ନିଜ ମଥାରେ ଥିବା ରେଖାରୁ ଜାଣନ୍ତୁ ନିଜ ଜୀବନର କିଛି ବଡ ରାଜ- AstroTips

ଆଜି ଆମେ ଆପଣଙ୍କୁ କହିବୁ ଆମ କପାଳରେ ଥିବା ରେଖା ଆମର ଭବିଷ୍ୟତ ବିଷୟରେ କଣ କହିଥାଏ ଓ ଏହାର ଅର୍ଥ କଣ ହୋଇଥାଏ । ଚାଳନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜଣାଇବା । ଜ୍ୟୋତିଷ ଶାସ୍ତ୍ରର ସାମୁଦ୍ରିକ ଶାସ୍ତ୍ର ଏକ ମହତ୍ଵପୂର୍ଣ ଅଙ୍ଗ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ କୌଣସି ବି ବ୍ୟକ୍ତିର ଭବିଷ୍ୟତ ଓ ତାର ସ୍ଵଭାବ ବିଷୟରେ ବହୁତ କିଛି ଜାଣି ପାରିବେ । ଜ୍ୟୋତିଷ ଶାସ୍ତ୍ରରେ କୌଣସି ମଣିଷର କପାଳର ରେଖା ଦେଖି ବହୁତ କିଛି କୁହାଯାଇ ପାରିବ ।

ଯେଉଁ ଲୋକମାନଙ୍କ କପାଳରେ ସଫା, ଗାଢ, ପୂର୍ଣ ତଥା ସ୍ପଷ୍ଟ ରେଖା ଥାଏ ଏହିଭଳି ଲୋକମାନେ ଦୀର୍ଘାୟୁ ହୋଇଥାନ୍ତି । ଏହା ସହିତ ଏମାନେ ଅନ୍ୟମାନଙ୍କ ତୁଳନାରେ ନିଜ ଜୀବନରେ ବହୁତ ସୁଖୀ ରହିଥାନ୍ତି ।

କପାଳରେ ଗୋଟିଏ ଦିଗରୁ ଅନ୍ୟ ଏକ ଦିଗ ଆଡକୁ ଯାଉଥିବା ରେଖା ୨୦ ବର୍ଷ ଆୟୁ ଦର୍ଶାଇ ଥାଏ ଅର୍ଥାତ ବ୍ୟକ୍ତି କପାଳରେ ଯେତୋଟି ରେଖା ଥାଏ ତାର ଆୟୁ ସେତିକି ବଢିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର କପାଳରେ ତିନୋଟି ରେଖା ଅଛି ତେବେ ବୁଝି ଯାଆନ୍ତୁ କି ତାହାର ବୟସ କମ ରୁ କମ ୭୫ ବର୍ଷ ହୋଇଥାଏ । ଯେଉଁ ଲୋକମାନଙ୍କ କପାଳରେ ଦୁଇଟି ରେଖା ପୁରା ଥାଏ ସେ ୭୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ ଓ ତାଙ୍କୁ ଧନର କେବେ ବି ଅଭାବ ହୋଇ ନ ଥାଏ ।

ଯେଉଁ ଲୋକମାନଙ୍କ କପାଳ ଉପରେ ଚନ୍ଦ୍ରମା ହୋଇଥାଏ ସେମାନଙ୍କୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହିଭଳି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ସବୁବେଳେ ରହିଥାଏ । ଏହି ଲୋକମାନେ ନିଜ ଜୀବନରେ ମହାନ ସନ୍ତ, ଉପଦେଶକ ଓ ଯୋଗୀ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି କି ଯେଉଁ ବ୍ୟକ୍ତିର କପାଳରେ ଯେତୋଟି ରେଖା ହୋଇଥାଏ ତାର ସେତିକି ଭାଇ ଓ ଭଉଣୀ ଥାନ୍ତି ।

କପାଳରେ ଥିବା ମୋଟା ରେଖା ଭାଇ ଓ ପତଳା ରେଖା ଭଉଣୀର ସଂଖ୍ୟା ଦର୍ଶାଇ ଥାଏ । ଯେଉଁ ଲୋକମାନଙ୍କ କପାଳର ଉପର ଅଂସ ଉଠି ଥାଏ ଓ ଏହା ସହିତ ତଳ ଅଂସ ଅଳ୍ପ ତଳକୁ ହୋଇଥାଏ ଏହିଭଳି ଲୋକମାନେ ନିଜ ଜୀବନରେ ବହୁତ ଉଚ୍ଚ ସ୍ଥାନ ପ୍ରାପ୍ତ କରନ୍ତି । ଏହିଭଳି ଲୋକମାନଙ୍କୁ ପ୍ରାୟତଃ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯେଉଁମାନଙ୍କ କପାଳରେ କୌଣସି ବି ରେଖା ନ ଥାଏ ସେହି ବ୍ୟକ୍ତି ବହୁତ ଧନବାନ ଓ ଦୀର୍ଘାୟୁକୁ ପ୍ରାପ୍ତ କରିବା ବାଲା ବ୍ୟକ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *