ସ୍ତ୍ରୀ ଭଳି ସ୍ଵାମୀ ମଧ୍ୟ ପାଇବ ଭରଣ ପୋଷଣ ଭତା । ସ୍ବାମୀଙ୍କ ଚଳିବା ଲାଗି ସ୍ତ୍ରୀ ଭରିବେ ପଇସା । ଏଇ କଥା ଆମେ କହୁନୁ ବରଂ ଗୋଟେ ମାମଲାର ଶୁଣାଣି ବେଳେ ଏହିଭଳି ଗୋଟେ ଐତିହାସିକ ନିସ୍ପତି ଶୁଣାଇଛନ୍ତି ଉତ୍ତର ପ୍ରଦେଶର ମୁଜାଫହର ନଗରରେ ଥିବା ଗୋଟେ ଫ୍ୟାମିଲ କୋର୍ଟ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୟୁପିର କିଶୋରୀ ଲାଲ ନାମକ ଜଣେ ବ୍ୟକ୍ତି ୩୦ ବର୍ଷ ପୂର୍ବେ କୁନି ଦେବୀଙ୍କ ସହ ବିବାହ କରିଥିଲେ, ମାତ୍ର ବିବାହର କିଛି ଦିନ ପରେ ଉଭୟଙ୍କ ଭିତରେ କିଛି ଦିନ ପରେ ବିବାଦ ଆରମ୍ଭ ହୋଇଥିଲା ଏହି କାରଣରୁ ଦୁଇଜଣ ପରସ୍ପରଠୁ ଅଲଗା ହୋଇଥିଲେ ।
ସେ ସମୟରେ କିଶୋରୀ ଲାଲଙ୍କ ପତ୍ନୀ କାନପୁର ସ୍ଥିତ ଇଣ୍ଡିଏନ ଆର୍ମିରେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ । ବର୍ତମାନ ସେ ଚାକିରିରୁ ଅବସର ନେଲା ପରେ ପେନସନ ବାବଦରେ ମିଳୁଥିବା ୧୨ ହଜାର ଟଙ୍କାରେ ନିଜର ଗୁଜୁରାଣ ମେଣ୍ଟଉ ଛନ୍ତି । ଏପଟେ କିଶୋରୀ ଲାଲ ଚା ଦୋକାନ କରି ପେଟ ପୋସୁଛନ୍ତି ।
ସାତ ବର୍ଷ ପୂର୍ବେ କିଶୋରୀ ଲାଲ ଫ୍ୟାମିଲ କୋର୍ଟର ଦ୍ଵାରସ୍ଥ ହୋଇଥିଲେ ନିଜର ଦୟନିୟ ଅବସ୍ତାର ଭରଣ ପୋଷଣ ପାଇଁ ପତ୍ନୀଙ୍କ ଠାରୁ ମାସିକ ଭତା ପାଇଁ କୋର୍ଟ ସମ୍ମୁଖରେ ଆକୁଳ ନିବେଦନ କରିଥିଲେ । ଯାହାର ଶୁଣାଣି ବେଳେ ପତ୍ନୀ ମୁନି ଦେବୀଙ୍କୁ ସ୍ଵାମୀ କିଶୋରୀ ଲାଲଙ୍କୁ ଚଳିବା ପାଇଁ ମାସିକ ଦୁଇ ହଜାର ଭରଣ ପୋଷଣ ପାଇଁ ଦେବାକୁ ନିର୍ଦେଶ ନାମା ଜାରି କରିଛନ୍ତି । ତେବେ ଏହା କେତେ ଦୂର କାର୍ଯ୍ୟ କାରୀ ହେଉଛି ତାହା ଦେଖିବା ବାକି ଅଛି ।
ଆମ ମତରେ ଏହା ଆକ ଭଲ ନିଷ୍ପତ୍ତି, ଆପଣ ମାନେ ଏହା ବିଷୟରେ କଣ କହୁଛନ୍ତି ? ଏହି ନିଷ୍ପତ୍ତି ଠିକ ନା ଭୁଲ? ଯେଉଁଠି ନାରୀମାନେ ପୁରୁଷମାନଙ୍କ ସହ ସବୁ କଥାରେ ସମାନ ଅଧିକାର ପାଇବାର ଦାବି କରୁଛନ୍ତି ସେଇଠି ଏହି ନିସ୍ପତି ଶୁଣି ନାରୀମାନଙ୍କର କଣ ପ୍ରତିକ୍ରିୟା ନିଶ୍ଚୟ କହିବେ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।