ଏକାକ୍ଷ ନଡିଆ ର ମା ଲକ୍ଷ୍ମୀଙ୍କ ସହ କଣ ସମ୍ବନ୍ଧ ? ଏହାକୁ ଚିହ୍ନିବା କେମିତି ଓ ଏହାର ଉପାୟ ଜାଣନ୍ତୁ

ନଡିଆକୁ ଶ୍ରୀ ଫଳ କୁହା ଯାଏ, ତେବେ ଶ୍ରୀ ଅର୍ଥ ମା ଲକ୍ଷ୍ମୀ ଅଟନ୍ତି, ଅର୍ଥାତ ନଡିଆ ମା ଲକ୍ଷ୍ମୀଙ୍କୁ ଅତି ପ୍ରିୟ ଅଟେ, ଏହି କାରଣ ପାଇଁ ହିନ୍ଦୁ ଧର୍ମରେ ପୂଜା ପାଠରେ ନଡିଆ ବହୁତ ଆବଶ୍ୟକ ହୋଇଥାଏ, ଶ୍ରୀ ଫଳ ଦ୍ଵାରା କରା ଯାଇଥିବା ପୂଜା ବ୍ୟକ୍ତିକୁ ସବୁ ପ୍ରକାର ସୁଖ, ଐଶ୍ଵର୍ଯ୍ୟ ପ୍ରଦାନ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ନଡିଆର କିଛି ଉପାୟ ଯାହା ଦ୍ଵାରା ଆପଣ ପାଇପାରିବେ ମା ଲକ୍ଷ୍ମୀଙ୍କର କୃପା ।

ଏକାକ୍ଷ ନଡିଆ କେମିତି ଚିହ୍ନଟ କରିବା :

ସାମାନ୍ୟ ନଡିଆ ରେ ଜଟା ବାହାର କଲା ପରେ ତିନୋଟି ଛିଦ୍ର ଦେଖା ଯାଇଥାଏ, ଯେଉଁ ଥିରେ ଗୋଟେ ପାଟି ଏବଂ ଦୁଇଟି ଆଖି ହୋଇଥାଏ, ତେବେ ଏକାକ୍ଷ ନଡିଆରେ କେବଳ ଗୋଟେ ଆଖି ଏବଂ ଗୋଟେ ପାଟି ହୋଇଥାଏ, ହଜାର ହଜାର ନଡିଆ ମଧ୍ୟରେ କେବଳ ଗୋଟେ ନଡିଆ ଏକାକ୍ଷ ହୋଇଥାଏ, ମାନ୍ୟତା ଅଛି ଯେ ଯାହା ପାଖରେ ଏହି ନଡିଆ ହୋଇଥାଏ ତା ଉପରେ ମା ଲକ୍ଷ୍ମୀଙ୍କର ବହୁତ କୃପା ହୋଇଥାଏ, ଯାହା ପାଖରେ ଏହି ନଡିଆ ଥାଏ ତାଙ୍କୁ କେବେ ଆର୍ଥିକ ସଙ୍କଟ ସାମ୍ନା କରିବାକୁ ପଡେ ନାହିଁ ।

ଏକାକ୍ଷ ନଡିଆ କଣ କରିବା ଉଚିତ ?

ସାମାନ୍ୟ ଠାରୁ ଏହି ନଡିଆ ବହୁତ ଅଲଗା ହୋଇଥାଏ ସେଥିପାଇଁ ଏହାକୁ କେବେ ଫଟେଇବା ଉଚିତ ନୁହଁ, ଏହାକୁ ଆପଣ ନାଲି କପଡା ରେ ଗୁଡାଇ ନିଜ ଧନ ସଞ୍ଚୟ ଜାଗାରେ ରଖି ଦିଅନ୍ତୁ ଯେମିତି କି ଅଲମୀରା, ତିଜୋରି ବା କୁମ୍ପି ରେ ରଖି ଦିଅନ୍ତୁ । ଯେବେ ବି ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ ଏହାକୁ ପୂଜା ସ୍ଥଳରେ ରଖି ଦିଅନ୍ତୁ ଓ ପୂଜା କାମରେ ବ୍ୟବହାର କରନ୍ତୁ, କୁହାଯାଏ ଏକାକ୍ଷ ନଡିଆ ସର୍ବ ସିଧି ପ୍ରାପ୍ତ ହୋଇଥାଏ ।

ଏହି ନଡିଆ କରେ ଗ୍ରହ ଦୋଷ ଶାନ୍ତ:

– ଯୁବକ ଏବଂ ଯୁବତୀ ଯେଉଁମାନଙ୍କର ବିବାହ ହୋଇପାରୁ ନାହିଁ, କ୍ରମାଗତ ତିନି ଗୁରୁବାର ଦିନ, ହଳଦିଆ ଫୁଲ ସହିତ ପ୍ରବାହିତ ପାଣିରେ ଏକାକ୍ଷ ନଡ଼ିଆକୁ ପ୍ରବାହିତ କରନ୍ତୁ । ଶୀଘ୍ର ବିବାହ ପ୍ରସ୍ତାବ ଆସିବ ଏବଂ ଯୋଗ୍ୟ ପାତ୍ର ମିଳିବ ।

– ଏକାକ୍ଷ ନଡ଼ିଆ ସମସ୍ତ ଗ୍ରହ ଦୋଷକୁ ଶାନ୍ତ କରିଥାଏ । ତେଣୁ, ଯଦି ଆପଣ ଗ୍ରହମାନଙ୍କ ସହିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ପୂଜାପାଠ ସ୍ଥାନରେ ଏକାକ୍ଷ ନଡ଼ିଆ ରଖି ନିୟମିତ ପୂଜା କରନ୍ତୁ । ଏକାକ୍ଷ ନଡ଼ିଆ ଘରେ ରହିବା ଖରାପ ନଜର, ନକାରାତ୍ମକ ଶକ୍ତିକୁ ଦୂରେଇ ରଖେ ।

Leave a Reply

Your email address will not be published. Required fields are marked *