବ୍ୟବହାର ଅକରିବା ଉତ୍ତମ ହୋଇଥାଏ । ଶନିବାର ଦିନ ସନ୍ଧ୍ଯା ହେବା ପୂର୍ବରୁ ଝାଡୁ କିଣିଲେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ନୂଆ ଝାଡୁ ଆଣିବା ପରେ ପୁରୁଣା ଝାଡୁକୁ ଶନିବାର ଦିନ ପୋଫଡିଲେ ସର୍ବୋତ୍ତମ ହୋଇଥାଏ । ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ବାର ହୋଇ ଥିବାରୁ ଝାଡୁ କିଣା ଯାଇପାରିବ ।

୨- ଝାଡୁକୁ ଘରେ ରଖିବା ପାଇଁ ଏମିତି ଏକ ଜାଗା ରହିବା ଦରକାର ଯେଉଁଠାରେ ବାହାର ବ୍ୟକ୍ତିର ନଜର ନ ପଡିବ । ଝାଡୁକୁ ସର୍ବଦା ଶୁଆଇକି ରଖିବା ଉଚିତ । ମା ଲକ୍ଷ୍ମୀଙ୍କର ପ୍ରତୀକ ଝାଡୁ ହୋଇ ଥିବାରୁ ଏହାର ଅ-ପ-ମା-ନ କରିବା ବା ଏହାକୁ ଗୋଇଠା ମାରିବା ଉଚିତ ନୁହେ । ଝାଡୁକୁ କୌଣସି ଖରାପ ଅଳିଆ ଆବର୍ଜନା କରିବା ପାଇଁ ବ୍ୟବହାର କରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ଘରେ ଦରିଦ୍ରତା ଦେଖା ଯାଇଥାଏ ।

୪- ବାସ୍ତୁ ଶାସ୍ତ୍ର ଅନୁସାରେ ଭାଙ୍ଗି ଯାଇଥିବା ଝାଡୁକୁ ବ୍ୟବହାର କରିବା ଅନୁଚିତ । ତେଣୁ ଭାଙ୍ଗି ଯାଇଥିବା ଝାଡୁକୁ ପୋଫାଡି ଦେଇ ନୂଆ ଝାଡୁ ଆଣିବା ଉଚିତ ।

୫- ଘରେ କୌଣସି ବ୍ୟକ୍ତି ବାହାରକୁ ଯିବା ପରେ ତୁରନ୍ତ ଝାଡୁ ମାରିବା ଅନୁଚିତ । କୌଣସି ବିଶେଷ କାମ ବା ଯାତ୍ରା କରିବା ପୂର୍ବରୁ ଏହି କଥାର ଧ୍ୟାନ ରଖିବା ଉଚିତ । କିଛି ସମୟ ପରେ ଘରେ ଝାଡୁ ମାରିବା ଉଚିତ ।

୬- କୌଣସି ଶୁଭ ସମୟରେ ମନ୍ଦିରରେ ଝାଡୁ ଦାନ କରିବା ଶୁଭ ହୋଇଥାଏ । ନୂଆ ଝାଡୁ ବ୍ୟବହାର କରିବା ଆଗରୁ ନାଲି ରଙ୍ଗର ସୂତା ବାନ୍ଧି ଦେଲେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ସୂର୍ଯ୍ୟ ଉଦୟ ସମୟରେ ଘରେ ଝାଡୁ ମାରିବା ସର୍ବୋତ୍ତମ ଅଟେ । ଭୁଲରେ ବି ସନ୍ଧ୍ୟା ସମୟରେ ଘରେ ଝାଡୁ ମାରିବା ଉଚିତ ନୁହେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *