ଟିଭି ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନୟ କରୁଥିବା ସେଲିବ୍ରେଟି ମାନଙ୍କର ପ୍ରକୃତ ଘର କେଉଁଠି ?

ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଛୋଟ ପରଦା ଠାରୁ ଆରମ୍ବ କରି ବଡ ପରଦା ଯାଏଁ ଅଭିନେତା ଓ ଅଭିନେତ୍ରୀ ମାନେ ପରିଚିତ ଅଟନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଆଗ୍ରହ ହେବା ସହ ଅଭିନୟ କରୁଥିବା କଳାକାର ମାନଙ୍କୁ ବହୁତ ସାରା ଭଲ ପାଇବା ଦେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଚ୍ୟାନେଲରେ ପ୍ରସାରତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନୟ କରୁଥିବା କଳାକାର ମାନଙ୍କର ପ୍ରକୃତ ଘର କେଉଁଠି ସେହି ବିଷୟରେ କହିବାକୁ ଯାଉଛୁ ।

୧- ନିଲାଖି ପାତ୍ର : ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନେତ୍ରୀ ନିଲାଖି ପାତ୍ର ଇତି ଭୂମିକାରେ ନଜର ଆସୁଛନ୍ତି । ସେ ତାଙ୍କର ଅଭିନୟ ପାଇଁ ବହୁତ ସାରା ଭଲ ପାଇବା ପାଇଛନ୍ତି ଦର୍ଶକ ମାନଙ୍କ ଠାରୁ । ତାଙ୍କର ପ୍ରକୃତ ଘର ହେଉଛି ରାୟଗଡ ।

୨- ସନୋଜ କୁମାର : ଏହି ସିରିଏଲ ରେ ମୁଖ୍ୟ ଚରିତ୍ର ରେ ଅଭିନେତା ସନୋଜ କୁମାର ଆରବ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି । ତାଙ୍କର ପ୍ରକୃତ ଘର ହେଉଛି ବରମପୁର ।

୩- ଲିକୁନ ଚୌଧୁରୀ : ଏହି ସିରିଏଲରେ ଅଭିନେତା ଲିକୁନ ଚୌଧୁରୀ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ପ୍ରକୃତ ଘର ହେଉଛି ପୁରୀ ।

୪- ସୁଚରିତା ସ୍ଵାଇଁ : ଏହି ସିରିଏଲରେ ଅଭିନେତ୍ରୀ ସୁଚରିତା ସ୍ଵାଇଁ ଉର୍ବୀ ଭୂମିକାରେ ଅଭିନୟ କରିବାର ନଜର ଆସୁଛନ୍ତି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ତାଙ୍କର ପ୍ରକୃତ ଘର ହେଉଛି ପୁରୀ ।

୫- ଅସ୍ମିତା ନନ୍ଦ : ଏହି ସିରିଏଲରେ ଅଭିନେତ୍ରୀ ଅସ୍ମିତା ନନ୍ଦ ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ବର ।

୬- ଚୂନି ରିୟା : ଏହି ସିରିଏଲରେ ଅଭିନେତ୍ରୀ ଚୂନି ରିୟା ଦାମିନୀ ଚରିତ୍ର ରେ ଅଭିନୟ କରୁଛନ୍ତି । ଏହି ସିରିଏଲରେ ଅଭିନେତ୍ରୀ ଦାମିନୀ ଖଳନାୟିକା ଭୂମିକାରେ ନଯର ଆସୁଛନ୍ତି । ତାଙ୍କର ପ୍ରକୃତ ଘର ହେଉଛି କଟକ ।

୭- ଟ୍ଵିଙ୍କଲ ମିଶ୍ର : ଏହି ସିରିଏଲରେ ଅଭିନେତ୍ରୀ ଟ୍ଵିଙ୍କଲ ମିଶ୍ର ଦମଦାର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଦର୍ଶକ ମାନେ ତାଙ୍କର ସୁନ୍ଦର ଅଭିନୟକୁ ବେଶ ପ୍ରଶଂସା ଅକରୁଛନ୍ତି । ତାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ଵର ।

୮- ଅମରଜିତ ମିଶ୍ର : ଏହି ସିରିଏଲ ରେ ଅଭିନେତା ଅମରଜିତ ମିଶ୍ର ରୋମୀୟ ଭୂମିକାରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ପ୍ରକୃତ ଘର ହେଉଛି ଜଟଣୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *