ଏକାଦଶୀ ରାତିରେ ଚାଉଳ ଡବା ରେ ରଖନ୍ତୁ ଏହି 1 ଜିନିଷ, ଦାରିଦ୍ର୍ୟତା ଆପଣଙ୍କ ଘର ରାସ୍ତା ଭୁଲି ଯିବ 

ସମସ୍ତେ ଧନ ପାଇବା ପାଇଁ ବହୁତ୍ ପରିଶ୍ରମ କରିଥାନ୍ତି ଆଉ ଜୀବନରେ ଆଗକୁ ବଢିବା ପାଇଁ ବହୁତ୍ ପ୍ରକାର ଚେଷ୍ଟା ମଧ୍ୟ କରନ୍ତି କିନ୍ତୁ ଧନ, ସମ୍ପତ୍ତି, ସୁଖ ଆଉ ସମୃଦ୍ଧି କେବଳ ସେହି ଲୋକଙ୍କୁ ମିଳିଥାଏ ଯାହା ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ରହିଥାନ୍ତି । ମାତା ଲକ୍ଷ୍ମୀଙ୍କ ମନ ବହୁତ୍ ଚଞ୍ଚଳ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା କରିବା ଦ୍ୱାରା ଆପଣଙ୍କ ଜୀବନରେ ବହୁତ୍ କିଛି ବଦଳି ଯିବ ଆଉ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ପାଖରେ ରହିବେ କୁଆଡେ ଯିବେ ନାହିଁ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଏକାଦଶୀ ଗୋଟେ ମାସରେ ଦୁଇ ଥର ଆସିଥାଏ ତେବେ କୃଷ୍ଣ ପକ୍ଷ ଏକାଦଶୀ ଆଉ ଶୁକ୍ଲ ପକ୍ଷ ଏକାଦଶୀ । ଆପଣ ମାନେ ଶୁକ୍ଲ ପକ୍ଷ ଏକାଦଶୀରେ ଏହି ଉପାୟ କଲେ ଆପଣଙ୍କ ଘର ଛାଡି ମାତା ଲକ୍ଷ୍ମୀ କେବେ ଯିବେ ନାହିଁ ଆଉ ଆପଣଙ୍କ ଇବାନରେ ସୁଖ ହିଁ ସୁଖ ଆସିବ ।

ଆପଣଙ୍କୁ ଏହି ଉପାୟ ମାତା ଲକ୍ଷ୍ମୀ ଆଉ ଶ୍ରୀ ହରି ବିଷ୍ଣୁଙ୍କ ଫଟୋ ଆଗରେ ରଖି କରିବାକୁ ହବ କେବଳ ଜଣଙ୍କ ଫଟୋ ରଖି ପୂଜା କଲେ ଆପଣଙ୍କୁ ଶୁଭ ଫଳ ମିଳିବ ନାହିଁ । ଆପଣ ମାନେ ଜାଣିଛନ୍ତି ଜେ ମାତା ଲକ୍ଷ୍ମୀ ଅନ୍ନ ଆଉ ଧନ ଦେବୀ ଅଟନ୍ତି, ମାତା ଧନ ଦିଅନ୍ତି କିନ୍ତୁ ରହିବାକୁ ଅନ୍ନ ରେ ପସନ୍ଦ କରନ୍ତି ।

ସେଥିପାଇଁ ଆଜି ଆମେ ଯେଉଁ ଉପାୟ କରିବୁ ତାହା ଭଗବାନ ବିଷ୍ଣୁ ଆଉ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରିବୁ । ଆପଣଙ୍କୁ ଗୋଟେ ଚାନ୍ଦି ମୁଦ୍ରା ଆବଶ୍ୟକ ଅଟେ, ଆପଣଙ୍କ ଘରେ ଯଦି ଆଗରୁ ଅଛି ତେବେ ତାକୁ ମଧ୍ୟ ଆପଣ ଧୋଇ ଗଙ୍ଗା ଜଳରେ ପକାଇ ତାକୁ ସଫା କରି ପୂଜା ପାଇଁ ବ୍ୟବହାର କରି ପାରିବେ ।

ଆପଣଙ୍କୁ ସେହି ମୁଦ୍ରା ଭଗବାନଙ୍କ ପାଖରେ ରଖିବାକୁ ହବ ତାହା ପରେ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ପ୍ରିୟ ହଳଦୀ ସେହି ମୁଦ୍ରାରେ ଲଗାନ୍ତୁ ଏହା ପରେ ସିନ୍ଦୂର ଲଗାନ୍ତୁ ଆଉ ଭଗବାନ ପାଖରେ ତାର ଭଲ ଭାବରେ ପୂଜା କରନ୍ତୁ ।

ଆପଣଙ୍କୁ ନିଜ ଜୀବନରେ ଏତେ ସୁଖ ମିଳିବ ଯେତେ ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ ଆପଣ ନିଜ ଭାଗ୍ୟ ବଦଳି ପାରନ୍ତି କିନ୍ତୁ ମୁଖ୍ୟ କାମ କଣ ଆସନ୍ତୁ ଜାଣିବା । ଆପଣଙ୍କୁ ଏହି ପୂଜା ହୋଇଥିବା ମୁଦ୍ରା ନେଇ ନିଜ ଘର ଚାଉଳ ଡବା ରେ ରଖିବାକୁ ହବ ।

ମନେ ରଖନ୍ତୁ ଘର ଷ୍ଟୋର ରୁମ ରେ ରଖା ହୋଇଥିବା ଚାଉଳ ନୁହଁ ଆପଣ ରୋଷେଇ ଘରେ ସବୁ ଦିନ ଯେଉଁ ଚାଉଳ ଡ଼ବାରୁ ବାହାର କରି ରୋଷେଇ କରନ୍ତି ସେହି ଡବାରେ ଏହି ମୁଦ୍ରା ରଖନ୍ତୁ ଆଉ କେବଳ ଦୀପାବଳୀ ଦିନ ଏହାକୁ ବାହାର କରି ଧୋଇ ପୂଜା କରି ଆଉ ଥରେ ରଖି ଦିଅନ୍ତୁ ।

ଯଦି ରୋଷେଇ କରିବା ପାଇଁ ଚାଉଳ କାଢିବା ସମୟରେ ମୁଦ୍ରା ଆପଣଙ୍କ ହାତରେ ଆସିଥାଏ ତେବେ ତାକୁ ଆଉ ଥରେ ଡ଼ବାରେ ରଖିବେ ବାହାର କରିବେ ନାହିଁ । ଏହି ଉପାୟ ଦ୍ୱାରାତ ଲକ୍ଷ୍ମୀ ଆଉ ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି ଆଉ ଧନ, ସମ୍ପତ୍ତି ସୁଖ ସହ ସାଂସାରିକ ସୁଖ ମଧ୍ୟ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *