ଏମିତି ହେବ କଳିଯୁଗର ସୃଷ୍ଟି ଏବଂ ବିନାଶ, ୫୦୦୦ ବର୍ଷ ତଳୁ ଗୀତାରେ ଅଛି ବର୍ଣ୍ଣିତ- Geeta Vani

ପ୍ରାଚୀନ ଯୁଗରୁ ସଂସ୍କୃତରେ ଲିଖିତ ଧାର୍ମିକ ଗ୍ରନ୍ଥ ଭଗବତ ଗୀତା ମାନବିକତାର ମାର୍ଗ ଦର୍ଶନ କରିଆସୁଛି । ଧର୍ମ କଣ? ମୋକ୍ଷ କଣ? କେଉଁ କାର୍ଯ୍ୟଟିକୁ କରିବା ଦ୍ଵାରା ପୂଣ୍ୟ ମିଳିବ । ଏ ସବୁର ଉତ୍ତର ଭଗବତ ଗୀତାରେ ରହିଛି । ଧର୍ମ ଗ୍ରନ୍ଥର ଏହି ଅନ୍ତିମ ପର୍ଜ୍ଯାୟରେ କଳିଯୁଗକୁ ନେଇ କେତେକ ଭବିଷ୍ୟବାଣୀ କରାଯାଇଛି । କେଉଁ କାର୍ଯ୍ୟଟିକୁ କଲେ ଠିକ ହେବ କେଉଁ କାର୍ଯ୍ୟଟିକୁ କଲେ ଭୁଲ ହେବ ତାହାର ବର୍ଣନା ଶ୍ରୀମଦ ଭଗବତ ଗୀତାରେ କରାଯାଇଛି । ଆସନ୍ତୁ ଜାଣିବା ସେହି ମହତ୍ବପୂର୍ଣ କଥା ଉପରେ ଯାହା ଜାଣିବା ଦ୍ଵାରା ଆମର ବହୁତ ଉପକାର ହେଇଥାଏ ।

ଆଗାମୀ ଭବିଷ୍ୟତରେ ପୃଥିବୀ କିପରି ଧ୍ୱୋଂସ ପାଇବା ତାହା ବିଷୟରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । କଳିଯୁଗରେ ହେଉଥିବା ଘଟଣାକୁ ଭଗବାନ ଶ୍ରୀକୃଷ୍ଣ ଭବିଷ୍ୟବାଣୀ କରିଛନ୍ତି । ଏହା ସହିତ ପୃଥିବୀ ଧ୍ୱୋଂସ ଭଳି ଭବିଷ୍ୟବାଣୀ ମଧ୍ୟ କରିଛନ୍ତି । କଳିଯୁଗରେ ଧର୍ମ, ସତ୍ୟତା, ସ୍ଵୋଛତା, ସହିଷ୍ଣୁତ୍ତା, ଜୀବନ କାଳ ଏବଂ ସ୍ମରଣ ଶକ୍ତି ଏସବୁ ବହୁତ ପଛରେ ରହିଯିବ । ମନୁଷ୍ୟ ମାନଙ୍କୁ ତାର ସମ୍ପତି ଆଧାରରେ ମୂଲ୍ୟାଙ୍କନ କରାଯିବ ।

ଆଇନ କାନୁନ କେବଳ କୌଣସି ଶକ୍ତିକୁ ଦେଖି ଲାଗୁ କରାଯିବ । ପୁରୁଷ ଏବଂ ସ୍ତ୍ରୀ କେବଳ ବାହାରକୁ ସଠିକ ଦେଖାଯିବା ଭଳି ପରସ୍ପର ସାଙ୍ଗରେ ରହିବେ । ଧୋକା,ବେଇମାନି ଆଧାରରେ ବ୍ୟବସାୟର ଆରମ୍ଭ କରିବେ । ପୁରୁଷ ଏବଂ ନାରୀମାନଙ୍କ ମଧ୍ୟରେ କେବଳ ଖରାପ ସମ୍ପର୍କ ରହିବ । କୌଣସି ବ୍ୟକ୍ତିଙ୍କୁ କେବଳ ସୂତା ବାନ୍ଧି ଥିବାର ଦେଖି ତାଙ୍କୁ ପଣ୍ଡିତ ବୋଲି ବିଶ୍ଵାସ କରାଯିବ । ଯେଉଁ ଲୋକର କଥାବାର୍ତ୍ତା କରିବାର କୌଶଳ ଥିବ, ତାଙ୍କୁ ବିଦ୍ଵାନ ବୋଲି କୁହାଯିବ ।

କଳିଯୁଗରେ ଅଳ୍ପ ଦୂରରେ ରହିଥିବା ଯେକୌଣସି ଜଳାଶୟକୁ ପବିତ୍ର ଜଳାଶୟ ବୋଲି କୁହାଯିବ । ଏବଂ ପେଟ ଭରିବା ମନୁଷ୍ୟ ଜୀବନର ଲକ୍ଷ ହେଇଯିବ । ଯେଉଁ ମନୁଷ୍ୟ ନିଜ ପରିବାରର ଭରଣ ପୋଷଣ କରିବ ସେ ହିଁ ସମାଜରେ ପ୍ରତିଷ୍ଟିତ ହେଇପାରିବ । ଯେଉଁ ମନୁଷ୍ୟ ପାଖେ ପଇସା ନଥିବ ତାକୁ ଅପବିତ୍ର ବୋଲି ଗ୍ରହଣ କରାଯିବ । ପୃଥିବୀରେ ଭ୍ରଷ୍ଠାଚାରିଙ୍କ ସଂଖ୍ୟା କ୍ରମଶ ବଢି ଚାଲିବ । ସମାଜିକ ଦୃଷ୍ଟିରେ ଯେ ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବ ସେ ରାଜନେୟୀତିକ ଶକ୍ତି ହାସଲ କରିବେ ।

କରଜ ନେଇଥିବା ବ୍ୟକ୍ତି ବିଚଳିତ ହେଇ ସାଧାରଣ ଘାସ, ମାଂସ, ବୀଜ, ପତ୍ର ଇତ୍ୟାଦି ଖାଇବ । ମରୁଡି ଯୋଗୁ ଲୋକ ପ୍ରଭାବିତ ହେବେ । କଳିଯୁଗରେ ଲୋକେ ଥଣ୍ଡା,ଜର,ଭୋକ,ଶୋଷ,ଦାରିଦ୍ୟ ଆଦି ସମସ୍ୟାରେ ବିଚଳିତ ହେବେ । କଳିଯୁଗରେ ମନୁଷ୍ୟ ମାନଙ୍କର ଆୟୁଷ ୫୦ବର୍ଷ ହେଇଯିବ । ବାପା ମାଙ୍କର ଯତ୍ନ ନେବା ଭୁଲିଯିବେ । ସାଙ୍ଗ-ସାଥୀଠାରୁ ନେଇଥିବା କରଜ ନଦେଇ ହତ୍ୟା କରିବାକୁ ଉଦ୍ୟମ କରିବେ । ଅସଭ୍ୟ ଲୋକ ଧର୍ମ ନାମରେ କିମ୍ବା ଭଗବାନଙ୍କ ନାମରେ ପବିତ୍ରତାର ବାହାନା କରିବେ ।

ମିଛ କହି ବହୁତ ବଡ ପଦବୀରେ ବସିବେ । ସେବାକ ଅନେକ ପିଢୀଧରି କାମ କରିଆସୁଥିଲେ ମଧ୍ୟ ମାଲିକ ତାର ଅକ୍ଷମତ୍ତାକୁ ଦେଖି ତାକୁ କାମରୁ ବାହାର କରିଦେବ । ଯେଉଁ ଗାଈ କ୍ଷୀର ଦେବା ବନ୍ଧ କରିଦେବ ତାକୁ ପରିତ୍ୟାଗ କରିଦେବେ । କିମ୍ବା ତାଙ୍କୁ ହତ୍ୟା କରିଦିଆଯିବ । ସହରରେ ଚୋର ଡକାୟତ ଭଳି ଅଧିକାଂଶ ସମସ୍ଯା ଦେଖାଯିବ । ଚୋର ରାଜା ହୋଇଯିବ ଆଉ ରାଜା ଚୋର ପାଲଟି ଯିବ । ଭୃଣକୁ ମା ପେଟରେ ମାରି ଦିଆଯିବ । ପୀଡିତ ଲୋକ ମାଟି ତଳେ ନିଜର ଜୀବନ ବିତାଇବେ ।

ଦକ୍ଷିଣ ମହାସାଗରରେ କୌଣସି ବିଷ୍ପଫର ଯୋଗୁ ପୃଥିବୀ ଧ୍ୱୋଂସ ପାଇବ । ମରୁଡି ପଡିବ ସୂର୍ଯ୍ୟ ସବୁ ସାଗରକୁ ବାଷ୍ପିତ କରିଦେବେ । ପୃଥିବୀ କଇଁଛ ଖୋଳ ଭଳି କଠୋର ହେଇଯିବ । ମାଟିତଳେ ସାପ ମୁହଁରୁ ନିଆଁ ବାହାରିବ, ଯାହା ପାତାଳକୁ ଜାଳି ପାଉଁଶ କରିଦେବ । ଭୟଙ୍କର ଶବ୍ଦ ସହ ଅଗ୍ନି ବିସ୍ଫୋରଣ ହେବ । ଭଗବାନ ବିଷ୍ନୁ ପାଟିରେ ଜୋରରେ ନିଶ୍ଵାସ ନେବା ଦ୍ଵାରା ମେଘ ସୃଷ୍ଟି ହେବ ଯାହା ଦ୍ଵାରା ସୃଷ୍ଟିର ବିନାଶ ହେଇଯିବ । ଆପଣଙ୍କୁ ଭଲ ଲାଗିଲେ ଶେୟର କରନ୍ତୁ ।

Leave a Reply

Your email address will not be published. Required fields are marked *