ଏହି ହ୍ରଦରେ କୋଟି କୋଟି ସମ୍ପତିର ରକ୍ଷା କରନ୍ତି ନାଗ ଦେବତା, ଚୋରାଇବା ଲୋକର ହୁଏ କିଛି ଏଭଳି ଅବସ୍ଥା

ନାଗ ପୂଜାକୁ ଆମ ଧର୍ମରେ ବହୁତ ମହତ୍ଵ ଦିଆଯାଏ । ନାଗ ଦେବତାଙ୍କର ଏମିତି କିଛି ମନ୍ଦିର ଭାରତରେ ଅଛି ଯାହା କି ବହୁତ ପ୍ରସିଦ୍ଧ ଏବଂ ପ୍ରାଚୀନ ମନ୍ଦିର ଅଟେ । ଏଠାରେ ନାଗ ଦେବତାଙ୍କର ପୂଜା କରାଯାଇ ଥାଏ । ଏହି ସବୁ ସ୍ଥାନ ମଧ୍ୟରେ ଗୋଟିଏ ସ୍ଥାନ ହିମାଞ୍ଚଳ ପ୍ରଦେଶର ମଂଡି ଜିଲ୍ଲାରୁ ପାଖାପାଖି ୭୦ କିମି ଦୂର ଅଟେ । ଏହି ସ୍ଥାନର ମହତ୍ଵ ଏହା କି ଏଠାରେ ପାଣି ତଳେ ଲୁଚି ଥିବା ଧନ ସମ୍ପତି ଦେଖା ଯାଇଥାଏ । କିନ୍ତୁ ସେଠାକାର ସ୍ଥାନୀୟ ଲୋକମାନେ କହିଥାନ୍ତି କି ନାଗ ଦେବତା ଥିବା କାରଣରୁ ସେହି ଧନ ସମ୍ପତିକୁ କେହି ଛୁଇଁ ପାରି ନାହାଁନ୍ତି ଏବଂ ଯିଏ ବି ଏହାକୁ ଚୋରୀ କରିବା ପାଇଁ ଚେଷ୍ଟା କରିଛି ତା ସହିତ କିଛି ନା କିଛି ଅନର୍ଥ ହୋଇଛି । ଆସନ୍ତୁ ଏହି ବିଚିତ୍ର ମନ୍ଦିର ବିଷୟରେ ଜାଣିବା ।

Image Courtesy: Google

ଏଠାରେ ଅଛି ସେହି ଅଦ୍ଭୁତ ସ୍ଥାନ

ଆମେ ଯେଉଁ ଅଦ୍ଭୁତ ସ୍ଥାନ ବିଷୟରେ କଥା ହେଉଛେ ତାହା ମଂଡି ଜିଲ୍ଲାର କମରାହ ନାମକ ସ୍ଥାନରେ ଥିବା ଘନ ଜଙ୍ଗଲରେ ଏକ ପାହାଡ ଅଛି, ଯାହାର ନାମ କାମରୁନାଗ ଅଟେ । ପୁରାତତ୍ଵ ବିଭାଗ କହିଛନ୍ତି କି ଏଠାରେ ଥିବା ଧନ ସମ୍ପତି ମହାଭାରତ କାଳର ଅଟେ ଏବଂ ପୁଷ୍କରଣୀ ପାଖରେ ନାଗ ଦେବତାଙ୍କର ମନ୍ଦିର ଅଛି । ଯିଏ ଏହି ଧନ ସମ୍ପତି କୁ ରକ୍ଷା କରୁଛନ୍ତି । ଏହି ମନ୍ଦିରରେ ଜୁଲାଇ ମାସରେ ମେଳାର ଆୟୋଜନ କରାଯାଏ ଏବଂ ନାଗ ଦେବତାଙ୍କର ବିଧି ବିଧାନରେ ପୂଜା କରାଯାଏ ।

ଅଭିଳାଷ ପୁରା ହେଲେ ଚଢାନ୍ତି ସୁନା ଚାନ୍ଦିର ଜିନିଷ

ଏଠାରେ ଲୋକ ନିଜର ଇଚ୍ଛା ପୂରଣ ହେବା ପରେ ସୁନା ଚାନ୍ଦିର ଜିନିଷ ଚଢାଇ ଥାନ୍ତି । କମରୁନାଗ ସରୋବରରେ ସୁନା ରୂପା ଏବଂ ଟଙ୍କା ଚଢାଇବାର ଏହି ପରମ୍ପରା ବହୁତ ଆଗରୁ ଚାଲିଆସୁଛି । ଏହି ସରୋବରରେ ଥିବା ଧନ ସମ୍ପତି ଆରୋବ ର ଅଟେ ।

Image Courtesy: Google

ପାଣ୍ଡବ ମାନଙ୍କର ସମ୍ପତି ହେଉଛି ସରୋବରରେ ପଡିଥିବା ଧନ ସମ୍ପତି

କୁହାଯାଇଛି କି କମରୁ ନାମ ସରୋବର ର ରକ୍ଷା ସ୍ଵୟଂ କମରୁନାଗ କରନ୍ତି । ଗୋଟେ ଥର ଜଣେ ବ୍ୟକ୍ତି ଧନ ସମ୍ପତି କୁ ଚୋରୀ କରିବା ପାଇଁ ଚେଷ୍ଟା କରୁଥିଲା ,ଯେଉଁ ତିରେ କି ତାର ଜୀବନ ଚାଲିଗଲା । ପୌରାଣିକ ମାନ୍ୟତା ଏହା କି ଏହି ଧନ ସମ୍ପତି ପାଣ୍ଡବ ମାନଙ୍କର ,ଯାହାକୁ ସେମାନେ କମରୁନାଗ ଦେବତାଙ୍କୁ ସମର୍ପିତ କରିଦେଇଥିଲେ ।

Image Courtesy: Google

ଏମିତି ହୋଇଥିଲା ନାଗଦେବତାଙ୍କ ନାମ କମରୁନାଗ

ମହାଭାରତର ଯୁଦ୍ଧ ଜିତିବା ପରେ ପାଣ୍ଡବ ରତ୍ନଯକ୍ଷ କୁ ଏକ ବାକ୍ସରେ ନେଇ ହିମାଳୟ ଆଡକୁ ନେଇ ଯାଉଥିଲେ । ଯେତବେଳେ ସେମାନେ ନଲସର ପହଞ୍ଚିଲେ ତାଙ୍କୁ ଏକ ଶବ୍ଦ ଶୁଣାଗଲା ଯିଏ ତାଙ୍କୁ ସେହି ବାକ୍ସକୁ ଏକାନ୍ତ ସ୍ଥାନକୁ ନେଇଯିବାକୁ ନିବେଦନ କଲା । ଏହାପରେ ସେମାନେ ତାହାକୁ ନେଇ କମରୁଘାଟି ନେଇଗଲେ । ରତ୍ନଯକ୍ଷ ପାଣ୍ଡବମାନଙ୍କୁ କହିଲେ କି ତ୍ରେତୟା ଯୁଗରେ ତାଙ୍କ ଜନ୍ମ ଏହି ସ୍ଥାନରେ ହୋଇଥିଲା । ତାଙ୍କ ମାଆ ନାଗଙ୍କୁ ପୂଜା କରୁଥିଲେ । ତାଙ୍କ ଗର୍ଭରୁ ୯ଜଣ ପୁଅ ଜନ୍ମ ହେଲେ । ତାଙ୍କ ମାଆ ତାଙ୍କୁ ଏକ ବାକ୍ସରେ ରଖୁଥିଲେ । କିନ୍ତୁ ଗୋଟେ ଦିନ ତାଙ୍କ ଘରକୁ ଆସିଥିବା ଅତିଥି ମହିଳାଙ୍କ ହାତରୁ ସେହି ବାକ୍ସଟି ପଡିଗଲା ଏବଂ ସବୁ ସାପ ଛୁଆ ନିଆଁରେ ପଡିଗଲେ ,କିନ୍ତୁ ରତ୍ନଯକ୍ଷ ନିଜର ଜୀବନ ବଞ୍ଚାଇବା ପାଇଁ ସରୋବରରେ ଲୁଚିଗଲେ । ପରେ ତାଙ୍କ ମାଆ ତାଙ୍କୁ ଖୋଜି ପାଇଥିଲେ ଏବଂ ତାଙ୍କ ନାମ କମରୁନାଗ ରଖିଦେଲେ ।

Leave a Reply

Your email address will not be published. Required fields are marked *