ପର୍ସରେ ରଖନ୍ତୁ ଏହି ଜିନିଷ- ହେବ ଧନର ବର୍ଷା

ଧନ ସମ୍ପଦା ଇଛା ସମସ୍ତଙ୍କର ହୋଇଥାଏ, ତେବେ ଏହାକୁ ପାଇବା ପାଇଁ ସମସ୍ତେ ପରିଶ୍ରମ କରିଥାନ୍ତି, କିନ୍ତୁ ଯଦି ଆପଣଙ୍କ ପାଖରେ ଟଙ୍କା ରହୁ ନାହିଁ ବା ଆପଣଙ୍କ ପର୍ସ ସବୁବେଳେ ଖାଲି ରହୁଛି ତେବେ ଏହାର ଅର୍ଥ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ଅଛି ଏବଂ ଆପଣଙ୍କୁ କୌଣସି ଉପାୟ ଦରକାର ଅଟେ, ଟଙ୍କା ଆଜିକା ଦୁନିଆ ରେ ଏମିତିକା ଜିନିଷ ହୋଇଯାଇଛି ଯାହା ବିନା ମଣିଷ ନିଜ ଜୀବନରେ କିଛି କରି ପାରିବ ନାହିଁ ଦୁଇ ଗୁଣ୍ଡା ଅନ୍ନ ପାଇଁ ମଧ୍ୟ ମଣିଷକୁ ଟଙ୍କା ଦରକାର ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ଯା ଦୂର ହବ ଏବଂ ଆପଣଙ୍କୁ ଧନ ପ୍ରାପ୍ତ ହବ ।

Image Courtesy: Google

୧. ରକ୍ଷା ସୂତା :

ସୋମବାର ଦିନ ସକାଳେ ଉଠି ସବୁ ପ୍ରକାର ନିତ୍ୟ କାମ ସମାପ୍ତ କରି ଭଲ ଭାବରେ ସ୍ନାନ କରି ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ପୂଜାରେ ରକ୍ଷା ସୂତା ନିଶ୍ଚିନ୍ତ ରଖନ୍ତୁ, ଏହା ପରେ ସନ୍ଧ୍ୟାରେ ଏହି ସୂତା ଭଗବାନଙ୍କୁ ପ୍ରଣାମ କରି ଉଠେଇ ଆଣନ୍ତୁ ଏହା ପରେ ଏହାକୁ ନିଜ ପର୍ସରେ ରଖନ୍ତୁ ଏମିତି କଲେ ଆପଣଙ୍କ ପାଖରେ ଆବଶ୍ୟକତା ଅନୁଯାଇ ଟଙ୍କା ଆସିବ, ଆପଣଙ୍କୁ ଧନ ଲାଭ ହବ ।

Image Courtesy: Google

୨. ନାଲି କାଗଜ :

ସୋମବାର ଦିନ ସବୁ କାମ ସମାପ୍ତ କରି ଭଗବାନଙ୍କ ପାଖରେ ଗୋଟେ ନାଲି କାଗଜରେ ଓଁ ଲେଖି ରାଖୀ ଦିଅନ୍ତୁ ଏହା ପରେ ପୂଜା ସମାପ୍ତ ହେଲା ପରେ ଏହି କାଗଜଟିକୁ ନିଜ ପର୍ସରେ ରଖନ୍ତୁ କୁହାଯାଏ ଯେ ଏମିତି କଲେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସବୁ କାମ ସଫଳ ହୋଇଥାଏ ।

୩. ଚାଉଳ :

ସୋମବାର ଦିନ ଭଗବାନଙ୍କ ପାଖରେ ୭ଟି ଅରୁଆ ଚାଉଳ ରଖି ଏହାକୁ ପୂଜା କରନ୍ତୁ ଏବଂ ପୂଜା ସମାପ୍ତ ହେଲା ପରେ ଏହି ୭ଟି ଚାଉଳକୁ ପର୍ସରେ ରଖନ୍ତୁ, ବା କୌଣସି ନାଲି କପଡାରେ ଗୁଡେଇ ପର୍ସରେ ରଖନ୍ତୁ, ଏମିତି କଲେ ଆପଣଙ୍କ ପାଖରେ କେବେ ଧନ କମିବ ନାହିଁ ।

Image Courtesy: Google

୪. ରୁଦ୍ରାକ୍ଷ :

ରୁଦ୍ରାକ୍ଷ ଭଗବାନ ଶିବଙ୍କର ବହୁତ ପ୍ରିୟ ଅଟେ, ତେବେ ସୋମବାର ଦିନ ସ୍ନାନ ଇତ୍ୟାଦି ସମାପ୍ତ କରି ଭଗବାନ ଶିବଙ୍କ ପାଖରେ ଗୋଟେ ରୁଦ୍ରାକ୍ଷ ରଖି ଦିଅନ୍ତୁ ତେବେ ପୂଜା ସମାପ୍ତ ହେଲା ପରେ ଏହାକୁ ନିଜ ପର୍ସରେ ରଖନ୍ତୁ, ଏହା ଦ୍ଵାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *