ଏପରି ଜୀବ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ, ସାକ୍ଷାତ ମା ଲକ୍ଷ୍ମୀ ଆସନ୍ତି ଆପଣଙ୍କ ଘରକୁ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଜୀବ ଅଛନ୍ତି ଯେଉଁ ମାନେ ଗୃହକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଜୀବ ଗୃହକୁ ଆସିଲେ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ । ଏମିତି କିଛି ଜୀବଜନ୍ତୁ ବା କୀଟପତଙ୍ଗ ଅଛନ୍ତି ଯେଉଁ ମାନେ ଗୃହକୁ ଆସିଲେ ଦୁଃଖ ଅସାନ୍ତି ଆସିଥାଏ । ଆଉ କିଛି ଏମିତି ଜୀବଜନ୍ତୁ ଅଛନ୍ତି ଯେଉଁ ମାନେ ଗୃହକୁ ଆସିଲେ ସୁଖ ସମୃଦ୍ଧି ଆସିଥାଏ । ତେଣୁ ଭୁଲରେ ବି ଏହି ଜୀବଜନ୍ତୁ ଙ୍କୁ ମାରିବା ବା ବାହାର କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସେହି ଜୀବଙ୍କ ବିଷୟରେ ଯାହା ପାଇଁ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ ।

୧- ଚୁଚୁନ୍ଦ୍ରା : ଚୁଚୁନ୍ଦ୍ରା ଘରକୁ ଆସିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଯାହା ଦ୍ଵାରା ଭାଗ୍ୟ ବଦଳିବା ପାଇଁ ସଂକେତ ଦେଇଥାଏ । ଚୁଚୁନ୍ଦ୍ରା କୌଣସି ବ୍ଯକ୍ତିର ଚାରିପଟେ ପରିକ୍ରମା କରିଲେ ସେହି ବ୍ୟକ୍ତି ଜୀବନରେ ସଫଳତା ପାଇଥାଏ ।

୨- ମୂଷା : ପ୍ରଭୁ ଗଣେଶଙ୍କର ବାହନ ହେଉଛି ମୂଷା । କିନ୍ତୁ ମୂଷା ଘରକୁ ଆସିଲେ ରୋଗ, ବ୍ୟାଧି ଲାଗି ରହିଥାଏ । ମୂଷାର ବାସ ରହିବା ଅଶୁଭ ହୋଇଥାଏ ।

୩- ମହୁମାଛି : ଯେଉଁ ଘରେ ମହୁମାଛି ବାସ ଥାଏ ସେହି ଘରେ ସୌଭାଗ୍ୟ ଆସି ନ ଥାଏ । ମହୁମାଛି ଘରେ ବସା ବାନ୍ଧିବା ଅଶୁଭ ହୋଇଥାଏ । ଏହା ଘରେ ଦୁଃଖ ଦାରିଦ୍ରତା ଆଣିଥାଏ ।

୪- ପ୍ରଜାପତି : ପ୍ରଜାପତି ବିଭିନ୍ନ ରଙ୍ଗର ହୋଇଥାନ୍ତି ଓ ଜୀବନରେ ଖୁଶିର ରଙ୍ଗ ଭରିଥାନ୍ତି । ତେଣୁ ଗୃହକୁ ପ୍ରଜାପତି ଆସିବା ଶୁଭ ସଂକେତ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରଜାପତି ଘରକୁ ଆସିଲେ ଶୁଭ ସୂଚନା ମିଳିବାର ସଂକେତ ମିଳିଥାଏ ।

୫- ବିଛା : ବିଛା ଘରକୁ ଆସିବା ଶୁଭ ନୁହେଁ  । କିନ୍ତୁ ନାଲି ବିଛା ଧାଡି କରି ଆସନ୍ତି ତେବେ ମା ଲକ୍ଷ୍ମୀ ଚାଲିଯିବାର ସଂକେତ ମିଳିଥାଏ । କଳା ରଙ୍ଗର ବିଛା ଅଶୁଭ ସଂକେତ ଆଣିଥାଏ ।

୬- ଝିଟିପିଟି : ଘରକୁ ଝିଟିପିଟି ଆସିବା ଶୁଭ ସଂକେତ ହୋଇଥାଏ । ଦୀପାବଳି ଦିନ ଏହାକୁ ଦେଖିଲେ ଭାଗ୍ୟ ବଦଳିଯାଏ । ପୂଜା ଘରେ ଝିଟିପିଟି ଦେଖିଲେ ତା ଉପରେ ଚାଉଳ ଓ ସିନ୍ଦୁର ପକାଇ ଦେଲେ ସୌଭାଗ୍ୟ ଆସିଥାଏ ।

୭- ପିମ୍ପୁଡି : କଳା ପିମ୍ପୁଡି ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଭାଗ୍ୟ ଉଦୟ ହେବାର ସଂକେତ ହୋଇଥାଏ । ଏହା ପୂର୍ବ ଦିଗରୁ ଘରକୁ ଆସିଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

୮- ଭ୍ରମର : ଭ୍ରମର ଘରକୁ ଆସିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଏହା ସହ ଭାଗ୍ୟ ଉଦୟ ହେବାର ସଂକେତ ହୋଇଥାଏ । ଏହା ଘରକୁ ଆସି ମାଟିର ଘର କରିଲେ କୁବେର ଦେବତାଙ୍କ ଆଗମନ ହୋଇଥାଏ ।

୯- କଇଁଛ : ଗୃହକୁ କଇଁଛ ଆସିଲେ ପ୍ରଭୁ ନାରାୟଣଙ୍କ ଆଗମନର ସୂଚନା ହୋଇଥାଏ । କଇଁଛ ଘରକୁ ଆସିବା ଶୁଭ ହୋଇଥାଏ ।

୧୦- ବୁଢିଆଣୀ : ବୁଢିଆଣୀ ଘର ପାଇଁ ଅଶୁଭ ହୋଇଥାଏ । ଏହାର ବସା ମା ଲକ୍ଷ୍ମୀଙ୍କର ଅପ୍ରିୟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *