ସୁଶାନ୍ତ ସିଂହ ରାଜପୁତ ୧୦ ଦିନ ପୂର୍ବରୁ ମା ଙ୍କ ନାମରେ ଲେଖିଥିଲେ ଶେଷ ପୋଷ୍ଟ- କହିଥିଲେ ମା’…

ବଲ୍ଲୀଉଡର ପ୍ରସିଦ୍ଧ ତାରକା ମଧ୍ୟରୁ ଜଣେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି । ରବିବାର ଦିନ ଘରେ ତାଙ୍କ ଶବ ପଙ୍ଖାରେ ଲଟକିଥିବାର ମିଳିଲା । ଘରର ଚାକର ଫୋନ କରି ପୋଲିସକୁ ସୁଚନା ଦେଇଥିଲେ । ଆତ୍ମହତ୍ୟା ର କାରଣ ଜଣା ପଡିନହିଁ । ଅଭିନେତା ସୋସିଆଲ ମିଡିଆରେ ପୂର୍ବ କିଛି ସମୟରୁ ସେ ଏକ୍ଟିଭ ଥିଲେ । ତାଙ୍କ ଶେଷ ପୋଷ୍ଟ ତାଙ୍କ ନିଜ ମାଙ୍କ ପାଇଁ ଥିଲା ।

Image Courtesy: Google

ଅଭିନେତା ଲେଖିଥିଲେ ,’ଆଁଶୁଓ ସେ ବାଷ୍ପିତ ହୋତା ହେ ଜୀବନ, ମୁସ୍କୁରାହାଟ ସେ ଏକ ଅର୍କ କୋ ଉକରତେ ସପନେ ଅର ଏକ କ୍ଷଣ ଭଙ୍ଗୁର ଜୀବନ, ଦୋନୋ କି ବୀଚ ବାତଚିତ’ । ସୁଶାନ୍ତଙ୍କ ମାଙ୍କର ଦେହାନ୍ତ ବହୁତ ପୂର୍ବରୁ ହୋଇସାରିଥିଲା । ଯେବେ ସୁଶାନ୍ତ ୧୬ ବର୍ଷର ଥିଲେ, ସେହି ସମୟରେ ତାଙ୍କ ମା ମୃତ୍ୟୁ ବରଣ କରିଥିଲେ । ସେ ତାଙ୍କ ମା ର ବହୁତ ନିକଟତର ଥିଲେ । ସେ ବହୁତ ବାର ସୋସିଆଲ ମିଡିଆରେ ମାଙ୍କ ପ୍ରତି ଗଭୀର ଭଲ ପାଇବା ଜ୍ଞାପନ କରିଛନ୍ତି ।

Image Courtesy: Google

କହିବାକୁ ଚାହୁଞ୍ଚୁ କି ସୁଶାନ୍ତ ବାନ୍ଦ୍ରାରେ ଏକା ରହୁଥିଲେ । ତାଙ୍କ ଆତ୍ମହତ୍ୟା ଖବର ବିଷୟରେ ପଡୋଶୀ ମାନଙ୍କଠାରୁ ବୟାନ ନିଆଯାଉଛି । ସୂଚନା ଅନୁଯାଇ ସୁଶାନ୍ତ ୬ ମାସରୁ ଚିନ୍ତାଗ୍ରସ୍ତ ରେ ରହୁଥିଲେ । କିନ୍ତୁ ସେ ଆତ୍ମ ହତ୍ୟାଭଳି ପଦକ୍ଷପ ନେବେ କାହାକୁ ଜଣା ନଥିଲା । ଖବର ଅନୁଯାଇ କବାଟ ଭାଙ୍ଗି ତାଙ୍କ ସାଙ୍ଗ ମାନେ ଭିତରେ ପହଞ୍ଚିଲେ । ସେଠାରେ ସେ ସୁଶାନ୍ତକୁ ପଙ୍ଖାରେ ଲଟକି ଥିବା ଦେଖିଲେ । ତୁରନ୍ତ ପୁଲିସ କୁ ଏହାର ସୂଚନା ଦିଆଗଲା ।

ଫିଲ୍ମ କାରିୟର ର ଆଲୋଚନା କରିବା ତ ଫିଲ୍ମ ପୂର୍ବରୁ ସେ ଟିଭି ଇନଡସ୍ଟ୍ରି ରେ ଆସିଥିଲେ । ସୁଶାନ୍ତଙ୍କ ସବୁଠୁ ପ୍ରଥମ ସିରିଏଲ କିସ ଦେଶ ମେ ମେରା ଦିଲ । କିନ୍ତୁ ତାଙ୍କୁ ପବିତ୍ର ରିସତା ସିରିଏଲ ରୁ ସମସ୍ତେ ଜାଣିଥିଲେ । ତାପରେ ସେ କାଇ ପୋଚେ, ଏମେଷ ଧୋନୀ, କେଦାରନାଥ, ଚିଛୋରେ ଭଳି ହିଟ ଫିଲ୍ମରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *