ରିଚାର୍ଡ ବ୍ରାନ୍ସନ୍ଏ ରଚିଲେ ଇତିହାସ, ଖୋଲିଲେ ‘ସ୍ପେସ ଟୁରିଜିମ୍’ ରାସ୍ତା, ଏଣିକି ଟଙ୍କା ଦେଲେ ପୂରା ହେବ ମହାକାଶ ଯିବାର ସ୍ୱପ୍ନ

ଅରବପତି ବିଜନେସମ୍ୟାନ ରିଚର୍ଡ ବ୍ରୈଂସନ ଓ ତାଙ୍କର ଟିମ ସ୍ପେସ ଦୌଡରେ ସବୁଠୁ ଆଗକୁ ବାହାରି ଇତିହାସ ରଚି ଦେଇଛନ୍ତି । ନ୍ୟୁ ମେକ୍ସିକୋ ସ୍ଥିତ ଅପରେସନାଲ ବେସରୁ ରିଚର୍ଡ ବ୍ରୈଂସନ Virgin Galactic Unity 22 Spaceflightରୁ ଅନ୍ତରିକ୍ଷ ପାଇଁ ଉଡାଣ ଭରିଥିଲେ ।

ଏହି ଟିମରେ ଜଣେ ଭାରତୀୟ ମହିଳା ଶିରିଷା ବାନ୍ଦଳା ବି ସାମିଲ ଅଛନ୍ତି । ସେ କଳ୍ପନା ଚୱଳାଙ୍କ ପରେ ଅନ୍ତରିକ୍ଷକୁ ଯାଇଥିବା ଦ୍ଵିତୀୟ ଭାରତୀୟ ମହିଳା ଅଟନ୍ତି । ଭାରତୀୟ ସମୟ ଅନୁସାରେ ଏହି ସ୍ପେସ ଫ୍ଲାଇଟ ୬.୩୦ରେ ଲଞ୍ଚ ହେବାର ଥିଲା । କିନ୍ତୁ ମୌସମ ଖ-ର-ପ କାରଣରୁ ଏହାର ଲଞ୍ଚ ଟାଇମକୁ ପରିବର୍ତ୍ତନ କରାଯାଇଥିଲା । ଏହାର ଲାଇଭ ଟେଲିକାଷ୍ଟ କମ୍ପାନୀର ୟୁଟ୍ୟୁବ ଓ ଫେସବୁକ ଚ୍ୟାନେଲ ଉପରେ ବି କରାଯାଇଛି ।

virgingalactic.com ଉପରେ ଆପଣ ମହାକାଶ ଯାତ୍ରାର ପୁରା ଦୃଶ୍ୟକୁ ଦେଖି ପାରିବେ । ବର୍ଜିନ ଗୈଲେକ୍ଟିକର ଏହି ଅନ୍ତରିକ୍ଷ ଯାତ୍ରା ଚତୁର୍ଥ ଥର ଥିଲା । ଏହି ସମୟରେ କିଛି ସମୟ ପାଇଁ କିଛି ଯାତ୍ରୀ ଜିରୋ ଗ୍ରାଭିଟିରେ ରହିଲେ ଓ ପୁଣି ପୃଥିବୀକୁ ଫେରି ଆସିଲେ । କହିଦେଉଛୁ କି ଜେଫ ବେଜୋସ ଯିଏକି ଆମାଜନର ମାଲିକ ଅଟନ୍ତି ସେ ବି ୨୦ ଜୁଲାଇରେ ନିଜର ବ୍ଲୁ ଓରଜିନରେ ନୂଆ ଶେପର୍ଡ ସ୍ପେସକ୍ରାଫ୍ଟରେ ଅନ୍ତରିକ୍ଷ ଯିବେ ।

ବ୍ରିଟେନର ଅରବପତି ବିଜନେସମ୍ୟାନ ରିଚର୍ଡ ବ୍ରୈଂସନଙ୍କ ସହିତ ବନ୍ଦଳା ପ୍ରଥମ ଥର ପାଇଁ ଅନ୍ତରିକ୍ଷ ଯାତ୍ରାକୁ ଯାଇଛନ୍ତି । କହିବାକୁ ଗଲେ ଯାହା କାଲି ଅସମ୍ଭବ ବୋଲି ଜଣା ପଡୁଥିଲା ତାହା ଆଜି ସମ୍ଭବ ହୋଇ ଯାଇଛି । ଅର୍ଥାତ ବର୍ତ୍ତମାନ କେହି ବି ମହାକଶକୁ ଯାଇ ପାରିବେ । କହିବାକୁ ଗଲେ ରିଚର୍ଡ ବ୍ରୈଂସନଙ୍କ Virgin Galactic Unity 22 ର ଟିମ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ।

ଜୁଲାଇ ୧୧ ତାରିଖ କାଲିଫୋର୍ନିୟାର ସ୍ପେସ ଷ୍ଟେସନରୁ ରାତି ୯.୪୦ରେ ରିଚର୍ଡ ବ୍ରୈଂସନ ଓ ତାଙ୍କର ଟିମ ମହାକାଶକୁ ଉଡାଣ ଭରି ଥିଲେ । ରିଚର୍ଡ ବ୍ରୈଂସନଙ୍କ ସହିତ ତାଙ୍କର ୫ ଜଣ ସାଥି ଏହି ମହାକାଶ ଯାତ୍ରାରେ ସାମିଲ ହୋଇଥିଲେ । କହିଦେଉଛୁ କି ପ୍ରାୟତଃ ୫୦ ମାଇଲ ଉଚ୍ଚରେ ଭର୍ଜିନ ଗାଲଟିକରୁ ଅଲଗା ହୋଇଥିଲା ରିଚର୍ଡ ବ୍ରୈଂସନଙ୍କ ରକେଟ । ନ୍ୟୁ ମେକ୍ସିକୋ ଭୂପୃଷ୍ଠରୁ ପ୍ରାୟତଃ ୮୫ କିଲୋମିଟର ଉଚ୍ଚରେ ଭର୍ଜିନ ଗାଲାଟିକ ପହଞ୍ଚିଥିଲା ।

ମହାକାଶର ଜିରୋ ଗ୍ରାଭିଟିରେ ପ୍ରତ୍ୟକ ସଦସ୍ୟ ପ୍ରାୟତଃ ୩ ରୁ ୪ ମିନିଟ ସମୟ କାଟିଥିଲେ । ଉଡାଣର ୯୦ ମିନିଟ ମଧ୍ୟରେ ଭର୍ଜିନ ଗାଲାଟିକ ସ୍ପେସ ଷ୍ଟେସନରେ ଲ୍ୟାଣ୍ଡିଂ କରିଥିଲା । ମହାକାଶରେ ଜିରୋ ଗ୍ରାଭିଟିରେ ମଜା ନେବା ରିଚର୍ଡ ବ୍ରୈଂସନଙ୍କ ପ୍ରାୟତଃ ୫୦ ବର୍ଷ ତଳର ସ୍ଵପ୍ନ ଥିଲା । ଯାହାକି ଆଜି ପୁରା ହୋଇଛି ।

କହିଦେଉଛୁ କି ପ୍ରାୟତଃ ୧୭ ବର୍ଷ ଧରି ଭର୍ଜିନ ଗାଲାଟିକ ଏହି ଅଭିଯାନ ପାଇଁ କାମ କରି ଆସୁଥିଲେ । ରିଚର୍ଡ ବ୍ରୈଂସନଙ୍କ ଏହି ମହାକାଶ ଯାତ୍ରା ଆସନ୍ତା ସମୟରେ ଅନ୍ୟମାନଙ୍କ ମହାକାଶ ପର୍ଯ୍ୟଟନ ପାଇଁ ପ୍ରେରଣା ହେବ । ରିଚର୍ଡ ବ୍ରୈଂସନଙ୍କ ଏହି ମହାକାଶ ଯାତ୍ରା ପରେ ଏଲନ ମସ୍କ ଓ ଜେଫ ବେଜୋସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *