ଏହି ଦିଗଜ ସଙ୍ଗୀତକାର ଙ୍କର ହେଲା ପରଲୋକ- ବଲିଉଡରେ ଏବେ ଶୋକର ଛାୟା

ନମସ୍କାର ବନ୍ଧୁଗଣ, ଏବେ ଏବେ ବଲୀଉଡ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର, ଦିଗଜ ସଂଗୀତକାର ମହମ୍ମଦ ଜହର ଖୟାମ ହସ୍ମୀଙ୍କର ଗତ କାଲି ପରଲୋକ ହୋଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ତେବେ ତାଙ୍କର ଫୁସଫୁସରେ ସଂକ୍ରମଣ ଯୋଗୁ ସେ ବହୁତ ସିରିୟସ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏହି ଦିଗଜ ସଂଗୀତକାରଙ୍କୁ ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ବର୍ଦ୍ଧିତ କରାଯାଇଛି । ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ସେ କେବଳ ‘ଖୟାମ’ ନାମରେ ପରିଚିତ ଅଟନ୍ତି ।

ତାଙ୍କର ମୃତ୍ୟୁର ଖବର ଶୁଣି ସାରା ବଲୀଉଡ ରେ ଏବେ ଶୋକର ଛାୟା । ସେ ମାତ୍ର୧୭ ବର୍ଷ ବୟସରେ ଲୁଧିଆନାରୁ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ୧୯୫୩ ମସିହାରେ ସେ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ ଫୁଟପାଥ ଫିଲ୍ମରୁ ।

ତେବେ ସେ ତାଙ୍କର ଫିଲ୍ମ ସୋଲା ଔର ସବନମ୍ ରୁ ଲୋକଙ୍କ ନଜରକୁ ଆସିଥିଲେ । ଆଖିର ଖତ, କଭିକଭି, ତ୍ରିଶୁଲ, ନୁରୀ, ବାଜାର ଓ ଉମ୍ରାଓଜାନ ଭଳି ଫିଲ୍ମର ସେ ସଙ୍ଗୀତକାର ଭାବେ କାମ କରିଛନ୍ତି । ୨୦୧୧ ମସିହାରେ ତାଙ୍କୁ ଦେଶର ଶୀର୍ଷ ନାଗରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *