ମୃତ୍ୟୁ ପରେ ଶବର ଅନ୍ତିମ ସଂସ୍କାର କେମିତି କରିବା ଦ୍ଵାରା ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହେବ ? Garuda Purana

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ହିନ୍ଦୁ ଧର୍ମରେ ମୃ-ତ୍ୟୁ ପରେ ମୃ-ତ ବ୍ୟକ୍ତିର ଶ-ବର ଅନ୍ତିମ ସଂସ୍କାର କରାଯାଏ । ଅର୍ଥାତ ମୃ-ତ ଶରୀରକୁ ଅଗ୍ନିରେ ଜଳାଇ ଦିଆଯାଏ । କିନ୍ତୁ ଏହା ମଧ୍ୟରେ ମୃ-ତ ଶରୀରକୁ ଶ୍ମଶାନକୁ ନେଇ ଯିବା ଠାରୁ ନେଇ ଓ ତାକୁ ଅଗ୍ନିରେ ଜଳାଇବା ପର୍ଯ୍ୟନ୍ତ ବହୁତ ନିୟମର ପାଳନ କରିବାକୁ ପଡିଥାଏ । ଯାହା ବିଷୟରେ ଗରୁଡ ପୁରାଣରେ ବିସ୍ତାର ରୂପରେ କରାଯାଇଛି । ଆଜି ଆମେ ଆପଣଙ୍କୁ ଶ-ବ ଯାତ୍ରା ଠାରୁ ଆରମ୍ଭ କରି ଶ-ବ ଦା-ହ ପର୍ଯ୍ୟନ୍ତ ହେଉଥିବା ସମସ୍ତ ବିଧି ବିଷୟରେ କହିବାକୁ ଯାଉଛୁ ।

କାରଣ ଏମିତି କୁହାଯାଏ କି ଏହି ବିଧି ଗୁଡିକ ପାଳନ ନ କରିଲେ ମୃ-ତକ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳି ନ ଥାଏ । ଯେତେବେଳେ ବ୍ୟକ୍ତିର ମୃ-ତ୍ୟୁ ହୋଇଥାଏ ତେବେ ସେହି ସମୟରେ ପରିଜନମାନେ ଭୂମିକୁ ଗୋବର ଦ୍ଵାରା ପୋଛି ତାହା ଉପରେ ତେଲ ଓ କୁଶ ଆସନା ଦେଇ ମୃ-ତକର ଶ-ବକୁ ରଖନ୍ତୁ ।

ସେହି ମୃ-ତ ବ୍ୟକ୍ତି ନିକଟରେ ତୁଲସୀ ଗଛ ଓ ଶାଳଗ୍ରାମ ପଥର ବି ରଖନ୍ତୁ । ନିୟମ ଅନୁସାରେ ବିଭିନ୍ନ ମନ୍ତ୍ର ପାଠ କରନ୍ତୁ । ଏହା ଦ୍ଵାରା ମନୁଷ୍ୟର ମୃ-ତ୍ୟୁ ମୁକ୍ତି ଦାୟୀ ହୋଇଥାଏ । ମୃ-ତକର ଶରୀରକୁ ଦୁଇଟି ବସ୍ତ୍ରରେ ଘୋଡାଇ କୁମକୁମ ଦ୍ଵାରା ପୂଜା କରିବା ଉଚିତ । ଏହା ପାଶ୍ଚାତ ମୃ-ତକର ଶ-ବକୁ ଫୁଲ ଦ୍ଵାରା ସଜ୍ଜିତ କରି ସମ୍ପର୍କୀୟ ଓ ଭାଇ ପୁଅ ସହ ଶ୍ମଶାନଙ୍କୁ ନେଇ ଯାଆନ୍ତୁ । ଏହି ସମୟରେ ପୁଅକୁ ନିଜ ସମ୍ପର୍କୀୟଙ୍କ ସହ ଶ-ବକୁ କାନ୍ଧ ଦେବା ଉଚିତ ।

ଆପଣ ବିଧି ବିଧାନ ଅନୁସାରେ ପିଣ୍ଡଦାନ କରନ୍ତୁ । ଶ-ବକୁ ଜଳାଇବାର କାର୍ଯ୍ୟ ଆରମ୍ଭ କରନ୍ତୁ । ଶ-ବ ଚାରି ପଟେ ମାଟିରେ ପାଣି ନେଇ ବୁଲିବା ଉଚିତ ଓ ଶେଷରେ ଶ-ବକୁ ଅଗ୍ନି ଦାନ କରିବା ଉଚିତ । ଯେତେବେଳେ ଶ-ବ ପୂରାପୂରି ଜିଲିଯିବ ତେବେ ସବୁ ବନ୍ଧୁ ବାନ୍ଧବ ସେହି ସ୍ଥାନରୁ ଚାଲି ଯିବା ଉଚିତ ଓ ଧ୍ୟାନ ରଖିବେ କି କେହି ବି ପଛକୁ ବୁଲି ଦେଖିବେ ନାହିଁ । ଏହି ସମୟରେ ପୁତ୍ରର କାନ୍ଦିବା ଦ୍ଵାରା ମୃ-ତକକୁ ସୁଖ ପ୍ରାପ୍ତ ହୋଇଥାଏ ।

ଅନ୍ତିମ ସଂସ୍କାର ପରେ ଅସ୍ତିକୁ ନଦୀରେ ବିସର୍ଜନ କରନ୍ତୁ ନଚେତ କେତେକ ଲୋକମାନେ ଏହାକୁ ଘରକୁ ନେଇ ଆସନ୍ତି । ମୃ-ତକ ଘରେ ଥିବା ସମୟରେ କନ୍ଦିବା ଉଚିତ ନୁହେଁ । କାରଣ ସମ୍ପର୍କୀୟମାନଙ୍କ ଆଖିରୁ ଯେତେବେଳେ ଲୁହ ବାହାରିଥାଏ ତାକୁ ହିଁ ସେହି ଆତ୍ମା ସେବନ କରିଥାଏ । ସେଥିପାଇଁ ସେହି ସମୟରେ କାହାକୁ କନ୍ଦିବା ଉଚିତ ନୁହେଁ । ନିଜର ସାମର୍ଥ୍ୟ ଅନୁସାରେ କ୍ରିୟା କରନ୍ତୁ । ସବୁଦିନ ବାହାରେ କିଛି ଖାଦ୍ୟ ଦାନ୍ତୁ । ଏହା ସହିତ ବିଧି ବିଧାନ ଅନୁସାରେ ପିଣ୍ଡ ଦାନ ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *