ଏହି ଉପାୟକୁ ଆପଣାନ୍ତୁ, ବଜରଙ୍ଗବଲି ଆପଣଙ୍କର ସବୁ ମନସ୍କାମନା କରିବେ ପୂର୍ଣ୍ଣ

ଚିନ୍ତାରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ପ୍ରକାରର ଉପାୟ କୁହାଯାଇଛି । ଏମିତି ବହୁତ ଉପାୟ ଅଛି ଯାହା ଆମ ଜୀବନର ଦୁଖଃରୁ ମୁକ୍ତି ଦେଇଥାଏ । ଆମେ ଯେଉଁଠି ବି ରହିଥାଉ ସେଠାରେ କିଛି ଏମିତି ଜିନିଷ ଥାଏ ,  ଯାହାର ଉପଯୋଗରେ ଆମ ଜୀବନରେ ଅଦ୍ଭୁତ ପରିବର୍ତନ ହେଇପାରେ ,କିନ୍ତୁ ଆମକୁ ଜଣାପଡେ ନାହିଁ । ଏହ ସବୁ ଜିନିଷ ଭିତରେ ଗୋଟିଏ ହେଉଛି ଗୋଲାପ ଫୁଲ । କୁହାଯାଏ କି ଗୋଲାପ ଫୁଲର ବ୍ୟବହାର ଚେହେରାର ସୁନ୍ଦରତା ବଢାଇବା ପାଇଁ କରାଯାଇଥାଏ ।

ଚେହେରାରେ ଲଗାଇଲେ ଚମକ ବଢିଯାଇ ଥାଏ ,ଏହା ସହିତ ଯଦି ଆଖି ପୋଡୁଥାଏ ତାହେଲେ ଏହାର ଏହାର ବ୍ୟବହାର କାଲେ ଶାନ୍ତି ମିଳିବ ।

କିଛି ଲୋକ ତ ଘରକୁ ମହକାଇବା ପାଇଁ ଗୋଲାପ ଫୁଲ ନିଜ ଘରେ ରଖିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଗୋଲାପ ଫୁଲର ଉପାୟକୁ ଅପଣାଇବା ଦ୍ଵାରା ଜୀବନରେ ସବୁକିଛି ହାସିଲ କରାଯାଇ ପାରିବ ,ଯାହା ଆମେ ପାଇବାକୁ ଚାହୁଁଛେ । ଗୋଲାପର ଉପାୟକୁ ଜ୍ୟୋତିଷ ଶାସ୍ତ୍ରରେ ବହୁତ କାର୍ଯ୍ୟକାରୀ ବୋଲି କୁହାଯାଇ ଥାଏ ।

୧୧ଟି ଗୋଲାପର ଫୁଲ ବଜରଙ୍ଗବଲିଙ୍କୁ ଅର୍ପଣ କରନ୍ତୁ

ଯଦି ଆପଣଙ୍କର କିଛି ମନସ୍କାମନା ଅଧାରେ ରହି ଯାଇଛି ତାହେଲେ ଆପଣ କୌଣସି ବି ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳ ବାର ଦିନ ସତେଜ ୧୧ଟି ଗୋଲାପ ଫୁଲ ହନୁମାନଙ୍କ ଉପରେ ଅର୍ପଣ କରନ୍ତୁ । ଏହି ପ୍ରକାରେ ଲଗାତାର ୧୧ଟି ମଙ୍ଗଳ ବାର ପର୍ଯ୍ୟନ୍ତ କରିବାକୁ ହେବ । ଏମିତି କରିବା ଦ୍ଵାରା ହନୁମାନ ଖୁସି ହେବେ ଏବଂ ଆପଣଙ୍କର ଅଧା ଥିବା ମନସ୍କାମନାକୁ ପୂର୍ଣ କରିବେ ।

ଧନ ଲାଭ କରିବା ପାଇଁ କରନ୍ତୁ ଏହି ଉପାୟ

ଯଦି ଆପଣ ଧନଲାଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ କୌଣସି ବି ଦିନ ସନ୍ଧ୍ୟାରେ ଗୋଲାପ ଫୁଲ ଉପରେ କର୍ପୁରର ଖଣ୍ଡ ରଖି ଜଳାଇ ଦିଅନ୍ତୁ ,ଜଳିବା ପରେ ସେହି ଫୁଲକୁ ଦେବୀ ମାଙ୍କୁ ଅର୍ପଣ କରିଦିଅନ୍ତୁ ଏଥିରେ ଧନଲାଭ ହୋଇପାରେ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଆଲମାରି ସବୁବେଳେ ଧନରେ ଭରି ରହୁ ତାହେଲେ ମଙ୍ଗଳବାର ଦିନ ଲାଲ ଚନ୍ଦନ,ଲାଲ ଗୋଲାପକୁ ଏକ ଲାଲ କପଡାରେ ବାନ୍ଧି ତାକାକୁ ସାତ ଦିନ ପାଇଁ ମନ୍ଦିରରେ ରଖି ଦିଅନ୍ତୁ । ସାତଦିନ ପରେ ତାହାକୁ ଆଣି ଆପଣଙ୍କର ଆଲମାରିରେ ରଖି ଦିଅନ୍ତୁ । ଏମିତି କଲେ ଆଲମାରି ସବୁବେଳ ପାଇଁ ଭରି ରହିବ ।

କର୍ଜ ପାଇଁ ଚିନ୍ତାରେ ଅଛନ୍ତି ତାହେଲେ କରନ୍ତୁ ଏହି ଉପାୟ

ଯଦି ଆପଣ କର୍ଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଅଖଣ୍ଡିତ ପାଖୁଡା ବାଲା ୫ଟି ଗୋଲାପ ଫୁଲ ନିଅନ୍ତୁ ,ଏହାପରେ ଏକ ଧଳା କପଡା ସାମନାରେ ବିଛାଇ ଦିଅନ୍ତୁ ଏବଂ ୪ଟି ଗୋଲାପ ଫୁଲକୁ ଚାରି କୋଣରେ ଏବଂ ଗୋଟିଏ ଗୋଲାପକୁ ଏକାଠି ବାନ୍ଧି ଦିଅନ୍ତୁ ,ଏହାପରେ ଏହାକୁ ଦୂରରେ ଥିବା ନଦୀରେ ଭସାଇ ଦିଅନ୍ତୁ । ଏମିତି କଲେ କର୍ଜରୁ ମୁକ୍ତି ପାଇବେ ।

Leave a Reply

Your email address will not be published. Required fields are marked *